ବଡ଼ମ୍ବାରେ ପାଣ୍ଡିଆନଙ୍କ ପ୍ରଚାର; କହିଲେ-ନବୀନ ବାବୁ ଥିବା ଯାଏଁ ଅନ୍ୟାୟ ହେବନି
ଓଏଲ୍ ବ୍ୟୁରୋ: ନିର୍ବାଚନର ମହାପର୍ବରେ ପ୍ରଚାର ମୈଦାନ କମ୍ପିବାରେ ଲାଗିଛି। ରାଜ୍ୟର ତିନି ପ୍ରମୁଖ ଦଳ ନିଜର ରାଜନୈତିକ ପ୍ରଚାର ଜାରି ରଖିଛନ୍ତି। ଏସବୁ ଭିତରେ ଆଜି ବିଜୁ ଜନତା ଦଳ ବରିଷ୍ଠ ନେତା ବଡମ୍ବା ଗସ୍ତରେ ଯାଇ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଛନ୍ତି। ଏହି ସମୟରେ ସେ ନବୀନ ପଟ୍ଟନାୟକଙ୍କ ବିଭିନ୍ନ ଜନ ହିତକାରୀ ଯୋଜନା ସମ୍ପର୍କରେ କହିଛନ୍ତି।
ଏଥିସହିତ ପାଣ୍ଡିଆନ୍ ଆହୁରି ମଧ୍ୟ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ଜୁନ୍ ୯ ତାରିଖରେ ପୁଣିଥରେ ମୁଖ୍ୟମନ୍ତ୍ରୀ ହେଉଛନ୍ତି। ପୁଣିଥରେ ଲୋକଙ୍କ ସେବା କରିବେ। ସନ୍ତୃପ୍ତ ବାବୁ ଆଉ ଦେବୀ ବାବୁ ଦୁଇ ଜଣ ମିଶି ଯଦି ମିଶିକି କାମ କରିବେ, ତେବେ ବଡମ୍ବା ନରସିଂହପୁର ନୂଆ ବଡମ୍ବା ନରସିଂହପୁର ହେବ। କଥାରେ ନୁହେଁ କାମରେ ବିଶ୍ୱାସ କରିବା। ଜୁନ୍ ୯ ତାରିଖରେ ମୁଖ୍ୟମନ୍ତ୍ରୀ ଦାୟିତ୍ୱ ଗ୍ରହଣ କରିବା ପରେ, ପ୍ରଥମ ଦସ୍ତଖତ କରିବେ ବିଜୁଳି ବିଲ୍ ଛାଡ୍ କରିବେ। ଲୋକଙ୍କୁ ଆଉ ବିଜୁଳି ବିଲ୍ ଦେବାକୁ ପଡିବନି। ଓଡିଶାର ୯୦ ପ୍ରତିଶତ ପରିବାର ଏଥିରେ ସାମିଲ ହେବେ।
ଏଥିସହିତ ସେ କହିଛନ୍ତି, ଭୋଟ୍ ଦିନ ଏମିତି ଆପଣ ଆର୍ଶୀବାଦ କରିବେ। ଆପଣ ବିଜୁଳି ପାଇବେ, ବିରୋଧୀ ଦଳ କରେଣ୍ଟ ପାଇବେ। ନିର୍ବାଚନ ଆସିଲେ ବିରୋଧୀମାନେ ଚାଷୀ, ବୁଣାକାର ଭାଇମାନଙ୍କୁ ମନେପକାଉଛନ୍ତି। ହେଲେ ତାଙ୍କୁ ପଚାରିବେ ତେଲ ଦର ଆଉ ପେଟ୍ରୋଲ ଦର କଣ ହେଲା? କମିଲା କି? ରୋଜଗାର ଦେବେ ବୋଲି କହିଲେ, ହେଲାକି ? ମିଛ କହିବାରେ ସେମାନେ ମାହିର । ଲୋକଙ୍କୁ ଭୂଆଁ ବୁଲାଇବାକୁ ବିଜେପି ନେତୃମଣ୍ଡଳୀ ଗୋଟେ ବଢିଆ ଯୋଜନା କରିଛନ୍ତି।
ମୁଖ୍ୟମନ୍ତ୍ରୀ କହିଲେ ମାଗଣା ବିଜୁଳି ଦେବେ। ବିରୋଧୀ କହୁଛନ୍ତି ସୋଲାର ପ୍ୟାନେଲରେ ମାଗଣା ବିଜୁଳି ଦେବେ। ଏଥିପାଇଁ ୪୦-୫୦ ହଜାର ଖର୍ଚ୍ଚ ହେବ। ଦିନରେ ଲଣ୍ଠନ ଦେଖାଉଛନ୍ତି ବିରୋଧୀ। ଟୁରିଷ୍ଟ ଲୋକଙ୍କୁ ଭିସା ଦେଇକି ବାହାର କରିଦିଅନ୍ତୁ। ଏ ମାଟି ପାଇଁ ସେମାନେ କାମ କରିପାରିବେନି ବୋଲି ଭି.କେ ପାଣ୍ଡିଆନ ବିରୋଧୀଙ୍କୁ କଟାକ୍ଷ କରିଛନ୍ତି।