‘ବିଜେଡି ମାଗଣା ବିଜୁଳି ଦେବ, ଆପଣମାନେ ଖୁସି ତ’

ଓଏଲ୍ ବ୍ୟୁରୋ: ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇଛି। ପର୍ଯ୍ୟାୟ କ୍ରମେ ନିର୍ବାଚନକୁ ନଜରରେ ରଖି ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ବିଭିନ୍ନ ଦଳ କରୁଛନ୍ତି ଜୋରଦାର ପ୍ରଚାର। ରାଜ୍ୟରେ ୩ ପ୍ରମୁଖ ଦଳ ନିଜର ଜୋରଦାର ପ୍ରଚାର ଜାରି ରଖିଥିବାବେଳେ ଷ୍ଟାର ପ୍ରଚାରକ ମାନେ ନିର୍ବାଚନୀ ପ୍ରଚାରରେ ଲାଗିପଡିଛନ୍ତି। ଏସବୁ ଭିତରେ ରାଉରକେଲା ଗସ୍ତରେ ଯାଇ ଯାଇଛନ୍ତି ବିଜେଡି ସୁପ୍ରିମୋ। ରାଉରକେଲା ଗସ୍ତରେ ଯାଇ ଦଳୀୟ ବିଧାୟକ ଓ ସାଂସଦ ପ୍ରାର୍ଥୀଙ୍କ ପାଇଁ ମାଗିଛନ୍ତି ଆଶୀର୍ବାଦ।
ରାଉରକେଲାରେ ଜନସଭାକୁ ସମ୍ବୋଧନ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି, ଗୋପାଳପୁରରେ ସମବେତ ଜନତାଙ୍କୁ ପ୍ରଶ୍ନ କରି ନବୀନ କହିଛନ୍ତି, ବିଏସକେୱାଇ ଭଲ କି, ମିଶନ ଶକ୍ତି ଭଲ କି, ମମତା ଯୋଜନା ଭଲ କି, ଲକ୍ଷ୍ମୀ ବସ୍ ଭଲ କି, ୫ଟି ସ୍କୁଲ ଭଲ କି, ପିଲା ସ୍କଲାରସିପ୍ ଭଲ କି, ଚାଷୀର କାଳିଆ ଯୋଜନା ଭଲ କି, ମଧୁବାବୁ ପେନସନ୍ ଯୋଜନା ଭଲ କି, ଚାଉଳ ପାଇଁ କାର୍ଡ ଭଲ କି, ପୁରୀ କାମ ଭଲ କି, ନବୀନ ପଟ୍ଟନାୟକ ଭଲ କି, ଶଙ୍ଖ ଚିହ୍ନ ଭଲ କି।
ଏହା ସହ ବିରୋଧୀଙ୍କୁ ଟାର୍ଗେଟ କରି କହିଛନ୍ତି, ବିରୋଧୀ ମିଛ କହୁଛନ୍ତି। ବିଜେଡି ମାଗଣା ବିଜୁଳି ଦେବ। ଜୁଲାଇରୁ ବିଜୁଳି ବିଲ ଆସିବ ନାହିଁ। ଆପଣମାନେ ଖୁସି ତ। ଏହା ଶଙ୍ଖ ଚିହ୍ନରେ ଭୋଟ ଦେବାକୁ ନିବେଦନ କରିଛନ୍ତି। ନିର୍ବାଚନ ଆସିଲେ ବିରୋଧୀ ଆସିବେ, ମିଠା ମିଠା କଥା କହିବେ, କୁମ୍ଭୀର କାନ୍ଦଣା କାନ୍ଦିବେ, ଏମାନେ ନିର୍ବାଚନ ପର୍ଯ୍ୟଟକ, ନିର୍ବାଚନ ସରିଗଲେ ଖୋଜିଲେ ବି ମିଳିବେ ନାହିଁ, ନବୀନ ପଟ୍ଟନାୟକ ଆପଣଙ୍କ ସୁଖଦୁଃଖରେ ସବୁବେଳେ ଛିଡ଼ା ହୋଇ ରହିଛନ୍ତି ବୋଲି ଦଳର ବରିଷ୍ଠ ନେତା ଭି.କେ ପାଣ୍ଡିଆନ କହିଛନ୍ତି।