Odisha Link
Bridging the Missing Links in Odisha

ନାମାଙ୍କନ ପର୍ବ; ମଣ୍ଡି ଆସନରୁ ପ୍ରାର୍ଥିପତ୍ର ଦାଖଲ କଲେ କଙ୍ଗନା ରାନାୱତ

ଓଏଲ୍‌ ବ୍ୟୁରୋ: ଲୋକସଭା ନିର୍ବାଚନ ପାଇଁ ପ୍ରତ୍ୟେକ ରାଜନୈତିକ ଦଳର କର୍ମୀମାନଙ୍କ ମନରେ ଉତ୍ସାହ ପରିଲକ୍ଷିତ ହେଉଛି। ଏଥର ଚର୍ଚ୍ଚାରେ ରହିଛି ହିମାଚଳ ପ୍ରଦେଶର ​​ମଣ୍ଡି ଆସନ। ନିର୍ବାଚନ ପ୍ରଚାର ମଧ୍ୟରେ ଆରୋପ ଏବଂ ପ୍ରତ୍ୟାରୋପ ମଧ୍ୟ ଜାରି ରହିଛି। ଏସବୁ ଭିତରେ ନାମାଙ୍କନ ପର୍ବ ଜାରି ରହିଛି। ମଣ୍ଡି ଲୋକସଭା ଆସନରୁ ବିଜେପି ପ୍ରାର୍ଥୀ କଙ୍ଗନା ରଣାୱତ ନାମାଙ୍କନ ଭରିଛନ୍ତି।

ସୂଚନା ଥାଉକି, ମଣ୍ଡି ଲୋକସଭା ଆସନରେ ରାଜପୁତ ଭୋଟରଙ୍କ ସଂଖ୍ୟା ସର୍ବାଧିକ। ଏହି ଆସନରେ ରାଜପୁତ ଏବଂ ବ୍ରାହ୍ମଣ ନେତାମାନେ ପ୍ରାଧାନ୍ୟ ବିସ୍ତାର କରିଛନ୍ତି। କଙ୍ଗନା ରାନାୱତ ମଧ୍ୟ ରାଜପୁତ ସମ୍ପ୍ରଦାୟରୁ ଆସିଛନ୍ତି। ଜାତି ସମୀକରଣର ସମାଧାନ ପାଇଁ ଭାଜପା କଙ୍ଗନାକୁ ପ୍ରାର୍ଥୀ କରିଛି। ଏପର୍ଯ୍ୟନ୍ତ କଂଗ୍ରେସ ୧୧ଥର ଏହି ଆସନ ଜିତିଥିବାବେଳେ ୫ଥର ଏହି ଆସନ ଭାଜପା ଖାତାକୁ ଯାଇଛି। ତେବେ ଏଥର ହିମାଚଳ ପ୍ରଦେଶର ୪ଟି ଲୋକସଭା ଆସନରେ ଭାଜପା ଜିତିବାର ସମ୍ଭାବନା ରହିଛି।

ଗତ ଲୋକ ସଭା ନିର୍ବାଚନରେ ଭାଜପାର ରାମ ସ୍ବରୂପ ଶର୍ମା ମଣ୍ଡି ଆସନରୁ ଜିତିଥିଲେ। ଏହି ନିର୍ବାଚନରେ ରାମ ସ୍ବରୂପ ଶର୍ମା ୩୬୨୮୨୪ ଭୋଟ ପାଇଥିବାବେଳେ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ପ୍ରତୀଭା ସିଂ ୩୨୨୯୬୮ ଭୋଟ ପାଇଥିଲେ। ପ୍ରକାଶ ଥାଉକି, ୨୦୨୧ରେ ମଣ୍ଡି ଆସନରେ ଉପ-ନିର୍ବାଚନରେ ଜିତିବା ସହିତ ପ୍ରତୀଭା ସିଂ ଏମପି ହୋଇଥିଲେ। ପ୍ରତୀଭା ସିଂ ଏଥର ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ମନା କରି ଦେଇଛନ୍ତି। ସପ୍ତମ ପର୍ଯ୍ୟାୟ ପାଇଁ ମତଦାନ ଜୁନ ୧ରେ ହିମାଚଳ ପ୍ରଦେଶର ମଣ୍ଡି, ହମିରପୁର, କାଙ୍ଗଡା ଏବଂ ଶିମଲା ନିର୍ବାଚନମଣ୍ଡଳୀରେ ଅନୁଷ୍ଠିତ ହେବ।

Leave A Reply

Your email address will not be published.