Odisha Link
Bridging the Missing Links in Odisha

ରାଜ୍ୟରେ ସରିଲା ପ୍ରଥମ ପର୍ଯ୍ୟାୟ ଭୋଟିଂ; ଇଭିଏମରେ ସିଲ୍ ହେଲା ପ୍ରାର୍ଥୀଙ୍କ ଭାଗ୍ୟ

ଓଏଲ୍‌ ବ୍ୟୁରୋ: ଗଣତନ୍ତ୍ରର ମହାପର୍ବ ଆରମ୍ଭ ହୋଇଛି। ଗତକାଲି ଦେଶର ଚତୁର୍ଥ ପର୍ଯ୍ୟାୟ ଓ ରାଜ୍ୟର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଭୋଟ ଗ୍ରହଣ ହୋଇଛି। ୯ ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳର ୯୬ଟି ଆସନରେ ଭୋଟ ଗ୍ରହଣ ହୋଇଛି। ଏହି ପର୍ଯ୍ୟାୟରେ ମୋଟ୍ ୧୭୧୭ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମରେ ସିଲ୍ ହୋଇଛି। ଆନ୍ଧ୍ରପ୍ରଦେଶର ମୋଟ୍ ୨୫ ଓ ତେଲେଙ୍ଗାନାର ମୋଟ୍ ୧୭ଟି ଆସନ ସମେତ ଉତରପ୍ରଦେଶର ୧୩ଟି , ମହାରାଷ୍ଟ୍ରର ୧୧ଟି, ପଶ୍ଚିମବଙ୍ଗର ୮ଟି, ବିହାରର ୫ଟି, ଓଡ଼ିଶା ଓ ଝାଡ଼ଖଣ୍ଡର ୪ଟି ଲେଖାଏଁ ଏବଂ ଜମ୍ମୁ କାଶ୍ମୀରର ଗୋଟିଏ ଆସନ ପାଇଁ ମତଦାନ ହୋଇଛି।

ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟରେ ୭୩.୯୭ ପ୍ରତିଶତ ମତଦାନ ହୋଇଥିବା ଜଣାଯାଇଛି। ଗତକାଲି ରାତି ୧୧ଟା ୪୫ ମିନିଟ୍ ସୁଦ୍ଧା ଏହି ପରିମାଣର ମତଦାନ ହୋଇଥିବା ନେଇ ଭାରତର ନିର୍ବାଚନ କମିସନଙ୍କ ସୂତ୍ରରୁ ଜଣାଯାଇଛି। ଏଥିମଧ୍ୟରୁ କୋରାପୁଟରେ ୮୦.୩୨%, ଜୟପୁରରେ ୭୭.୪୮%, ଲଷ୍ମୀପୁରରେ ୮୧.୭୧%, ପଟାଙ୍ଗୀରେ ୮୨.୪୦% ଓ କୋଟପାଡ଼ରେ ୮୨.୪୦% ମତଦାନ ହୋଇଛି। ନବରଙ୍ଗପୁର ଲୋକସଭା ଆସନରେ ସର୍ବାଧିକ ୮୦.୨୨ ପ୍ରତିଶତ ମତଦାନ ହୋଇଥିବାବେଳେ ବ୍ରହ୍ମପୁର ଲୋକସଭା ଆସନରେ ସର୍ବନିମ୍ନ ୬୩.୩୪ ପ୍ରତିଶତ ମତଦାନ ହୋଇଛି। ସେହିପରି କଳାହାଣ୍ଡିରେ ୬୭.୩୭ ପ୍ରତିଶତ, ନୂଆପଡାରେ ୬୬.୩୫ ପ୍ରତିଶତ, ଗଜପତିରେ ୬୩.୭୧ ପ୍ରତିଶତ, ରାୟଗଡ଼ାରେ ୬୨.୯୬ ପ୍ରତିଶତ, କୋରାପୁଟରେ ୬୧.୨୨ ପ୍ରତିଶତ ଭୋଟ୍ ପଡିଛି।

Leave A Reply

Your email address will not be published.