Odisha Link
Bridging the Missing Links in Odisha

ଭୁବନେଶ୍ବରରେ ନଡ୍ଡାଙ୍କ ପ୍ରଚାର, ମାଉସୀ ମା’ ମନ୍ଦିର ରାସ୍ତାରୁ ଆରମ୍ଭ ହେଲା ରୋଡ୍‌ ଶୋ’

ଓଏଲ୍‌ ବ୍ୟୁରୋ: ନିର୍ବାଚନକୁ ଦୃଷ୍ଟିରେ ରଖି ରାଷ୍ଟ୍ରୀୟ ନେତୃବୃନ୍ଦ ଘନ ଘନ ଓଡ଼ିଶା ଗସ୍ତ କରୁଛନ୍ତି। ପର୍ଯ୍ୟାୟ କ୍ରମେ ନିର୍ବାଚନକୁ ନଜରରେ ରଖି ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ବିଭିନ୍ନ ଦଳ କରୁଛନ୍ତି ଜୋରଦାର ପ୍ରଚାର। ରାଜ୍ୟରେ ୩ ପ୍ରମୁଖ ଦଳ ନିଜର ଜୋରଦାର ପ୍ରଚାର ଜାରି ରଖିଥିବାବେଳେ ଷ୍ଟାର ପ୍ରଚାରକ ମାନେ ନିର୍ବାଚନୀ ପ୍ରଚାରରେ ଲାଗିପଡିଛନ୍ତି।

ଏସବୁ ଭିତରେ ରାଜଧାନୀ ଭୁବନେଶ୍ବରରେ ଜେପି ନଡ୍ଡାଙ୍କ ରୋଡ୍‌ ଶୋ’ ଆରମ୍ଭ ହୋଇଛି। ମାଉସୀ ମା’ ମନ୍ଦିରରୁ ଲିଙ୍ଗରାଜ ମନ୍ଦିର ପର୍ଯ୍ୟନ୍ତ ରୋଡ୍‌ ଶୋ’ ଆରମ୍ଭ ହୋଇଛି। ଜେପି ନଡ୍ଡାଙ୍କ ସହ ଅପରାଜିତା ଷଡ଼ଙ୍ଗୀ, ଏକାମ୍ର ବିଧାୟକ ପ୍ରାର୍ଥୀ ବାବୁ ସିଂ ତାଙ୍କ ସହ ପ୍ରଚାର ମୈଦାନରେ ଅଛନ୍ତି। ଦଳୀୟ କର୍ମୀ ମାନେ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି।

Leave A Reply

Your email address will not be published.