ବିଜେଡି ବିଧାୟିକାଙ୍କ ଭାଇଙ୍କ ପିଏ ଘରେ ଆଇଟି ରେଡ୍

ଓଏଲ୍ ବ୍ୟୁରୋ: ଅଡ଼ୁଆରେ ଝାରସୁଗୁଡ଼ା ବିଜେଡି ବିଧାୟକ ପ୍ରାର୍ଥିନୀ ଦୀପାଳି ଦାସଙ୍କ ଭାଇ ତଥା ଦିବଙ୍ଗତ ମନ୍ତ୍ରୀ ନବ ଦାସଙ୍କ ପୁଅ ବିଶାଳ ଦାସ। ଗତକାଲି ବିଶାଳ ଦାସଙ୍କୁ ଆଇଟି ଟିମ୍ ୪ ଘଣ୍ଟା ପଚରାଉଚରା କରିବା ପରେ ତେଙ୍କ ପିଏଙ୍କ ଘରେ ଆଜି ଆୟକର ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି। ବିଶାଳଙ୍କ ପର୍ସନାଲ ଆସିଷ୍ଟାଣ୍ଟ ଆଶିଷ ଦାସଙ୍କ କୋଲାବିରା ଘରେ ରେଡ୍ ହୋଇଥିବା ଜଣାପଡ଼ିଛି।
ଗତକାଲି ରାଉରକେଲା, ସୁନ୍ଦରଗଡ, ସମ୍ବଲପୁର ଓ ଭୁବନେଶ୍ୱରର ଆୟକର ଅଧିକାରୀ ବିଶାଳଙ୍କୁ ପଚରାଉଚରା କରିଥିଲେ। ଆୟକର ବିଭାଗର ୪ଟି ଟିମରେ ୧୫ ଅଧିକାରୀ ସାମିଲ ଥିଲେ। ଆୟକର ବିଭାଗ ବିଶାଳ ଦାସଙ୍କୁ ଝାରସୁଗୁଡ଼ାର ଏକ ଘରୋଇ ହୋଟେଲକୁ ଡାକି ୪ ଘଣ୍ଟା ଧରି ଜେରା କରିବା ପରେ ଛାଡ଼ିଥିଲା। କେଉଁଥି ପାଇଁ ଆୟକର ବିଭାଗ ବିଶାଳଙ୍କୁ ଜେରା କରିଥିଲା, ବିଶାଳ ଟିକସ ଫାଙ୍କି ଥିଲେ କି, ନା ଅନ୍ୟ କିଛି କାରଣ ରହିଛି ତାହା ମଧ୍ୟ ଜଣାପଡ଼ିନାହିଁ। ଏନେଇ ବିଶାଳ ଦାସଙ୍କ କୌଣସି ପ୍ରତିକ୍ରିୟ ମିଳିପାରିନି।