Odisha Link
Bridging the Missing Links in Odisha

ଅନୁଭବଙ୍କୁ ବଡ଼ ଆଶ୍ବସ୍ତି; ଜାମିନ ବିହୀନ ୱାରେଣ୍ଟରେ ଲାଗିଲା ରୋକ୍

ଓଏଲ୍‌ ବ୍ୟୁରୋ: ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତିଙ୍କୁ ବଡ଼ ଆଶ୍ବସ୍ତି ମିଳିଛି। ପାରିବାରିକ ମାମଲାରେ ଅନୁଭବଙ୍କୁ ଏକ ବଡ଼ ଝଟକା ଲାଗିଥିବାବେଳେ ହାଇକୋର୍ଟ ବଡ଼ ଆଶ୍ବସ୍ତି ଦେଇଛନ୍ତି। ଅନୁଭବଙ୍କ ବିରୋଧରେ ଜାରି ହୋଇଥିବା ଜାମିନ ବିହୀନ ୱାରେଣ୍ଟି ଉପରେ ହାଇକୋର୍ଟ ରୋକ ଲଗାଇଛନ୍ତି। କଟକ ଜେଏମ୍‌ଏଫସି କୋର୍ଟ ପକ୍ଷରୁ ଏନବିଡବ୍ଲୁ ଜାରି ହୋଇଥିଲା।

ବର୍ଷା ପ୍ରିୟଦର୍ଶିନୀଙ୍କ ଅଭିଯୋଗ ଆଧାରରେ ଏନବିଡବ୍ଲୁ ଜାରି କରାଯାଇଥିଲା। ପୁରୀଘାଟ ଥାନାରେ ରୁଜୁ ମାମଲାରେ ଏନବିଡବ୍ଲୁ ଜାରି ହୋଇଥିଲା। ଚାର୍ଜଫ୍ରେମ୍‌ ପାଇଁ ହାଜର ନହୋଇ ବାରମ୍ବାର ସମୟ ମାଗୁଥିଲେ। ଚାର୍ଜଫ୍ରେମ୍‌ ପାଇଁ ହାଜର ନହେବାରୁ ଏନବିଡବ୍ଲୁ ଜାରି କରିଥିଲେ କୋର୍ଟ। ୨୩ ସୁଦ୍ଧା ୱାରେଣ୍ଟ କାର୍ଯ୍ୟକାରୀ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିବାବେଳେ ଅନୁଭବ ହାଇକୋର୍ଟର ଦ୍ୱାରସ୍ତ ହୋଇଥିଲେ। ଏହା ପରେ ହାଇକୋର୍ଟ ଜାମିନ ବିହୀନ ୱାରେଣ୍ଟି ଉପରେ ରୋକ ଲଗାଇଛନ୍ତି।

Leave A Reply

Your email address will not be published.