Odisha Link
Bridging the Missing Links in Odisha

କେବେ ଆସିବ ମାଟ୍ରିକ ରେଜଲ୍ଟ? ଫଳ ପ୍ରକାଶନକୁ ନେଇ ଆସିଲା ବଡ଼ ଖବର

ଓଏଲ୍‌ ବ୍ୟୁରୋ: ଦଶମ ପରୀକ୍ଷା ଫଳକୁ ନେଇ ବଡ ଖବର ସାମ୍ନାକୁ ଆସିଛି। ଚଳିତ ମାସ ଚତୁର୍ଥ ସପ୍ତାହ ସୁଦ୍ଧା ମାଟ୍ରିକ ରେଜଲ୍ଟ ପ୍ରକାଶ ପାଇବ। ମେ ମାସ ଶେଷ ଆଡ଼କୁ ଦଶମ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ କରାଇବା ପାଇଁ ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଲକ୍ଷ୍ୟ ରଖିଛି। ନିର୍ବାଚନୀ ତାଲିମ୍ କାର୍ଯ୍ୟ ଏବଂ ବୋର୍ଡ ପକ୍ଷରୁ ଚଳିତ ବର୍ଷ ଦଶମ ଫଳ ପ୍ରକାଶନ ବ୍ୟବସ୍ଥାରେ ଏଥର କିଛି ନୂଆ ପଦକ୍ଷେପ ନେଇଥିବାରୁ ଫଳ ପ୍ରକାଶ ଲାଗି ଆକଳନ ହୋଇଥିବା ପୂର୍ବ ଧାର୍ଯ୍ୟ ସମୟକୁ ଘୁଞ୍ଚାଇ ଦିଆଯାଇଛି।

ପରୀକ୍ଷା ଫଳ ପ୍ରକାଶ ପରେ କୃତୀ ପରୀକ୍ଷାର୍ଥୀମାନଙ୍କୁ ଡିଜିଟାଲ୍ ସାର୍ଟିଫିକେଟ୍ ପ୍ରଦାନ କରାଯିବା ଲାଗି ନିଷ୍ପତ୍ତି ନିଆଯାଇଇଛି। ଏବେ ହ୍ୱାଟସାଆପ୍‌ରେ ପରୀକ୍ଷାର୍ଥୀମାନ ରେଜଲ୍ଟ ଜାଣିବା ଲାଗି ଆଉ ଏକ ନୂଆ ପଦକ୍ଷେପ ନେବାକୁ ବୋର୍ଡ ପ୍ରସ୍ତୁତି ଚଳାଇଛି। ଫଳ ପ୍ରକାଶ ମାତ୍ରେ ପରୀକ୍ଷାର୍ଥୀମାନେ ହାତପାଆନ୍ତାରେ ରେଜଲ୍ଟ ସିଟ୍ ପାଇବା ଲାଗି ବୋର୍ଡ ପକ୍ଷରୁ ହ୍ୱାଟସାଆପ୍‌ରେ ଏହି ସୁବିଧା ଉପଲବ୍ଧ କରାଇବାକୁ ଯୋଜନା ହୋଇଛି। ତେବେ ପରୀକ୍ଷାର୍ଥୀମାନେ ଫର୍ମପୂରଣ ସମୟରେ ଯେଉଁ ମୋବାଇଲକୁ ରେଜିଷ୍ଟ୍ରେସନ କରାଇଥିଲେ ଉକ୍ତ ନମ୍ବଲରେ ଲିଙ୍କ୍ ଦିଆଯିବ ବୋଲି ବୋର୍ଡ ସୂତ୍ରରୁ ସୂଚନା ମିଳିଛି।

Leave A Reply

Your email address will not be published.