Odisha Link
Bridging the Missing Links in Odisha

ଆଜି ରାଜ୍ୟର ପ୍ରଥମ ପର୍ଯ୍ୟାୟ ନିର୍ବାଚନ; ସକାଳ ୯ଟା ସୁଦ୍ଧା କୋରାପୁଟରେ ସର୍ବାଧିକ ମତଦାନ

ଓଏଲ୍‌ ବ୍ୟୁରୋ: ଆଜି ଦେଶର ଚତୁର୍ଥ ପର୍ଯ୍ୟାୟ ଓ ରାଜ୍ୟର ପ୍ରଥମ ନିର୍ବାଚନ ପାଇଁ ଆରମ୍ଭ ହୋଇଛି ଭୋଟ ଗ୍ରହଣ। ଓଡ଼ିଶାର ୪ଟି ଲୋକସଭା କ୍ଷେତ୍ର ଓ ୨୮ଟି ବିଧାନସଭା କ୍ଷେତ୍ରରେ ଭୋଟ ଆରମ୍ଭ ହୋଇଛି। ଗଜପତିରେ ୧୦.୨୦%, ଗଞ୍ଜାମରେ ୬.୮୧%, କଳାହାଣ୍ଡିରେ ୯.୦୬%, କୋରାପୁଟରେ ୧୩.୧୪%, ମାଲକାନଗିରିରେ ୯.୧୫%, ନବରଙ୍ଗପୁରରେ ୮.୯୭%, ନୂଆପଡ଼ାରେ ୯.୯୮%, ରାୟଗଡ଼ାରେ ୭.୫୨ ପ୍ରତିଶତ ମତଦାନ ହୋଇଛି। ୪ଟି ଲୋକସଭା ଆସନ ପାଇଁ ୩୯ ପ୍ରାର୍ଥୀ ନିଜର ଭାଗ୍ୟ ପରୀକ୍ଷା ହେଉଛି। ସେହିପରି ୨୮ଟି ବିଧାନସଭା ଆସନ ପାଇଁ ୨୬୬ ଜଣ ପ୍ରାର୍ଥୀ ଭାଗ୍ୟ ପରୀକ୍ଷା ଚାଲିଛି।

Leave A Reply

Your email address will not be published.