Odisha Link
Bridging the Missing Links in Odisha

ନବକଳେବର ପ୍ରସଙ୍ଗ ଉଠାଇ ଧର୍ମେନ୍ଦ୍ରଙ୍କୁ କଟାକ୍ଷ କଲେ ପାଣ୍ଡିଆନ

ଓଏଲ୍‌ ବ୍ୟୁରୋ: ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ମତଦାନ ଚାଲିଥିବା ବେଳେ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଟାର୍ଗେଟ କରିଛନ୍ତି ବିଜେଡିର ବରିଷ୍ଠ ନେତା ଭି କାର୍ତ୍ତିକ ପାଣ୍ଡିଆନ। ନବକଳେବର ପ୍ରସଙ୍ଗରେ ଧର୍ମେନ୍ଦ୍ରଙ୍କୁ ଟାର୍ଗେଟ କରିଛନ୍ତି ପାଣ୍ଡିଆନ। ବିଭିନ୍ନ ଜନସଭାରେ ଖୋଲାଖୋଲି ଟାର୍ଗେଟ କରୁଥିବା ପାଣ୍ଡିଆନ ଆଜି ସୋସିଆଲ ମିିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମରେ ଧର୍ମେନ୍ଦ୍ରଙ୍କୁ ସମାଲୋଚନା କରିଛନ୍ତି।

ଭିଡିଓ ଜାରି କରି ନବକଳେବର ପ୍ରସଙ୍ଗକୁ ନେଇ କେନ୍ଦ୍ରମନ୍ତ୍ରୀଙ୍କୁ ଟାର୍ଗେଟ କଲେ କାର୍ତ୍ତିକ ପାଣ୍ଡିଆନ। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ମୁଖା ଖୋଲିଦେଲେ ପାଣ୍ଡିଆନ ବାହାବା ନେବାକୁ ଗତକାଲି ଧର୍ମେନ୍ଦ୍ର ମିଛ କହିଥିବା ଅଭିଯୋଗ କରିଛନ୍ତି ପାଣ୍ଡିଆନ।ନବକଳେବର ଲାଗି କେନ୍ଦ୍ର ସରକାର ୫୦ କୋଟି ଦେଇଥିବା ଦାବି କରୁଛନ୍ତି ଧର୍ମେନ୍ଦ୍ର ପ୍ରଧାନ। କିନ୍ତୁ ଅସଲରେ ସେ ୧୦ କୋଟି ଟଙ୍କା ମଞ୍ଜୁର କରିଛନ୍ତି।

ଭାରତୀୟ ଟୁରିଜିମ ଡେଭଲପମେଣ୍ଟ କର୍ପୋରେସନ (ITDC) ଜରିଆରେ ୧୦ କୋଟି ଟଙ୍କା ମଞ୍ଜୁର ହୋଇଛି। ଏହି ଅର୍ଥରୁ ୬.୫ କୋଟି ଲକ୍ଷ ଖର୍ଚ୍ଚ ହୋଇଛି।କିନ୍ତୁ ମହାପ୍ରଭୁଙ୍କ କାମରେ ଏଭଳି ମିଛ ନ କହିବା ପାଇଁ କେନ୍ଦ୍ରମନ୍ତ୍ରୀଙ୍କୁ ପରାମର୍ଶ ଦେଇଛନ୍ତି କାର୍ତ୍ତିକ ପାଣ୍ଡିଆନ। ଇନଷ୍ଟାଗ୍ରାମରେ ତଥ୍ଯ ଭିତ୍ତିକ ପ୍ରମାଣ ଦେଇଛନ୍ତି ପାଣ୍ଡିଆନ। ଯାହାକୁ ନେଇ ରାଜନୈତିକ ହଟଚମଟ ସୃଷ୍ଟି ହୋଇଛି।

Leave A Reply

Your email address will not be published.