Odisha Link
Bridging the Missing Links in Odisha

ଓଡ଼ିଶାରେ ଅମିତ ଶାହ; ଆଜି ସନ୍ଧ୍ୟାରେ କଟକରେ କରିବେ ରୋଡ୍ ଶୋ’

ଓଏଲ୍‌ ବ୍ୟୁରୋ: ନିର୍ବାଚନକୁ ଦୃଷ୍ଟିରେ ରଖି ରାଷ୍ଟ୍ରୀୟ ନେତୃବୃନ୍ଦ ଘନ ଘନ ଓଡ଼ିଶା ଗସ୍ତ କରୁଛନ୍ତି। ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶା ଗସ୍ତରେ ଆସି ଭୁବନେଶ୍ଵରରେ ବିଶାଳ ରୋଡ୍‌ ଶୋ କରିବା ସହ ଫୁଲବାଣୀ, ବରଗଡ ଓ ବଲାଙ୍ଗୀରରେ ମାରାଥନ୍ ପ୍ରଚାର କରିଥିବାବେଳେ ଆଜି କଟକରେ ରୋଡ୍ ଶୋ’ କରିବେ ଅମିତ ଶାହ। ଏହି କ୍ରମରେ ଆଜି ଭୁବନେଶ୍ୱରରେ ପହଂଚିଛନ୍ତି ଅମିତ ଶାହ।

ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ଶାହାଙ୍କୁ ରାଜ୍ୟ ବିଜେପି ପକ୍ଷରୁ ଭବ୍ୟ ସ୍ୱାଗତ କରାଯାଇଥିଲା। ସୋରଡାରେ ବିଶାଳ ଜନସଭାରେ ଯୋଗଦେବା ସହ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ ଅମିତ ଶାହ। ସୋରଡାରେ ସଭା ଶେଷ ହେବା ପରେ କଟକରେ ପହଞ୍ଚି ରୋଡ ସୋ’ କରିବେ ଶାହ। ଗୋପବନ୍ଧୁ ବାଗ, ବକ୍ସି ବଜାର, ତିନିକୋଣିଆ ବଗିଚା, ଦରଘା ବଜାର, ଚୌଧୁରୀ ବଜାର, ନୟାସଡ଼କ, ବାଲୁବଜାର ହୋଇ ଚାନ୍ଦିନୀ ଚୌକରେ ପହଂଚିବ ରୋଡ୍ ଶୋ’। ସେଥିପାଇଁ ରାଜ୍ୟ ବିଜେପି ପକ୍ଷରୁ ସବୁ ପ୍ରସ୍ତୁତି କରାଯାଇଛି। ସନ୍ଧ୍ୟା ୬ଟା ୧୫ରୁ ୭ଟା ୧୦ ଯାଏ ରୋଡ ଶୋ’ ଚାଲିବ ବୋଲି ସୂଚନା ରହିଛି।

ଅନ୍ୟପଟେ, ଆସନ୍ତା ୨୦ ତାରିଖରେ ପୁଣି ଓଡ଼ିଶା ଗସ୍ତରେ ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଗତ ରବିବାର ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ବିଜେପି ଉପସଭାପତି ଗୋଲକ ମହାପାତ୍ର। ୨୦ ତାରିଖ ସକାଳେ ପ୍ରଧାନମନ୍ତ୍ରୀ ପୁରୀରେ ବିଶାଳ ରୋଡ୍‌ ଶୋ କରିବେ। ଏହାପରେ କଟକ ଓ ଅନୁଗୁଳରେ ଆୟୋଜିତ ହେବାକୁ ଥିବା ଜନସଭାକୁ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଛି।

Leave A Reply

Your email address will not be published.