Odisha Link
Bridging the Missing Links in Odisha

କେନ୍ଦ୍ରମନ୍ତ୍ରୀଙ୍କ ଉପରେ ପୁଣି ବର୍ଷିଲେ ପାଣ୍ଡିଆନ; ସମ୍ବଲପୁରୀ ଭାଷାକୁ ନେଇ ଉଠାଇଲେ ପ୍ରଶ୍ନ

ଓଏଲ୍‌ ବ୍ୟୁରୋ: ନିର୍ବାଚନକୁ ଦୃଷ୍ଟିରେ ରଖି ରାଷ୍ଟ୍ରୀୟ ନେତୃବୃନ୍ଦ ଘନ ଘନ ଓଡ଼ିଶା ଗସ୍ତ କରୁଛନ୍ତି। ପର୍ଯ୍ୟାୟ କ୍ରମେ ନିର୍ବାଚନକୁ ନଜରରେ ରଖି ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ବିଭିନ୍ନ ଦଳ କରୁଛନ୍ତି ଜୋରଦାର ପ୍ରଚାର। ରାଜ୍ୟରେ ୩ ପ୍ରମୁଖ ଦଳ ନିଜର ଜୋରଦାର ପ୍ରଚାର ଜାରି ରଖିଥିବାବେଳେ ଷ୍ଟାର ପ୍ରଚାରକ ମାନେ ନିର୍ବାଚନୀ ପ୍ରଚାରରେ ଲାଗିପଡିଛନ୍ତି। ଏସବୁ ଭିତରେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରଚାର କାର୍ଯ୍ଯକ୍ରମ ଆରମ୍ଭ କରିଛନ୍ତି।

ପ୍ରଥମେ ସମ୍ୱଲପୁରରେ ପହଞ୍ଚି ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଛନ୍ତି ନବୀନ। ପିଏଚଡି ପଡ଼ିଆରେ ଜନସଭାକୁ ସମ୍ବୋଧନ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି, ବିଏସକେୱାଇ ଭଲ କି, ମିଶନ ଶକ୍ତି ଭଲ କି, ମମତା ଯୋଜନା ଭଲ କି, ଲକ୍ଷ୍ମୀ ବସ୍ ଭଲ କି, ୫ଟି ସ୍କୁଲ ଭଲ କି, ପିଲା ସ୍କଲାରସିପ୍ ଭଲ କି, ଚାଷୀର କାଳିଆ ଯୋଜନା ଭଲ କି, ମଧୁବାବୁ ପେନସନ୍ ଯୋଜନା ଭଲ କି, ଚାଉଳ ପାଇଁ କାର୍ଡ ଭଲ କି, ପୁରୀ କାମ ଭଲ କି, ନବୀନ ପଟ୍ଟନାୟକ ଭଲ କି, ଶଙ୍ଖ ଚିହ୍ନ ଭଲ କି।

ଏହା ସହ ବିରୋଧୀଙ୍କୁ ଟାର୍ଗେଟ କରି କହିଛନ୍ତି, ବିରୋଧୀ ମିଛ କହୁଛନ୍ତି। ବିଜେଡି ମାଗଣା ବିଜୁଳି ଦେବ। ଜୁଲାଇରୁ ବିଜୁଳି ବିଲ ଆସିବ ନାହିଁ। ଆପଣମାନେ ଖୁସି ତ। ଏହା ଶଙ୍ଖ ଚିହ୍ନରେ ଭୋଟ ଦେବାକୁ ନିବେଦନ କରିଛନ୍ତି। ନିର୍ବାଚନ ଆସିଲେ ବିରୋଧୀ ଆସିବେ, ମିଠା ମିଠା କଥା କହିବେ, କୁମ୍ଭୀର କାନ୍ଦଣା କାନ୍ଦିବେ, ଏମାନେ ନିର୍ବାଚନ ପର୍ଯ୍ୟଟକ, ନିର୍ବାଚନ ସରିଗଲେ ଖୋଜିଲେ ବି ମିଳିବେ ନାହିଁ, ନବୀନ ପଟ୍ଟନାୟକ ଆପଣଙ୍କ ସୁଖଦୁଃଖରେ ସବୁବେଳେ ଛିଡ଼ା ହୋଇ ରହିଛନ୍ତି ବୋଲି ଦଳର ବରିଷ୍ଠ ନେତା ଭି.କେ ପାଣ୍ଡିଆନ କହିଛନ୍ତି।

ବିଜେଡି ବରିଷ୍ଠ ନେତା ଭି.କେ ପାଣ୍ଡିଆନ ପୁଣି କେନ୍ଦ୍ରମନ୍ତ୍ରୀଙ୍କୁ ଟାର୍ଗେଟ କରିଛନ୍ତି, କେତୋଟି ଶିକ୍ଷାନୁଷ୍ଠାନ ଏହି ଅଞ୍ଚଳରେ ଖୋଲିଛନ୍ତି କେନ୍ଦ୍ରମନ୍ତ୍ରୀ। ଯାହା ୧୦ ବର୍ଷ ଭିତରେ କରିନାହାନ୍ତି ୧୦ ଦିନରେ ଆସି ପ୍ରତିଶ୍ରୁତି ଦେଉଛନ୍ତି। ଏନଏଚ ୫୫ ରାସ୍ତା ୧୦ ବର୍ଷ ଭିତରେ ସରିଲାନି। ୧୦ ବର୍ଷ ଭିତରେ ସ୍କିଲ ଡେଭଲପମେଣ୍ଟ ପାଇଁ ଏ ଅଞ୍ଚଳରେ କିଛି ନାହିଁ। ସମ୍ବଲପୁରୀ ଇକତ ଶାଢୀ ଡିଜାଇନରେ ତିଆରି ହୋଇଛି କୃଷି ଭବନ। ଏଠାରେ ଟେକ୍ସଟାଇଲ ପାର୍କ କରିଛନ୍ତି କି କେନ୍ଦ୍ରମନ୍ତ୍ରୀ। ୧୦ ବର୍ଷ ଭିତରେ ସମ୍ବଲପୁର ବୀରପୁତ୍ରଙ୍କ ପାଇଁ କଣ କରିଛନ୍ତି। ହୀରାକୁଦ କଥା ଭୁଲି କେନ୍ଦ୍ରମନ୍ତ୍ରୀ ଛତିଶଗଡ ପାଇଁ ଠିଆ ହୋଇଥିଲେ।

ସମ୍ବଲପୁରୀ ଭାଷା ଓ ଶାଢ଼ୀ ପାଇଁ କ’ଣ କରିଛନ୍ତି। ଅଷ୍ଟମ ଅନୁଚ୍ଛେଦରେ ସମ୍ବଲପୁରୀ ଭାଷା କାହିଁକି ନାହିଁ। ସମ୍ବଲପୁରୀ ଶାଢ଼ୀ ପାଇଁ କଳାଭୂମିରେ ସଂଗ୍ରହାଳୟ କରିଛନ୍ତି ମୁଖ୍ୟମନ୍ତ୍ରୀ। ଏଥିପାଇଁ କୃଷି ଭବନକୁ ବିଶ୍ବରେ ଶ୍ରେଷ୍ଠ ପୁରସ୍କାର ମିଳିଛି। ସମ୍ବଲପୁର ପାଇଁ କେନ୍ଦ୍ରମନ୍ତ୍ରୀ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି। ସନ୍ଧ୍ୟା ସୁଦ୍ଧା ସମ୍ବଲପୁରବାସୀଙ୍କୁ କେନ୍ଦ୍ରମନ୍ତ୍ରୀ ଉତ୍ତର ଦିଅନ୍ତୁ ବୋଲି ଭି.କେ ପାଣ୍ଡିଆନ କହିଛନ୍ତି।

Leave A Reply

Your email address will not be published.