Odisha Link
Bridging the Missing Links in Odisha

କୋଭିସିଲ୍ଡ ପରେ କୋଭାକ୍ସିନକୁ ନେଇ ଆସିଲା ବଡ଼ ଖବର; ଜାଣନ୍ତୁ କିଏ ହେବେ ଅଧିକ ପ୍ରଭାବିତ..

ଓଏଲ୍‌ ବ୍ୟୁରୋ: କରୋନା ମହାମାରୀରୁ ରକ୍ଷା ପାଇବା ଲାଗି ବହୁ ସଂଖ୍ୟାରେ ଲୋକମାନେ କୋଭିସିଲ୍ଡ ଓ କୋଭାକ୍ସିନ ଟୀକା ନେଇଥିଲେ। କିନ୍ତୁ ଧୀରେ ଧୀରେ ଏବେ ଏହି ଦୁଇ ଟୀକାର ସାଇଡ୍ ଇଫେକ୍ଟ କଥା ସାମ୍ନାକୁ ଆସିବାରେ ଲାଗିଛି। କୋଭିସିଲ୍ଡ ଟୀକା ବିକଶିତ କରିଥିବା ବ୍ରିଟିଶ କମ୍ପାନୀ ଆଷ୍ଟ୍ରୋଜେନିକା ଗତ କିଛିଦିନ ତଳେ ସେଠିକାର ଏକ କୋର୍ଟରେ ସ୍ୱୀକାର କରିଥିଲା କି ଏହି ଟୀକା ନେବା ଫଳରେ କିଛି ଲୋକଙ୍କ ଠାରେ ଗମ୍ଭୀର ରୋଗ ସମସ୍ୟା ଦେଖାଦେଇପାରେ।

ସେହିପରି ଆମ ଦେଶରେ ବିକଶିତ ଭାରତ ବାୟୋଟିକ କମ୍ପାନୀର ଟୀକା କୋଭାକ୍ସିନ୍‌ର ପାଶ୍ୱର୍ ପ୍ରଭାବକୁ ନେଇ ଏକ ରିପୋର୍ଟ ସାମ୍ନାକୁ ଆସିଛି। ଏଥିରେ ଦାବି କରାଯାଇଛି କି ଏହି ଟୀକା ନେବାର ପ୍ରାୟ ଏକ ବର୍ଷ ଭିତରେ କିଛି ଲୋକଙ୍କ ଠାରେ ଏହାର ସାଇଡ୍ ଇଫେକ୍ଟ ଦେଖିବାକୁ ମିଳିଥିଲା। ଏଥିରେ ସବୁଠାରୁ ଅଧିକ ପ୍ରଭାବିତ ହୋଇଥିଲେ କିଶୋରୀମାନେ। ତେବେ ଏହି ସାଇଡ୍ ଇଫେକ୍ଟକୁ ନେଇ ଏକ ଅବଜରଭେସନାଲ ଅଧ୍ୟୟନ କରାଯାଇଛି। ଏଥିରେ ଟୀକା ଲଗାଇଥିବା ଏକ ତୃତୀୟାଂଶ ଲୋକଙ୍କ ଠାରେ ଆଡଭର୍ସ ଇଫେକ୍ଟ ଅଫ୍ ସ୍ପେସିଆଲ ଇଫେକ୍ଟ(ଏଇଏସ୍‌ଆଇ) ଦେଖିବାକୁ ମିଳିଥିଲା।

ଏହି ଅଧ୍ୟୟନରେ ୧୦୨୪ ଲୋକଙ୍କୁ ସାମିଲ କରାଯାଇଥିଲା। ଯେଉଁଥିରେ ୬୩୫ କିଶୋର ଓ ୩୯୧ ଯୁବକଙ୍କୁ ସାମିଲ କରାଯାଇଥିଲା। ଏହି ସମସ୍ତଙ୍କୁ ଟୀକା ନେବାର ଏକ ବର୍ଷ ପରେ ଫଲୋ ଅଫ୍ ଚେକ୍‌ଅପ୍ କରାଯାଇଥିଲା। ଅଧ୍ୟୟନରୁ ଜଣାପଡିଥିଲା କି ୩୦୪ କିଶୋର ଅର୍ଥାତ୍ ୪୮% ଙ୍କ ଠାରେ ଭାଇରାଲ ଅପର ରେସ୍ପେରେଟ୍ରୀ ଟ୍ରାକ୍ ଇନଫେକସନ୍ ଦେଖିବାକୁ ମିଳିଥିଲା। ଏପରି ସ୍ଥିତି ୧୨୪ ଅର୍ଥାତ୍ ୪୨.୬% ଯୁବକଙ୍କ ଠାରେ ଦେଖିବାକୁ ମିଳିଥିଲା। ଏହା ବ୍ୟତିତ ୧୦.୫% କିଶୋରଙ୍କ ଠାରେ ନ୍ୟୁ ଅନସେଟ୍ ସ୍କିନ୍ ଆଣ୍ଡ ସବକୁଟେନିୟସ ଡିଜଅର୍ଡର, ୧୦,୨%ଙ୍କ ଠାରେ ସାଧାରଣ ସମସ୍ୟା, ୪,୭%ଙ୍କ ଠାରେ ନର୍ଭସ ସିଷ୍ଟମ ଡିସଅର୍ଡର ଦେଖିବାକୁ ମିଳିଥିଲା।

ସୂଚନା ଅନୁସାରେ, କରୋନା ମହାମାରିରୁ ସୁରକ୍ଷା ପ୍ରଦାନ କରୁଥିବା ଟିକାକୁ ନେଇ ବଡ଼ ଖବର ଆସିଥିଲା। ଯାହା ଅତ୍ୟନ୍ତ ଚିନ୍ତାଜନକ ବିଷୟ ପାଲଟିଥିଲା। କୋଭିସିଲ୍ଡ ଟିକାରୁ ଦେଖାଦେଇପାରେ ବିରଳ ପାଶ୍ୱର୍ପ୍ରତିକ୍ରିୟା। ଅକ୍ସଫୋର୍ଡ ଓ ଆଷ୍ଟ୍ରାଜେନିକା କମ୍ପାନୀ ଦ୍ୱାରା ପ୍ରସ୍ତୁତ କୋଭିସିଲ୍ଡକୁ ନେଇ କୋର୍ଟରେ ଏକ ମାମଲା ଚାଲିଥିଲା। ଶେଷରେ ୪ ବର୍ଷ ଲଢେଇ ପରେ କୋର୍ଟରେ ସତ ମାନିଥିଲା ଆଷ୍ଟ୍ରାଜେନିକା କମ୍ପାନୀ।

ପାଶ୍ୱର୍ପ୍ରତିକ୍ରିୟା ନେଇ ପ୍ରଶ୍ନ ଉଠିବା ପରେ ବଜାରରୁ ଭାକ୍ସିନ ଫେରାଇ ନେଇଛି ଆଷ୍ଟ୍ରୋଜେନିକା କମ୍ପାନୀ। କୋଭିଡ୍-୧୯ ଭାକ୍ସିନକୁ ବଜାରରୁ ଫେରାଇ ନେବାକୁ ନିଷ୍ପତ୍ତି ନେଇଥିଲା କମ୍ପାନୀ। କମ୍ପାନୀ ଭାକ୍ସିନ୍ ଫେରାଇ ନେବାର କାରଣ ଅନ୍ୟ କିଛି କହିଛି।ଆଷ୍ଟ୍ରୋଜେନିକା କମ୍ପାନୀର କହିବା କଥା କୋଭିଡ୍ ମହାମାରୀ ପରେ ଯେଉଁଭଳି କରୋନା ଭାକ୍ସିନର ସପ୍ଲାଇ କରାଗଲା, ତାହା ଆବଶ୍ୟକତା ଠାରୁ ମାର୍କେଟରେ ଅଧିକ ହୋଇଯାଇଥିଲା। ଏଥିପାଇଁ କମ୍ପାନୀ ବଜାରରୁ ଭାକ୍ସିନ୍ ଫେରାଇ ନେବାକୁ ନିଷ୍ପତ୍ତି ନେଇଥିବା କହିଥିଲା। ତେବେ ଭାରତରେ ପ୍ରସ୍ତୁତ ହୋଇଥିବା କୋଭିସିଲ୍ଡ ଟିକା ନେଇଥିବା ବ୍ୟକ୍ତିଙ୍କଠାରେ ରକ୍ତ ଜମାଟ ବାନ୍ଧିବା, ପ୍ଲେଟଲେଟ୍ କାଉଣ୍ଟ କମିବା ଭଳି ପାର୍ଶ୍ୱ ପ୍ରତିକ୍ରିୟା ଦେଖାଯିବା ନେଇ ଖବର ସାମ୍ନାକୁ ଆସିବା ପରେ ଲୋକଙ୍କ ମଧ୍ୟରେ ଛନକା ପଶିଥିଲା।

Leave A Reply

Your email address will not be published.