Odisha Link
Bridging the Missing Links in Odisha

ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କଲେ ବିଜେପି ୪ ଫାଳ ହେବ: ବିଜେଡି

ଓଏଲ୍‌ ବ୍ୟୁରୋ: ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଚାଲିଥିବା ବେଳେ ସାମ୍ବାଦିକ ସମ୍ମିଳନୀ କରି ବିଜେପି-ବିଜେଡି ମୁହାଁମୁହିଁ। ପ୍ରଥମେ ବିଜେପି ସାମ୍ବାଦିକ ସମ୍ମିଳନୀ କରି ବିଜେଡିକୁ ସମାଲୋଚନା କରିଥିବା ବେଳେ ବିଜେଡି ସାମ୍ବାଦିକ ସମ୍ମିଳନୀ କରି ତାର ପାଲଟା ଜବାବ ରଖିଛି।

ବିଜୁ ଜନତା ଦଳର ବରିଷ୍ଠ ନେତା ଅମର ପଟ୍ଟନାୟକ ବିଜେପିର ପୋଷ୍ଟର ବୟ ଧର୍ମେନ୍ଦ୍ର ପ୍ରଧନା ଓ ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ କଡ଼ା ସମାଲୋଚନା କରିଛନ୍ତି। ସେ ପୁରୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଓ ଏକାମ୍ର ପ୍ରକଳ୍ପ ପ୍ରସଙ୍ଗରେ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି, ଅପରାଜିତା ଷଡ଼ଙ୍ଗୀ, ଧର୍ମେନ୍ଦ୍ର ପ୍ରଧାନଙ୍କୁ ବିକାଶ ହଜମ ହୁଏ ନାହିଁ। ତେଣୁ ପ୍ରକଳ୍ପକୁ ବିରୋଧ କରୁଥିଲେ। ଆଉ ସୁପ୍ରିମକୋର୍ଟରେ କେସ୍‌ କରିଥିଲେ। ଯାହା ରାଜ୍ୟବାସୀ କେବେ ଭୁଲିବେ ନାହିଁ।ଏଏସଆଇ, ଏନଏମଏ, ଜରିଆରେ ଚକ୍ରାନ୍ତ ଓ ଷଡଯନ୍ତ୍ର କରିଥିଲେ । ନିଜ ଅନୁଗତଙ୍କୁ ଲଗାଇ ସୁପ୍ରିମକୋର୍ଟ ଯାଇଥିଲେ। ଧର୍ମେନ୍ଦ୍ର ନିଜେ ଏହା ବିରୋଧ କରିବା କଥା କହିଥିଲେ।ବିଜେଡି ଏହାକୁ ବନ୍ଦ କରିବାକୁ ବିଜେପି ଇସ୍ତାହାରରେ ଲେଖିବାକୁ କହିଥିଲା।ସେତେବେଳେ କଥା ବଦଳାଇ ଦୋମୁହାଁ ନୀତି ଦେଖାଇଲେ।ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକାମ୍ର ପ୍ରକଳ୍ପ ଶିଳାନ୍ୟାସ କରି ଫେରୁଥିବା ବେଳେ ଧର୍ମେନ୍ଦ୍ର ପ୍ରଧାନଙ୍କ କିଛି ଲୋକ ମୁଖ୍ୟମନ୍ତ୍ରୀଙ୍କ ଉପରେ ଅଣ୍ଡାମାଡ କରିଥିଲେ। ଏହାର ଜବାବ ସାଢ଼େ ୪ କୋଟି ଓଡ଼ିଆ ନିଶ୍ଚୟ ଦେବେ।

ସେହପିରି ମହାନଦୀ ପ୍ରକଳ୍ପରେ କେନ୍ଦ୍ରମନ୍ତ୍ରୀ ପୁଣିଥରେ ଷଡଯନ୍ତ୍ର ରଚିଥିଲେ। ମାତ୍ର ଗୋଟିଏ ରାଜ୍ୟ ସଭା ସିଟ୍ ପାଇଁ କେନ୍ଦ୍ରମନ୍ତ୍ରୀ ଛତିଶଗଡ ସରକାରଙ୍କ ସହ ହାତ ମିଳାଇ ମହାଦନଦୀକୁ ମାରିଦେବାକୁ ବସିଥିଲେ। ଏବେ ଛତିଶଗଡରୁ ୪୦ – ୫୦ ନେତାଙ୍କୁ ଆଣି ସମ୍ବଲପୁରରେ ରଖିଛନ୍ତି , ସେମାନଙ୍କୁ ପ୍ରଚାରରେ ଲଗାଇବେ। ଛତିଶଗଡ ପାଇଁ ଓକିଲାତି କରୁଥିବା କେନ୍ଦ୍ରମନ୍ତ୍ରୀ କେବଳ ନିଜ ରାଜନୈତିକ ସ୍ୱାର୍ଥ ପାଇଁ ଏବେ ଓଡ଼ିଶାର ସ୍ୱାର୍ଥ କଥା ବଖାଣୁଛନ୍ତି ହେଲେ ତାଙ୍କ ପ୍ରକୃତ ରୂପ କାହାକୁ ଅଛପା ନାହିଁ।ଆଗକୁ ତାଙ୍କର ଏଭଳି କୂଚକ୍ରର ପରିଣାମ ତାଙ୍କୁ ଓଡିଶାବାସୀ ପୁଣି ଦେଖାଇବେ’ ବୋଲି କହିଛନ୍ତି ବରିଷ୍ଠ ବିଜେଡି ନେତା ଅମର ପଟ୍ଟନାୟକ।

ସେହିପରି ରାଜ୍ୟସଭା ସାଂସଦ ସୁଲତା ଦେଓ ମଧ୍ୟ ବିଜେପି ଉପରେ ବର୍ଷିଛନ୍ତି। ସେ କହିଛନ୍ତି, ଆଜି ବିଜେପି ଯେଉଁ ସାମ୍ବାଦିକ ସମ୍ମିଳନୀ କରିିଥିଲା ସେଥିରେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କିଏ ହେବ ବୋଲି ଘୋଷଣା କରିବାର ଥିଲା ବୋଲି ଆମ ପାଖେ ସୂଚନା ଥିଲା। ହେଲେ ବିଜେପି ଯଦି ମୁଖ୍ୟମନ୍ତ୍ରୀ କିଏ ହେବ କହିଦେବ ତାହାଲେ ଦଳ ୪ ଭାଗ ହେଇଯିବ ବୋଲି କହିଛନ୍ତି ସୁଲତା ଦେଓ। ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ୪ଟି ଲୋକସଭା ଆସନରୁ ୪ଟିରେ ବିଜେଡି ବାଜିମାତ କରିବ ଓ ବିଧାନସଭା ଆସନରେ ପ୍ରତିଶତ ଜିତିବ ବୋଲି କହିଛନ୍ତି ସୁଲତା ଦେଓ।

ସେହିପରି ବିଜେଡି ମୁଖପାତ୍ର ସ୍ବୟମ ପ୍ରକାଶ ମହାପାତ୍ର କହିଛନ୍ତି, ବିଜେପିର ବରିଷ୍ଠ ନେତା ବୈଜୟନ୍ତ ପଣ୍ଡାଙ୍କ ଆଖି ଚିକିତ୍ସା ହୋଇଥିଲା।ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଠିକ୍‌ ହୋଇନାହିଁ। ହେଲେ ବାସ୍ତବରେ ମୁଣ୍ଡରେ ଗୋଳମାଳ ହୋଇଯାଇଛି।ତେଣୁ ଅବାନ୍ତର, ଅବାସ୍ତବ କଥା କହୁଛନ୍ତି। ଦଳ ତାଙ୍କ ଉତ୍ତମ ସ୍ୱାସ୍ଥ୍ୟ କାମନା କରୁଛି ବୋଲି ସ୍ବୟମ୍‌ ପ୍ରକାଶ ମହାପାତ୍ର କହିଛନ୍ତି।

Leave A Reply

Your email address will not be published.