Odisha Link
Bridging the Missing Links in Odisha

ଚଳଚଞ୍ଚଳ ରଥଖଳା; ଅକ୍ଷୟ ତୃତୀୟାରୁ ଅନୁକୂଳ ହୋଇ ଜୋରସୋରରେ ଚାଲିଛି ରଥକାର୍ଯ୍ୟ

ଓଏଲ୍‌ ବ୍ୟୁରୋ: ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ଶ୍ରୀକ୍ଷେତ୍ର ପୁରୀରେ ରଥ ନିର୍ମାଣ କାର୍ଯ୍ୟ ଗତ ପବିତ୍ର ଅକ୍ଷୟ ତୃତୀୟା ଦିନ ଠାରୁ ଶୁଭ ଅନୁକୂଳ ହୋଇଥିବା ବେଳେ ରଥ କାର୍ଯ୍ୟ ଜୋରସୋରରେ ଜାରି ରହିଛି। ବିଶ୍ୱକର୍ମା ମହାରଣା, କରତୀ, କମାର ଓ ଭୋଇ ସେବକଙ୍କ ନିଷ୍ଠାପର କାର୍ଯ୍ୟରେ ଚଳ ଚଞ୍ଚଳ ହୋଇପଡିଛି ରଥ ଖଳା। ରଥର ତୁମ୍ବ ନିର୍ମାଣ କାର୍ଯ୍ୟ ଜାରି ରହିଅଛି। ତିନିରଥର ୬ ଗୋଟି ତୁମ୍ବର ଗୋଲେଇ ସହ ମଠା କାର୍ଯ୍ୟ ଶେଷ ହୋଇଛି।

କରତି ସେବକ ମାନେ ତୁମ୍ୱ କାଠ ଗଡ କରି ଯୋଗାଇଥିବା ବେଳେ ମହାରଣା ସେବକ ମାନେ ତୁମ୍ବର ଗୋଲେଇ କାର୍ଯ୍ୟ ଓ ପରେ ମଠା କାର୍ଯ୍ୟ ସମ୍ପୂର୍ଣ କରିଥିଲେ। ତେବେ ପ୍ରାଥମିକ ଭାବେ ତିନି ରଥ ପାଇଁ ଆବଶ୍ୟକ ଥିବା ୪୨ଗୋଟି ଚକ ନିର୍ମାଣ ହେତୁ ୪୨ଗୋଟି ତୁମ୍ଭ ପ୍ରସ୍ତୁତ ପରେ ସେଥିରେ ସୂତା ବାଡ଼ିଆ ଯାଇ ବିନ୍ଧ କରାଯିବ। ପରେ ଅର ଓ ପହି ସଂଯୋଗ କରି ଚକ ନିର୍ମାଣ ହେବ। ତିନିରଥର ଓଝା ବା କମାର ସେବକ ମାନେ ଦୋଳବେଦୀ ଠାରେ ପ୍ରସ୍ତୁତ କମାର ଶାଳକୁ ବିଧି ପ୍ରକାରେ ପୂଜା କରି ଶାଳରେ ଅଗ୍ନୀ ସଂଯୋଗ ପୂର୍ବକ ଅରକଣ୍ଟା ପ୍ରସ୍ତୁତ ପାଇଁ କାର୍ଯ୍ୟ ଆରମ୍ଭ କରିଛନ୍ତି।

Leave A Reply

Your email address will not be published.