ଗଣତନ୍ତ୍ରର ମହାପର୍ବ; ଦିନ ୧ଟା ସୁଦ୍ଧା ଦେଶରେ ୪୦ ପ୍ରତିଶତରୁ ଅଧିକ ମତଦାନ
ଓଏଲ୍ ବ୍ୟୁରୋ: ଆଜି ଦେଶର ଚତୁର୍ଥ ପର୍ଯ୍ୟାୟ ଓ ରାଜ୍ୟର ପ୍ରଥମ ନିର୍ବାଚନ ପାଇଁ ଆରମ୍ଭ ହୋଇଛି ଭୋଟ ଗ୍ରହଣ। ନିର୍ବାଚନୀ ମହାକୁମ୍ଭର ପ୍ରଥମ ପର୍ଯ୍ୟାୟ ମତଦାନ ଜାରି ରହିଛି। ୯ ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳର ୯୬ଟି ଆସନରେ ଚାଲିଛି ଭୋଟ ଗ୍ରହଣ। ଏହି ପର୍ଯ୍ୟାୟରେ ମୋଟ୍ ୧୭୧୭ ଜଣ ପ୍ରାର୍ଥୀ ମୈଦାନକୁ ଓହ୍ଲାଇଛନ୍ତି। ଆନ୍ଧ୍ରପ୍ରଦେଶର ମୋଟ୍ ୨୫ ଓ ତେଲେଙ୍ଗାନାର ମୋଟ୍ ୧୭ଟି ଆସନ ସମେତ ଉତରପ୍ରଦେଶର ୧୩ଟି , ମହାରାଷ୍ଟ୍ରର ୧୧ଟି, ପଶ୍ଚିମବଙ୍ଗର ୮ଟି, ବିହାରର ୫ଟି, ଓଡ଼ିଶା ଓ ଝାଡ଼ଖଣ୍ଡର ୪ଟି ଲେଖାଏଁ ଏବଂ ଜମ୍ମୁ କାଶ୍ମୀରର ଗୋଟିଏ ଆସନରେ ମତଦାନ ଚାଲିଛି।
ଦିନ ୧ଟା ସୁଦ୍ଧା ଦେଶରେ ୪୦ ପ୍ରତିଶତରୁ ଅଧିକ ମତଦାନ ହୋଇଛି। ଆନ୍ଧ୍ର ପ୍ରଦେଶରେ ୪୦.୨୬ ପ୍ରତିଶତ, ବିହାରରେ ୩୪.୪୪ ପ୍ରତିଶତ, ଜମ୍ମୁ କାଶ୍ମୀରରେ ୨୩.୫୭ ପ୍ରତିଶତ, ଝାଡଖଣ୍ଡରେ ୪୩.୪୦ପ୍ରତିଶତ, ମଧ୍ୟପ୍ରଦେଶରେ ୪୮.୫୦ ପ୍ରତିଶତ, ମହାରାଷ୍ଟ୍ରରେ ୩୦.୮୫ପ୍ରତିଶତ, ଓଡିଶାରେ ୩୯.୩୦ ପ୍ରତିଶତ, ତେଲାଙ୍ଗାନାରେ ୪୦.୩୮ ପ୍ରତିଶତ, ଉତ୍ତର ପ୍ରଦେଶରେ ୩୯.୬୮ ପ୍ରତିଶତ, ପଶ୍ଚିମବଙ୍ଗରେ ୫୧.୮୭ ପ୍ରତିଶତ ଭୋଟ ଗ୍ରହଣ କରାଯାଇଛି।
ଦିନ ୧୧ଟା ସୁଦ୍ଧା ଦେଶରେ ୨୪.୮୭ ପ୍ରତିଶତ ମତଦାନ ହୋଇଥିବାବେଳେ ମଧ୍ୟପ୍ରଦେଶରେ ସର୍ବାଧିକ ମତଦାନ ହୋଇଥିଲା। ଆନ୍ଧ୍ର ପ୍ରଦେଶରେ ୨୩.୧୦ ପ୍ରତିଶତ, ବିହାରରେ ୨୨.୫୪ ପ୍ରତିଶତ, ଜମ୍ମୁ କାଶ୍ମୀରରେ ୧୪.୯୪ ପ୍ରତିଶତ, ଝାଡଖଣ୍ଡରେ ୨୭.୪୦ ପ୍ରତିଶତ, ମଧ୍ୟପ୍ରଦେଶରେ ୩୨.୩୮ ପ୍ରତିଶତ, ମହାରାଷ୍ଟ୍ରରେ ୧୭.୫୧ ପ୍ରତିଶତ, ଓଡିଶାରେ ୨୩.୨୮ ପ୍ରତିଶତ, ତେଲାଙ୍ଗାନାରେ ୨୪.୩୧ପ୍ରତିଶତ, ଉତ୍ତର ପ୍ରଦେଶରେ ୨୭.୧୨ପ୍ରତିଶତ, ପଶ୍ଚିମବଙ୍ଗରେ ୩୨.୭୮ପ୍ରତିଶତ ଭୋଟ ଗ୍ରହଣ କରାଯାଇଥିଲା।
ସେହିଭଳି ଦିନ ୧୧ଟା ସୁଦ୍ଧା ରାଜ୍ୟରେ ୨୩.୨୮ ପ୍ରତିଶତ ମତଦାନ ହୋଇଥିବା ସୂଚନା ରହିଛି। ନୂଆପଡ଼ାରେ ସର୍ବାଧିକ ୨୭.୮୮% ଭୋଟିଂ ହୋଇଥିବାବେଳେ ରାୟଗଡ଼ାରେ ସର୍ବନିମ୍ନ ୨୧% ଭୋଟିଂ ହୋଇଛି। ମୋହନାରେ ୨୧.୪୭%, ନବରଙ୍ଗପୁରରେ ୨୧.୫୦%, ନର୍ଲାରେ ୨୬.୪୬%, ପାରଳାଖେମୁଣ୍ଡିରେ ୨୨.୬୪%, ପଟ୍ଟାଙ୍ଗିରେ ୨୪.୮୧%, ଉମରକୋଟରେ ୨୬.୨୦ ପ୍ରତିଶତ ମତଦାନ ହୋଇଥିଲା।
ଆଜି ସକାଳ ୯ଟା ସୁଦ୍ଧା ଗଜପତିରେ ୧୦.୨୦%, ଗଞ୍ଜାମରେ ୬.୮୧%, କଳାହାଣ୍ଡିରେ ୯.୦୬%, କୋରାପୁଟରେ ୧୩.୧୪%, ମାଲକାନଗିରିରେ ୯.୧୫%, ନବରଙ୍ଗପୁରରେ ୮.୯୭%, ନୂଆପଡ଼ାରେ ୯.୯୮%, ରାୟଗଡ଼ାରେ ୭.୫୨ ପ୍ରତିଶତ ମତଦାନ ହୋଇଛି। ୪ଟି ଲୋକସଭା ଆସନ ପାଇଁ ୩୯ ପ୍ରାର୍ଥୀ ନିଜର ଭାଗ୍ୟ ପରୀକ୍ଷା ହେଉଛି। ସେହିପରି ୨୮ଟି ବିଧାନସଭା ଆସନ ପାଇଁ ୨୬୬ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା ଚାଲିଥିଲା।