Odisha Link
Bridging the Missing Links in Odisha

ଭିଡିଓ ଜାରି କରି ବିଜେପି ନେତାଙ୍କୁ ଟାର୍ଗେଟ କଲେ ନବୀନ, କହିଲେ-ନିଜ ରାଜ୍ୟକୁ ଦେଖ

ଓଏଲ୍‌ ବ୍ୟୁରୋ: ରାଜ୍ୟ ରାଜନୀତି ସରଗରମ। ସବୁବେଳେ ମାପିଚୁପି କଥା କହୁଥିବା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଚଳିତ ନିର୍ବାଚନରେ କିନ୍ତୁ କଡା ଟାର୍ଗେଟ କରିଛନ୍ତି। ମଞ୍ଚରେ ବିରୋଧୀଙ୍କୁ କଡ଼ା ସମାଲୋଚନା କରୁଥିବା ବେଳେ ଆଜି ଭିଡିଓ ଜାରି କରି ବିଜେପିର ଶୀର୍ଷ ନେତୃତ୍ବଙ୍କୁ ଟାର୍ଗେଟ କରିଛନ୍ତି। ଯାହାଫଳରେ ରାଜ୍ୟ ରାଜନୀତିର ପାରା ବଢ଼ିବାରେ ଲାଗିଛି।

ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନର ଠିକ୍‌ ଦିନକ ପୂର୍ବରୁ ଭିଡିଓ ଜାରି ବିରୋଧିଙ୍କୁ କଡା ଟାର୍ଗେଟ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେ କହିଛନ୍ତି, ଭାରତୀୟ ଜନତା ପାର୍ଟିର କେନ୍ଦ୍ରମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ମାନେ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଆଉ ଓଡ଼ିଶାର ଜନସାଧାରଣଙ୍କୁ ପ୍ରତିଶ୍ରୁତି ଦେଇ କହୁଛନ୍ତି ଯେ ସାରା ଦେଶରେ ଓଡ଼ିଶାକୁ ୧ ନମ୍ବର ରାଜ୍ୟ କରିଦେବୁ। ପ୍ରଥମେ ନିଜ ରାଜ୍ୟକୁ ଦେଖନ୍ତୁ ବୋଲି କହିଛନ୍ତି ନବୀନ। ସେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମାଙ୍କୁ ଟାର୍ଗେଟ କରି କହିଛନତି, ଆସାମ ମୁଖ୍ୟମନ୍ତ୍ରୀ ଓଡ଼ିଶାରେ ଅଛନ୍ତି। ଆହୁରି କହୁଛନ୍ତି ଓଡ଼ିଶାକୁ ନମ୍ବର ୧ ରାଜ୍ୟ କରିବୁ। ସେ ତାଙ୍କ ରାଜ୍ୟ ଉପରେ ଥରେ ନଜର ପକାନ୍ତୁ। ଆସାମର ଋଣଭାର ଓଡ଼ିଶାଠାରୁ ୨ ଗୁଣା। ଓଡ଼ିଶାର ଲୋକେ ସେମାନଙ୍କ ଉପରେ ହସୁଛନ୍ତି ବୋଲି ଭିଡିଓରେ ନବୀନ ପଟ୍ଟନାୟକ କହିଛନ୍ତି।

Leave A Reply

Your email address will not be published.