Odisha Link
Bridging the Missing Links in Odisha

ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ: ସବୁଠୁ ଧନୀ ପ୍ରାର୍ଥୀ କିଏ ଜାଣନ୍ତୁ…

ଓଏଲ୍‌ ବ୍ୟୁରୋ: ସରଗରମ ରାଜ୍ୟ ରାଜନୀତି। ପର୍ଯ୍ୟାୟ କ୍ରମେ ନିର୍ବାଚନ ଆରମ୍ଭ ହୋଇଥିବାବେଳେ ନାମାଙ୍କନ ପ୍ରକ୍ରିୟା ଶେଷ ପର୍ଯ୍ୟାୟରେ ପହଂଚିଛି। ଏସବୁ ମଧ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ଭୋଟ୍ ନେଇ ଏଡିଆର ଓ ଓଡ଼ିଶା ଇଲେକ୍ସନ୍ ୱାଚର ରିପୋର୍ଟରେ ତଥ୍ୟ ପ୍ରକାଶ ପାଇଛି। ଯାହା ଏବେ ଚର୍ଚ୍ଚାରେ। ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନରେ କେଉଁ ଦଳରେ ଅଛନ୍ତି କେତେ କୋଟିପତି ପ୍ରାର୍ଥୀ। ପ୍ରାର୍ଥୀଙ୍କ ସତ୍ୟପାଠ ଆଧାରରେ ଏଡିଆର ପକ୍ଷରୁ ପ୍ରସ୍ତୁତ କରାଯାଇଛି ରିପୋର୍ଟ। ଏହି ରିପୋର୍ଟ ଅନୁସାରେ ମୋଟ୍ ୨୬୫ ପ୍ରାର୍ଥୀଙ୍କ ମଧ୍ୟରୁ ୯୫ ପ୍ରାର୍ଥୀ ହେଉଛନ୍ତି କୋଟିପତି। ଅର୍ଥାତ୍ ନାମାଙ୍କନ ଦାଖଲ କରିଥିବା ୩୬% ପ୍ରାର୍ଥୀ ହେଉଛନ୍ତି କୋଟିପତି ପ୍ରାର୍ଥୀ।

ଦଳୀୟ ଆକାରରେ ଦେଖିବାକୁ ଗଲେ ବିଜେଡିରେ ୩୦ ଜଣ କୋଟିପତି ପ୍ରାର୍ଥୀ ରହିଥିଵାବେଳେ ବିଜେପିରେ ୨୪ ଓ କଂଗ୍ରେସରେ ୨୪ ଜଣ ରହିଛନ୍ତି। ମୋଟ ପ୍ରାର୍ଥୀ ୨୬୫ ପ୍ରାର୍ଥୀଙ୍କ ମଧ୍ୟରୁ ୯୫ ଜଣ କୋଟିପତି ପ୍ରାର୍ଥୀ। ସବୁଠୁ ଧନୀ ପ୍ରାର୍ଥୀ ତାଲିକାରେ ଦିଲ୍ଲୀପ ରାୟଙ୍କ ନାମ ରହିଥିବାବେଳେ ତାଙ୍କ ପାଖରେ ୩୧୩ କୋଟି ସମ୍ପତି ରହିଛି। ସେହିଭଳି ଦ୍ୱିତୀୟ ସ୍ଥାନରେ ରହିଛନ୍ତି ବିଜେଡିର କଳିକେଶ ନାରାୟଣ ସିଂଦେଓ ତାଙ୍କ ପାଖରେ ୭୩ କୋଟି ସମ୍ପତି ରହିଛି। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ପାଖରେ ୭୧ କୋଟି ସମ୍ପତି ରହିଛି।

ସୂଚନା ଅନୁସାରେ, ପ୍ରଥମ ପର୍ଯ୍ୟାୟର ୪ ଲୋକସଭା ଆସନ ପାଇଁ ନାମାଙ୍କନ ଦାଖଲ କରିଥିବା ୩୭ ପ୍ରାର୍ଥୀଙ୍କ ସତ୍ୟପାଠ ଆଧାରରେ ଏଡିଆର ଓ ଓଡ଼ିଶା ଇଲେକସନ ଓ୍ବାଚ ତଥ୍ୟ ପ୍ରକାଶ କରିଥିଲା। କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ ଓ ବ୍ରହ୍ମପୁର ଲୋକସଭା ଆସନରେ ୩୭ ପ୍ରାର୍ଥୀଙ୍କ ଚିଠା ଖୋଲିଥିଲା ଏଡିଆର ରିପୋର୍ଟ। ସବୁଠୁ ବଡ଼କଥା ହେଲା ୩୭ ଜଣ ସାଂସଦ ପ୍ରାର୍ଥୀଙ୍କ ମଧ୍ୟରୁ ୧୭ ଜଣ ପ୍ରାର୍ଥୀ କୋଟିପତି। କଳାହାଣ୍ଡି ଲୋକସଭା ପ୍ରାର୍ଥୀ ମାଳବିକା ଦେବୀ ହେଉଛନ୍ତି ସବୁଠାରୀ ଧନୀ ପ୍ରାର୍ଥୀ। ତାଙ୍କର ୪୧କୋଟି ୮୯ଲକ୍ଷ ଟଙ୍କାର ସମ୍ପତି ରହିଛି ସେହିପରି କମ୍ ଟଙ୍କା ଥିବା ପ୍ରାର୍ଥୀ ହେଉଛନ୍ତି ପ୍ରମିଳା ପୂଜାରୀ। କୋରାପୁଟ ଲୋକସଭା ଆସନରୁ ଏସୟୁସିଆଇର ପ୍ରାର୍ଥୀ ପ୍ରମିଳା ପୂଜାରୀ। ତାଙ୍କର ବ୍ୟାଙ୍କ ଖାତାରେ ରହିଛି ମାତ୍ର ୨୦ ହଜାର ୬୨୫ ଟଙ୍କା।

ରିପୋର୍ଟ ତଥ୍ୟ ମୁତାବକ, ୪ ସଂସଦୀୟ କ୍ଷେତ୍ରରେ ୩୭ ପ୍ରାର୍ଥୀଙ୍କ ଭିତରୁ ୧୯ ପ୍ରତିଶତଙ୍କ ନାଁରେ ରହିଛି ଅପରାଧିକ ମାମଲା। ଅର୍ଥାତ ୭ ପ୍ରାର୍ଥୀଙ୍କ ନାଁରେ ବିଭିନ୍ନ ଅପରାଧ ମାମଲା ରହିଛି। ୬ ଜଣଙ୍କ ନାଁରେ ଅପରାଧିକ ଷଡ଼ଯନ୍ତ୍ର, ହତ୍ୟା, ହତ୍ୟା ଉଦ୍ୟମ, ଠକେଇ, ମହିଳା ବିରୋଧୀ ଅପରାଧ, ଲାଞ୍ଚ ନେବା ଭଳି ଗୁରୁତର ମାମଲା ରହିଥିଲା।

Leave A Reply

Your email address will not be published.