ଚିଙ୍ଗୁଡ଼ି ପ୍ଲାଣ୍ଟରେ ଗ୍ୟାସ୍ ଲିକ୍, ୨୫ ଜଣ ଅସୁସ୍ଥ

ଓଏଲ୍ ବ୍ୟୁରୋ: ବାଲେଶ୍ବର ଜିଲ୍ଲା ନୀଳଗିରି ଗଡ଼ିଆମାଳରେ ଅଘଟଣ। ରାତିରେ ଗଡ଼ିଆମାଳରେ ଥିବା ଏକ ଚିଙ୍ଗୁଡି ପ୍ଲାଣ୍ଟରେ ଗ୍ୟାସ୍ ଲିକ୍ ହେବା ଫଳରେ ୨୫ ଜଣ ଅସୁସ୍ଥ ହୋଇଥିବା ସୂଚନା ରହିଛି। ସେମଧ୍ୟରୁ ୧୦ ଜଣଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର ଥିବା ସୂଚନା ରହିଛି। ସମସ୍ତ ଆହତଙ୍କୁ ନୀଳଗିରି ମେଡିକାଲରେ ଭର୍ତ୍ତି କରାଯାଇଥିବା ସୂଚନା ରହିଛି। ଖବର ଲେଖାହେବା ପର୍ଯ୍ୟନ୍ତ ଘଟଣାସ୍ଥଳରେ କମ୍ପାନୀ କର୍ତ୍ତୃପକ୍ଷ କେହି ପହଁଞ୍ଚିନଥିବା ସୂଚନା ରହିଛି।