Odisha Link
Bridging the Missing Links in Odisha

ପ୍ରଫେସର ମାନସ ରଞ୍ଜନ ସାହୁ ହେଲେ ଓଡ଼ିଶା ସ୍ୱାସ୍ଥ୍ୟ ବିଜ୍ଞାନ ବିଶ୍ୱବିଦ୍ୟାଳୟର ନୂତନ କୁଳପତି

ଓଏଲ୍‌ ବ୍ୟୁରୋ: ଓଡ଼ିଶା ସ୍ୱାସ୍ଥ୍ୟ ବିଜ୍ଞାନ ବିଶ୍ୱବିଦ୍ୟାଳୟର ନୂତନ କୁଳପତି ଭାବରେ ପ୍ରଫେସର ମାନସ ରଞ୍ଜନ ସାହୁଙ୍କୁ ନିଯୁକ୍ତ କରାଯାଇଛି। ରାଜ୍ୟପାଳ ରଘୁବର ଦାସ ପ୍ରଫେସର ଡା. ମାନସ ରଞ୍ଜନ ସାହୁଙ୍କୁ ଭୁବନେଶ୍ୱରର ଓଡ଼ିଶା ସ୍ୱାସ୍ଥ୍ୟ ବିଜ୍ଞାନ ବିଶ୍ୱବିଦ୍ୟାଳୟର କୁଳପତି ଭାବରେ ନିଯୁକ୍ତ କରିଛନ୍ତି। ପୂର୍ବରୁ ଏହି ଦାୟିତ୍ୱରେ ଥିଲେ ପ୍ରଫେସର ଡା. ଦତ୍ତେଶ୍ୱର ହୋତା। ୫୬ ବର୍ଷୀୟ ପ୍ରଫେସର (ଡ଼.) ସାହୁ ବର୍ତମାନ ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ (ଏମ୍ସ୍) ଭୁବନେଶ୍ୱରର ଜେନେରାଲ ସର୍ଜରୀ ବିଭାଗରେ ପ୍ରଫେସର ତଥା ବିଭାଗୀୟ ମୁଖ୍ୟ ଭାବେ କାର୍ଯ୍ୟରତ ଅଛନ୍ତି। ପ୍ରଫେସର (ଡ଼.) ସାହୁଙ୍କର ଶିକ୍ଷାଦାନ କ୍ଷେତ୍ରରେ ୨୬ବର୍ଷରୁ ଉର୍ଦ୍ଧ୍ୱ ଦିନର ଅଭିଜ୍ଞତା ଥିବାବେଳେ ଏମ୍ସ୍, ଭୁବନେଶ୍ୱରର ଜେନେରାଲ ସର୍ଜରୀ ବିଭାଗର ବିଭାଗୀୟ ମୁଖ୍ୟ ସହିତ ଏମ୍ସ୍ ଭୁବନେଶ୍ୱର ମେଡ଼ିକାଲ ବୋର୍ଡର ଅଧ୍ୟକ୍ଷ ଭାବେ କାର୍ଯ୍ୟ କରିବାର ପ୍ରଶାସନିକ ଦକ୍ଷତା ରହିଛି।

ସୂଚନା ଅନୁସାରେ, ୨୦୨୩ ପଂଚାୟତ ରାଜ ଦିବସରେ ପ୍ରତିଷ୍ଠା ହୋଇଥିଲା ‘ଓଡ଼ିଶା ସ୍ୱାସ୍ଥ୍ୟ ବିଜ୍ଞାନ ବିଶ୍ୱବିଦ୍ୟାଳୟ’ । ଏହାର ହେଡକ୍ୱାର୍ଟର ଭୁବନେଶ୍ୱରରେ ରହିଥିବାବେଳେ ଏହି ବିଶ୍ୱବିଦ୍ୟାଳୟ ଅଧୀନସ୍ଥ ଗୁଣାତ୍ମକ ସ୍ୱାସ୍ଥ୍ୟ ଶିକ୍ଷା ଯୋଗାଇ ଦିଆଯାଉଛି। ଏଲୋପ୍ୟାଥି, ହୋମିଓପାଥି, ଆୟୁର୍ବେଦ, ନର୍ସିଂ, ଲ୍ୟାବ ଟେକ୍ନୋଲୋଜି ଓ ଅନ୍ୟ ପାରା ମେଡିକାଲ ସାଇନସ୍ ବିଷୟରେ ଶିକ୍ଷା ସର୍ବୋତ୍କୃଷ୍ଟ ଶିକ୍ଷା ପାଇଁ ଏହି ବିଶ୍ୱବିଦ୍ୟାଳୟ ଉଦ୍ଦିଷ୍ଟ। ଏହି ସ୍ୱାସ୍ଥ୍ୟ ବିଜ୍ଞାନ ପ୍ରତିଷ୍ଠାନ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅଧିନରେ ପରିଚାଳିତ ହେଉଛି।

ଉଲ୍ଲେଖଥାଉ କି, ୨୦୨୧ ଅକ୍ଟୋବରରେ ଓଡ଼ିଶା ସ୍ୱାସ୍ଥ୍ୟ ବିଜ୍ଞାନ ବିଶ୍ୱବିଦ୍ୟାଳୟ ସ୍ଥାପନ ପାଇଁ ରାଜ୍ୟ ବିଧାନସଭାରେ ପ୍ରସ୍ତାବ ପାରିତ ହୋଇଥିଲା। ୨୦୨୨ ଫେବୃଆରୀରେ ଡ. ଦତ୍ତେଶ୍ୱର ହୋତାଙ୍କୁ ଏହାର ଓଏସ୍‌ଡି ଭାବେ ରାଜ୍ୟ ସରକାର ନିଯୁକ୍ତି ଦେଇଥିଲେ। ୨୦୨୨ ଅଗଷ୍ଟ ୧୫ରେ ଏନେଇ ବିଧିବଦ୍ଧ ସରକାରୀ ବିଜ୍ଞପ୍ତି ପ୍ରକାଶ ପାଇଥିଲା।

Leave A Reply

Your email address will not be published.