ଓଡ଼ିଶା ଆସିବେ ରାହୁଲ ଗାନ୍ଧି, ମଲ୍ଲିକାର୍ଜୁନ ଖଡ୍ଗେ; ସୂଚନା ଦେଲେ ଓଡ଼ିଶା କଂଗ୍ରେସ ପ୍ରଭାରୀ
![](https://www.odishalink.com/wp-content/uploads/2024/05/rahul.jpg)
ଓଏଲ୍ ବ୍ୟୁରୋ: ଆରମ୍ଭ ହୋଇଛି ରାଜ୍ୟର ପ୍ରଥମ ପର୍ଯ୍ୟାୟ ନିର୍ବାଚନ। ସେହିଭଳି ପର୍ଯ୍ୟାୟ କ୍ରମେ ନିର୍ବାଚନ ପାଇଁ ପ୍ରଚାର ଜାରି ରହିଛି। ରାଜ୍ୟର ତିନି ପ୍ରମୁଖ ଦଳ ନିଜର ନିର୍ବାଚନୀ ପ୍ରଚାର ଜାରି କରିଛନ୍ତି। ଶାସକ ଦଳ ନିର୍ବାଚନ ପାଇଁ ଜୋରଦାର ପ୍ରଚାର କରୁଥିବାବେଳେ ବିଜେପିର କେନ୍ଦ୍ରମନ୍ତ୍ରୀ ପର୍ଯ୍ୟାୟ କ୍ରମେ ଓଡ଼ିଶା ଆସି ପ୍ରଚାର କରୁଛନ୍ତି। କଂଗ୍ରେସ ମଧ୍ୟରେ ଏଥିରୁ ବାଦ ପଡିନି। ଏହି କ୍ରମରେ ପୁଣି ଓଡ଼ିଶା ଆସିବେ କଂଗ୍ରେସର ଦୁଇ ବରିଷ୍ଠ ନେତା।
ପୁଣିଥରେ ଓଡ଼ିଶା ଗସ୍ତରେ ଆସିବେ ରାହୁଲ ଗାନ୍ଧି। ୧୫ ତାରିଖରେ ବଲାଙ୍ଗିରରେ ସଭା କରିବେ ରାହୁଲ ଗାନ୍ଧି। କଂଗ୍ରେସର ଷ୍ଟାର ପ୍ରଚାରକ ତାଲିକାରେ ଥିବା ମଲ୍ଲିକାର୍ଜୁନ ଖଡଗେ ଓଡ଼ିଶା ଆସି ୧୬ ତାରିଖରେ କନ୍ଧମାଳରେ ସଭାରେ ଯୋଗଦେବା ସହ ଭୁବନେଶ୍ବରରେ ପ୍ରେସମିଟ୍ ମଧ୍ୟ କରିବେ। ଆସନ୍ତାକାଲି ଜୟରାମ ରମେଶ ଭୁବନେଶ୍ବରରେ ସାମ୍ବାଦିକ ସମ୍ମିଳନୀ କରିବାର କାର୍ଯ୍ୟକ୍ରମ ରହିଥିବା ଓଡ଼ିଶା କଂଗ୍ରେସ ପ୍ରଭାରୀ ଅଜୟ କୁମାର ସୂଚନା ଦେଇଛନ୍ତି।