ସୁପ୍ରିମକୋର୍ଟ ବାର ଆସୋସିଏସନ ନିର୍ବାଚନ; ବିଜୟ ଲାଭ କଲେ କପିଲ ସିବଲ
ଓଏଲ୍ ବ୍ୟୁରୋ: ସୁପ୍ରିମକୋର୍ଟ ବାର ଆସୋସିଏସନ ଅଧ୍ୟକ୍ଷ ନିର୍ବାଚନରେ ବରିଷ୍ଠ ଓକିଲ କପିଲ ସିବଲଙ୍କ ବିଜୟ ହୋଇଛି। ଏସସିବିଏର ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି କପିଲ ସିବଲ। ନିର୍ବାଚନରେ ୧୦୬୬ ଖଣ୍ଡ ଭୋଟ ପାଇଁ ସେ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱୀ, ବରିଷ୍ଠ ଓକିଲ ପ୍ରଦୀପ ରାୟଙ୍କୁ ପରାସ୍ତ କରିଥିଲେ।
ପ୍ରଦୀପ ରାୟ ୬୮୯ ଖଣ୍ଡ ଭୋଟ ପାଇଥିଲେ। ଚତୁର୍ଥ ଥର ପାଇଁ ସିବଲ ଏସସିବିଏର ଅଧ୍ୟକ୍ଷ ଭାବେ କାର୍ଯ୍ୟ କରିବେ। ମେ ୮ ତାରିଖରେ ସୁପ୍ରିମକୋର୍ଟ ବାର ଆସୋସିଏସନ (ଏସସିବିଏ) ଅଧ୍ୟକ୍ଷ ପଦ ପାଇଁ ପ୍ରାର୍ଥୀ ଘୋଷଣା ହୋଇଥିଲେ ସିବଲ। ଗତ ମଙ୍ଗଳବାର ସୁପ୍ରିମକୋର୍ଟ ବାର ଆସୋସିଏସନର ନିର୍ବାଚନ ଅନୁଷ୍ଠିତ ହୋଇଥିଲା।
ଶେଷ ଥର ପାଇଁ କପିଲ ସିବଲ ୨୦୦୧-୦୨ ମସିହାରେ ଏସସିବିଏର ଅଧ୍ୟକ୍ଷ ଭାବରେ କାର୍ଯ୍ୟ କରିଥିଲେ। ଏହା ପୂର୍ବରୁ ମଧ୍ୟ ଦୁଇଥର ଏହି ପଦରେ ରହିଥିଲେ। ନିର୍ବାଚନ ହେବା ପୂର୍ବରୁ କପିଲ ସିବଲ କହିଥିଲେ ଯେ, ଆଇନ ଶୃଙ୍ଖଳା ବଜାୟ ରଖିବା ପାଇଁ ସେଠାରେ ଆଇନଜୀବୀ ମାନେ ଅଛନ୍ତି। ଓକିଲଙ୍କ ଉଦ୍ଦେଶ୍ୟ ହେଉଛି ସମ୍ବାଧାନର ସୁରକ୍ଷା। ଯଦି ଆପଣ ରଜାନୀତି କରନ୍ତି ତେବେ ପ୍ରକୃତରେ ଜଣେ ଆଇନଜୀବୀ ହିସାବରେ ଆପଣ କର୍ତ୍ତବ୍ୟ ପାଳନ କରୁନା ବୋଲି କୁହାଯିବ ।