Odisha Link
Bridging the Missing Links in Odisha

ମହାପ୍ରଭୁଙ୍କ ନାଁରେ ମିଛ କହିଛନ୍ତି ଧର୍ମେନ୍ଦ୍ର: ବିଜେଡି

ଓଏଲ୍‌ ବ୍ୟୁରୋ: ଗଣତନ୍ତ୍ରର ମହାପର୍ବ ଆରମ୍ଭ ହୋଇଛି। ଗତକାଲି ଦେଶର ଚତୁର୍ଥ ପର୍ଯ୍ୟାୟ ଓ ରାଜ୍ୟର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଭୋଟ ଗ୍ରହଣ ହୋଇଛି। ଏସବୁ ମଧ୍ୟରେ ଧର୍ମେନ୍ଦ୍ର ପ୍ରଧାନଙ୍କୁ କଡ଼ା ସମାଲୋଚନା କଲା ବିଜେଡି। ୨୦୧୯ରେ ଲୋକେ ମିଛୁଆ କହୁଥିଲେ। ଏବେ ଲୋକଙ୍କ ମୁହଁରେ ସେ ସୁପର ମଛୁଆ। ମହାପ୍ରଭୁ ଜଗନ୍ନାଥଙ୍କ ନାଁରେ ଧର୍ମେନ୍ଦ୍ର ମିଛ କହିଛନ୍ତି ବୋଲି ବିଜୁ ଜନତା ଦଳ କଡା ସମାଲୋଚନା କରଛି।

ସୂଚନା ଅନୁସାରେ, ଗତକାଲି ଧର୍ମେନ୍ଦ୍ର ପ୍ରଧାନଙ୍କୁ ଟାର୍ଗେଟ କରିଥିଲେ ବିଜେଡିର ବରିଷ୍ଠ ନେତା ଭି.କେ ପାଣ୍ଡିଆନ। ନବକଳେବର ପ୍ରସଙ୍ଗରେ ଧର୍ମେନ୍ଦ୍ରଙ୍କୁ ଟାର୍ଗେଟ କରିଥିଲେ ପାଣ୍ଡିଆନ। ବିଭିନ୍ନ ଜନସଭାରେ ଖୋଲାଖୋଲି ଟାର୍ଗେଟ କରୁଥିବା ପାଣ୍ଡିଆନ ସୋସିଆଲ ମିିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମରେ ଧର୍ମେନ୍ଦ୍ରଙ୍କୁ ସମାଲୋଚନା କରିଥିଲେ।

ଭିଡିଓ ଜାରି କରି ନବକଳେବର ପ୍ରସଙ୍ଗକୁ ନେଇ କେନ୍ଦ୍ରମନ୍ତ୍ରୀଙ୍କୁ ଟାର୍ଗେଟ କରିଥିଲେ ଭି.କେ ପାଣ୍ଡିଆନ। ନବକଳେବର ଲାଗି କେନ୍ଦ୍ର ସରକାର ୫୦ କୋଟି ଦେଇଥିବା ଦାବି କରୁଛନ୍ତି ଧର୍ମେନ୍ଦ୍ର ପ୍ରଧାନ। କିନ୍ତୁ ଅସଲରେ ସେ ୧୦ କୋଟି ଟଙ୍କା ମଞ୍ଜୁର କରିଥିବା ଅଭିଯୋଗ କରିଛନ୍ତି ପାଣ୍ଡିଆନ।

ଭାରତୀୟ ଟୁରିଜିମ ଡେଭଲପମେଣ୍ଟ କର୍ପୋରେସନ (ITDC) ଜରିଆରେ ୧୦ କୋଟି ଟଙ୍କା ମଞ୍ଜୁର ହୋଇଛି। ଏହି ଅର୍ଥରୁ ୬.୫ କୋଟି ଲକ୍ଷ ଖର୍ଚ୍ଚ ହୋଇଛି। କିନ୍ତୁ ମହାପ୍ରଭୁଙ୍କ କାମରେ ଏଭଳି ମିଛ ନ କହିବା ପାଇଁ କେନ୍ଦ୍ରମନ୍ତ୍ରୀଙ୍କୁ ପରାମର୍ଶ ଦେଇଛନ୍ତି ଭି.କେ ପାଣ୍ଡିଆନ। ଇନଷ୍ଟାଗ୍ରାମରେ ତଥ୍ଯ ଭିତ୍ତିକ ପ୍ରମାଣ ଦେଇଥିଲେ ପାଣ୍ଡିଆନ। ଯାହାକୁ ନେଇ ରାଜନୈତିକ ହଟଚମଟ ସୃଷ୍ଟି ହୋଇଥିଲା।

Leave A Reply

Your email address will not be published.