Odisha Link
Bridging the Missing Links in Odisha

ସାରା ରାଜ୍ୟରେ ନବୀନ ଲହର ଚାଲିଛି: ପାଣ୍ଡିଆନ

ଓଏଲ୍‌ ବ୍ୟୁରୋ: ରାଜ୍ୟରେ ସରିଛି ପ୍ରଥମ ପର୍ଯ୍ୟାୟ ନିର୍ବାଚନ। ପ୍ରଥମ ପର୍ଯ୍ୟାୟରେ ୭୩.୯୭ ପ୍ରତିଶତ ମତଦାନ ହୋଇଛି। ଗତକାଲି ଓଡ଼ିଶାର ୪ଟି ଲୋକସଭା କ୍ଷେତ୍ର ଓ ୨୮ଟି ବିଧାନସଭା କ୍ଷେତ୍ର ପାଇଁ ମତଦାନ ହୋଇଥିଲା। ଏହାରିମଧ୍ୟରେ ବଡ଼ ବୟାନ ଦେଇଛନ୍ତି ବିଜେଡିର ବରିଷ୍ଠ ନେତା ତଥା ପୋଷ୍ଟର ବୟ ଭି କାର୍ତ୍ତିକ ପାଣ୍ଡିଆନ। ସେ କହିଛନ୍ତି ଯେ ଓଡ଼ିଶାରେ ନବୀନ ଲହର ଚାଲିଛି।

ପ୍ରଥମ ପର୍ଯ୍ୟାୟ ନିର୍ବାଚନ ସରିଥିବା ବେଳେ ଜାତୀୟ ଗଣମାଧ୍ୟମ ସରବରାହ ସଂସ୍ଥା ଏଏନ୍‌ଆଇକୁ ସାକ୍ଷାତକାର ଦେଇ କାର୍ତ୍ତିକ ପାଣ୍ଡିଆନ କହିଛନ୍ତି, ପ୍ରଥମ ପ୍ରର୍ଯ୍ୟାୟ ନିର୍ବାଚନରେ ୨୪ଟି ବିଧାନସଭା ଆସନ ଜିତିବ ବିଜୁ ଜନତା ଦଳ। ୨୦୧୯ ମସିହାରେ ଆମେ ୨୦ଟି ଜିତିଥିଲୁ କିନ୍ତୁ ଏଥର ୨୪ଟିରେ ବିଜେଡି ବିଜୟୀ ହେବ। ୪ଟି ପର୍ଯ୍ୟାୟରେ ବିଜେଡି କ୍ଲିନ୍‌ ସ୍ବିପ୍‌ କରିବ। ଏବେ ସାରା ରାଜ୍ୟରେ ନବୀନ ଲହର ଚାଲିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟତା ଓ ଭଲ କାମ ପାଇଁ ହିଁ ବିଜେଡି ଜିତିବ। ଲୋକସଭା ନିର୍ବାଚନରେ ବି ପୂର୍ବ ଅପେକ୍ଷା ଅଧିକ ଆସନ ଜିତିବୁ ବୋଲି ପାଣ୍ଡିଆନ କହିଛନ୍ତି।

ସୂଚନାଥାଉକି, ଗତକାଲି ଦେଶର ଚତୁର୍ଥ ପର୍ଯ୍ୟାୟ ଓ ରାଜ୍ୟର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଭୋଟ ଗ୍ରହଣ ହୋଇଥିଲା। ଇଭିଏମରେ ସିଲ୍ ହୋଇଛି ୩୭ ସାଂସଦ ଓ ୨୪୩ ବିଧାୟକ ପ୍ରାର୍ଥୀଙ୍କ ଭାଗ୍ୟ। ଓଡିଶାରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ୪ ଲୋକସଭା ଓ ଏହା ଅନ୍ତର୍ଗତ ୨୮ଟି ବିଧାନସଭା ଆସନରେ ଭୋଟ୍ ପଡିଥିଲା। ପ୍ରଥମ ପର୍ଯ୍ୟାୟରେ ୭୩.୯୭ ପ୍ରତିଶତ ମତଦାନ ହୋଇଛି।

Leave A Reply

Your email address will not be published.