ସୋର: ବିଜେପି ପ୍ରାର୍ଥୀ ଭାବେ ନାମାଙ୍କନ ଭରିଲେ ପର୍ଶୁରାମ ଧଡ଼ା
ଓଏଲ୍ ବ୍ୟୁରୋ: ସରଗରମ ରାଜ୍ୟ ରାଜନୀତି। ପର୍ଯ୍ୟାୟ କ୍ରମେ ନିର୍ବାଚନ ଆରମ୍ଭ ହୋଇଥିବାବେଳେ ନାମାଙ୍କନ ପ୍ରକ୍ରିୟା ଶେଷ ପର୍ଯ୍ୟାୟରେ ପହଂଚିଛି। ଏସବୁ ଭିତରେ ରୋଚକ ହେଉଛି ସୋର ରାଜନୀତି। କାହାକୁ ମିଳିଛି ବିଜେପି ଟିକେଟ। ପ୍ରଥମେ ରାଜୁ ଦାସଙ୍କ ନାମ ଘୋଷଣା ହୋଇଥିବାବେଳେ ପର୍ଶୁରାମ ଧଡ଼ାଙ୍କୁ ପ୍ରାର୍ଥୀ କରିଛି ବିଜେପି। ଏସବୁ ଭିତରେ ପର୍ଶୁରାମ ଧଡ଼ା ମଧ୍ୟ ନାମାଙ୍କନ ଦାଖଲ କରିଛନ୍ତି। ତେବେ ବିଜେପି ବିଧାନସଭା ପ୍ରାର୍ଥୀ ବଦଳାଇ ପର୍ଶୁରାମ ଧଡ଼ାଙ୍କୁ ନୂଆ ପ୍ରାର୍ଥୀ କରିଥିବା ସୂଚନା ଦେଲେ ନିର୍ବାଚନ ପ୍ରଭାରୀ ବିଜୟପାଲ ସିଂ ତୋମାର। ରାଜୁ ଦାସଙ୍କ ସ୍ଥାନରେ ପର୍ଶୁରାମ ଧଡା ହେଲେ ପ୍ରାର୍ଥୀ। ନିକଟରେ ବିଜେଡି ଛାଡ଼ି ବିଜେପିରେ ସାମିଲ ହୋଇଥିଲେ ଧଡ଼ା।
ସୂଚନା ଅନୁସାରେ, କିଛିଦିନ ତଳେ ବିଜେଡି ଛାଡି ପଦ୍ମ ଧରିଥିଲେ ପର୍ଶୁରାମ। ଭୁବନେଶ୍ୱର ରାଜ୍ୟ କାର୍ଯ୍ୟାଳୟରେ ଆସି ବିଜେପିରେ ଯୋଗ ଦେଇଥିଲେ। ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ, ସହ ପ୍ରଭାରୀ ଲତା ଉସେଣ୍ଡି ଓ ପୂର୍ବତନ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତିଙ୍କ ଉପସ୍ଥିତିରେ ପଦ୍ମ ଧରିଥିଲେ ପର୍ଶୁରାମ ଧଡ଼ା। ଟିକେଟ ନ ମିଳିବାରୁ କିଛି ଦିନ ତଳେ ସେ ବିଜେଡି ଛାଡିଥିଲେ। ୨୦୧୪ ଓ ୨୦୧୯ରେ ଦୁଇ ଥର ବିଧାନସଭାକୁ ନିର୍ବାଚିତ ହୋଇଥିଲେ ପର୍ଶୁରାମ ଧଡ଼ା। ୨୦୦୯ରେ ସୋରରୁ ବିଜେପି ଟିକେଟରେ ନିର୍ବାଚନ ଲଢି ମାତ୍ର ୩୬୦ ଖଣ୍ଡ ଭୋଟ ବ୍ୟବଧାନରେ ହାରିଥିଲେ। ଚଳିତ ନିର୍ବାଚନରେ ବିଜେଡି ମାଧବ ଧଡ଼ାଙ୍କୁ ସୋରରୁ ପ୍ରାର୍ଥୀ କରିଛି।