Odisha Link
Bridging the Missing Links in Odisha

ଆଜି ରାଜ୍ୟ ରାଜନୀତିରେ ପାୱାର ଶୋ’; ପ୍ରଚାର କରିବେ ୩ ପ୍ରମୁଖ ଦଳର ହେଭିଓ୍ବେଟ୍‌ ନେତା

ଓଏଲ୍‌ ବ୍ୟୁରୋ: ସରଗରମ ରାଜ୍ୟ ରାଜନୀତି। ପର୍ଯ୍ୟାୟ କ୍ରମେ ନିର୍ବାଚନ ଆରମ୍ଭ ହୋଇଥିବାବେଳେ ନାମାଙ୍କନ ପ୍ରକ୍ରିୟା ମଧ୍ୟ ଶେଷ ହୋଇଛି। ଏସବୁ ମଧ୍ୟରେ ପ୍ରଥମ ପର୍ଯ୍ୟାୟ ଭୋଟ୍ ମଧ୍ୟ ଶେଷ ହୋଇଛି। ନିର୍ବାଚନକୁ ନଜରରେ ରଖି ଜୋରଦାର ପ୍ରଚାର ଚାଲିଥିବାବେଳେ ଆଜି ରାଉରକେଲାରେ ଜନସଭାକୁ ସମ୍ବୋଧନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ନେଇ ପ୍ରସ୍ତୁତି ଜୋରଦାର ଚାଲିଛି। ଆଜି ପଶ୍ଚିମ ଓଡ଼ିଶାର ଦୁଇ ଲୋକସଭା କ୍ଷେତ୍ରରେ ହାଇଭୋଲଟେଜ ପ୍ରଚାର କରିବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ସୁନ୍ଦରଗଡ଼ ଲୋକସଭା କ୍ଷେତ୍ରର ରାଉରକେଲା ଓ ସମ୍ବଲପୁର ଲୋକସଭା କ୍ଷେତ୍ରର ଦେବଗଡ଼ରେ କ୍ଯାମ୍ପେନ କରିବେ ନବୀନ।

ଦଳୀୟ ବିଧାୟକ ଓ ସାଂସଦ ପ୍ରାର୍ଥୀଙ୍କ ପାଇଁ ମାଗିବେ ଆଶୀର୍ବାଦ। ଦିନ ୧୧ଟା ୨୫ରେ ମୁଖ୍ଯମନ୍ତ୍ରୀ ରାଉରକେଲା ଏୟାରପୋର୍ଟରେ ପହଞ୍ଚିବେ। ସେଠାରୁ ଏୟାରପୋର୍ଟ ସାମ୍ନାରେ ଥିବା ପଡ଼ିଆରେ ବିଶାଳ ଜନସଭାକୁ ଉଦବୋଧନ ଦେବେ। ସେଠାରୁ ଦେବଗଡ଼ ବିଧାନସଭା ନିର୍ବାଚନମଣ୍ଡଳୀର ପ୍ରଧାନପାଟ ଜଳପ୍ରପାତ ନିକଟରେ ସାଧାରଣ ସଭାରେ ଯୋଗଦେଇ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଆଶୀର୍ବାଦ ମାଗିବେ। ସମ୍ବଲପୁର ସଂସଦୀୟ କ୍ଷେତ୍ରର ୩ ସ୍ଥାନରେ ପ୍ରଚାର କରିବେ। ଦେବଗଡ଼, ଆଠମଲ୍ଲିକ ଓ ଛେଣ୍ଡିପଦାରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ବିଜେଡି ସୁପ୍ରିମୋ ଭୋଟ ମାଗିବେ।

ସେହିପରି ଆଜି ଓଡ଼ିଶା ଗସ୍ତରେ ଆସୁଛନ୍ତି ଗୃହମନ୍ତ୍ରୀ ଅମିତ୍ ଶାହ। ସମ୍ବଲପୁରରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ କରିବାକୁ ଥିବା ବେଳେ କଟକରେ ରୋଡ ସୋ କରିବେ ଅମିତ୍ ଶାହା। ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିିବା ପରେ ଗଞ୍ଜାମ ଜିଲ୍ଲାର ସୋରଡା ଯିବେ। ସେଠାରେ ବିଜୟ ମଧ୍ୟାନ ୧ଟାରେ ହେବାକୁ ଥିବା ସଙ୍କଳ୍ପ ସମାବେଶକୁ ସମ୍ବୋଧିତ କରିବେ। ତେବେ କଟକରେ ସନ୍ଧ୍ୟା ୫ଟାରେ ରୋଡ ସୋ’ କାର୍ଯ୍ୟକ୍ରମ ରହିବି। ସେଥିପାଇଁ ରାଜ୍ୟ ବିଜେପି ପକ୍ଷରୁ ସବୁ ପ୍ରସ୍ତୁତି ଶେଷ ହୋଇଛି। ସେହିପରି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଭୁବନେଶ୍ୱର ଆସିବେ। ସେ ଭୁବନେଶ୍ୱରରେ ଆୟୋଜିତ ଶୁଭଦ୍ରା ଯୋଜନା କାର୍ଯ୍ୟକମରେ ଯୋଗଦେବେ।

କଂଗ୍ରେସର ମନୋବଳ ବଢ଼ାଇବା ପାଇଁ ରାହୁଲ ଗାନ୍ଧୀ ମଧ୍ୟ ଆଜି ଓଡ଼ିଶା ଆସୁଛନ୍ତି। କଂଗ୍ରେସ କର୍ମୀଙ୍କ ମନୋବଳ ବଢ଼ାଇବା ପାଇଁ କାଲି ବଲାଙ୍ଗୀରରେ ନିର୍ବାଚନୀ ସଭାକୁ ସମ୍ବୋଧନ କରିବେ ରାହୁଲ ଗାନ୍ଧୀ। ଦିନ ୧୧ଟାରେ ଭୁବନେଶ୍ୱର ବିମାନବନ୍ଦରରେ ପହଁଚିବେ ରାହୁଲ। ଏହାପରେ ସିଧା ବଲାଙ୍ଗୀର ଅଭିମୁଖେ ଯାତ୍ରା କରିବେ। ୪୫ ମିନିଟ୍ ଧରି ସାଧାରଣ ସଭାରେ ରହିବାର କାର୍ଯ୍ୟକ୍ରମ ରହିଛି। ରାହୁଲଙ୍କ ଗସ୍ତକୁ ନେଇ କଂଗ୍ରେସ ଜୋରଦାର ପ୍ରସ୍ତୁତି ଚଳାଇଛି। ନିକଟରେ ରାହୁଲ ଗାନ୍ଧୀ ରାୟଗଡା ଆସିବାର ଥିଲା କିନ୍ତୁ ସେଦିନ ରାହୁଲ ନାମାଙ୍କନ ଭରିବା ଯୋଗୁ ତାଙ୍କ ଗସ୍ତ ବାତିଲ କରିଥିଲେ।

Leave A Reply

Your email address will not be published.