ଖଲ୍ଲିକୋଟ ହିଂସାକୁ ନେଇ ସିଇଓଙ୍କ ଉଦ୍ବେଗ; ୮ ଜଣଙ୍କୁ ଗିରଫ କଲା ପୁଲିସ

ଓଏଲ୍ ବ୍ୟୁରୋ: ନିର୍ବାଚନକୁ ନଜରରେ ରଖି ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ବିଭିନ୍ନ ଦଳ କରୁଛନ୍ତି ଜୋରଦାର ପ୍ରଚାର। ଏସବୁ ଭିତରେ ଗଂଜାମରେ ନିର୍ବାଚନୀ ହିଂସା ହୋଇଥିବା ଖବର ସାମ୍ନାକୁ ଆସିଛି। ଗଂଜାମ ଖଲ୍ଲିକୋଟ ଥାନା ଅନ୍ତର୍ଗତ ଶ୍ରୀକୃଷ୍ଣସରଣପୁର ଗାଁରେ ପୋଷ୍ଟର ମାରିବାକୁ କେନ୍ଦ୍ର କରି ବୁଧବାର ରାତିରେ ବିଜେଡି ଓ ବିଜେପିର ଦୁଇ ଗୋଷ୍ଠୀ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ଉପୁଜିଥିଲା। ଗୋଟିଏ ଗୋଷ୍ଠୀର ଖଣ୍ଡା ଚୋଟରେ ବିଜେପିର ୪ ଜଣ କର୍ମୀ ଆହତ ହୋଇଥିବା ଜଣାପଡ଼ିଥିଲା। ଗୁରୁତରଙ୍କୁ ତୁରନ୍ତ ବ୍ରହ୍ମପୁର ମେଡିକାଲରେ ଭର୍ତ୍ତି କରାଯାଇଥିଲା। ତେବେ ଆଜି ଚିକିତ୍ସାଧୀନ ଅବସ୍ଥାରେ ଜଣଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ଏଜି ଘଟଣା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁଃଖ ପ୍ରକାଶ କରିବା ସହ ଏହି ଘଟଣାକୁ ଗଭୀର ନିନ୍ଦା କରିଛନ୍ତି।
ଖଲ୍ଲିକୋଟ ହିଂସାକୁ ନେଇ ସିଇଓ ଉଦ୍ବେଗ ପ୍ରକାଶ କରିଛନ୍ତି। ଏହି ଘଟଣାରେ ୮ ଜଣଙ୍କୁ ପୁଲିସ ଗିରଫ କରିଛି। କାଲି ବିଜେପି କର୍ମୀଙ୍କ ଉପରେ ସଂଘବଦ୍ଧ ଆକ୍ରମଣ ହୋଇଥିଲା। ଆକ୍ରମଣରେ ଚିକିତ୍ସାଧୀନ ଅବସ୍ଥାରେ ଜଣେ କର୍ମୀଙ୍କ ମୃତ୍ୟୁ ହୋଇଥିଲା।ଘଟଣାକୁ ନେଇ ପରିବାର ଲୋକଙ୍କ ସହ ଥାନା ଘେରାଉ କରିଛି ବିଜେପି। ହିଂସା ନେଇ ରାଜ୍ୟ ନିର୍ବାଚନ ଅଧିକାରୀ ଉଦ୍ବେଗ ପ୍ରକାଶ କରିଛନ୍ତି। ରାଜ୍ୟରେ କୌଣସି ପ୍ରକାର ହିଂସାକୁ ବରଦାସ୍ତ କରାଯିବନି। ହିଂସାକୁ ଆୟତ୍ତ ସହ ପଦକ୍ଷେପ ନେବାକୁ ସିଇଓ ନିର୍ଦେଶ ଦେଇଛନ୍ତି।