ପୁଣି ଫେରିଲା କରୋନା, ମାସ୍କ ପିନ୍ଧିବାକୁ ସତର୍କ ସୂଚନା ଜାରି
ଓଏଲ୍ ବ୍ୟୁରୋ: ପୁଣିଥରେ ଫେରିଲା ମହାମାରୀ କରୋନା। ସିଙ୍ଗାପୁରରେ କ୍ରମାଗତ ଭାବେ କରୋନା ମାମଲା ବଢ଼ିବାରେ ଲାଗିଛି। ଯାହାଫଳରେ ବିଶ୍ବର ଅନ୍ୟ ଦେଶମାନଙ୍କରେ ମଧ୍ୟ ଆତଙ୍କ ସୃଷ୍ଟି ହୋଇଛି। ଏହାକୁ ନଜରରେ ରଖି ସିଙ୍ଗାପୁର ସରକାର ମାସ୍କ ପିନ୍ଧିବାକୁ ସତର୍କ ସୂଚନା ଜାରି କରିଛନ୍ତି। ଏଥିସହିତ ସତର୍କ ରହିବାକୁ ଜନସାଧାରଣଙ୍କୁ ନିବେଦନ କରିଛନ୍ତି ସିଙ୍ଗାପୁର ସରକାର।
ବିଗତ କିଛି ଦିନ ହେବ ସିଙ୍ଗାପୁରରେ କୋଭିଡ୍-୧୯ ମାମଲା କ୍ରମାଗତ ଭାବରେ ବୃଦ୍ଧି ପାଉଛି। ମେ’ ୫ ରୁ ୧୧ ମଧ୍ୟରେ ପ୍ରାୟ ୨୬,୦୦୦ ମାମଲା ପଞ୍ଜିକୃତ ହୋଇଥିଲା। ସିଙ୍ଗାପୁରର ସ୍ୱାସ୍ଥ୍ୟମନ୍ତ୍ରୀ ଅଙ୍ଗ ୟେ କୁଙ୍ଗ ଲୋକଙ୍କୁ ମାସ୍କ ପିନ୍ଧିବାକୁ ପରାମର୍ଶ ଦେଇଛନ୍ତି। ବାହାରକୁ ବାହାରିଲେ ମାସ୍କ ପିନ୍ଧିବା ଲାଗି ସତର୍କ ସୂଚନା ଜାରି କରାଯାଇଛି।
କ୍ରମାଗତ ଭାବେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା କାରଣରୁ ସିଙ୍ଗାପୁରର ସ୍ୱାସ୍ଥ୍ୟମନ୍ତ୍ରୀ ଅଙ୍ଗ ୟେ କୁଙ୍ଗ ଲୋକଙ୍କୁ ମାସ୍କ ପିନ୍ଧିବାକୁ ପରାମର୍ଶ ଦେଇଛନ୍ତି। ବାହାରକୁ ବାହାରିଲେ ମାସ୍କ ପିନ୍ଧିବା ଲାଗି ସତର୍କ ସୂଚନା ଜାରି କରାଯାଇଛି। ଏଥି ସହିତ ସିଙ୍ଗାପୁରର ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି ଯେ ଆଗାମୀ ଦୁଇରୁ ଚାରି ସପ୍ତାହ ମଧ୍ୟରେ ଲହର ଶିଖରରେ ପହଞ୍ଚିପାରେ । ଏହାର ସ୍ପଷ୍ଟ ଅର୍ଥ ହେଉଛି ଜୁନ୍ ମଧ୍ୟଭାଗରୁ ଶେଷ ପର୍ଯ୍ୟନ୍ତ ସିଙ୍ଗାପୁରରେ ଏକ ନୂଆ ଲହର ଦେଖାଯିବ । ଅର୍ଥାତ୍ ଜୁନ୍ ୧୫ରୁ ୩୦ ମଧ୍ୟରେ କରୋନାର ନୂଆ ଲହର ସିଙ୍ଗାପୁରରେ ଆସିବ।
ସେହିପରି ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ ହସ୍ପିଟାଲରେ ଶଯ୍ୟା କ୍ଷମତା ସଂରକ୍ଷଣ ପାଇଁ ନୂତନ ପଦକ୍ଷେପ ନିଆଯାଉଛି। ସରକାରୀ ଡାକ୍ତରଖାନାଗୁଡ଼ିକୁ ସେମାନଙ୍କର ଅଣ-ଜରୁରୀ ଇଲେକ୍ଟିଭ୍ ସର୍ଜରୀ ମାମଲା ହ୍ରାସ କରିବାକୁ ଏବଂ ଆକ୍ରାନ୍ତଙ୍କୁ ଉପଯୁକ୍ତ ପ୍ରଭାବଶାଳୀ ଚିକିତ୍ସା ପ୍ରଦାନ କରିବାକୁ କୁହାଯାଇଛି। ଘରେ ସାମାନ୍ୟ ଅସୁସ୍ଥ ବ୍ୟକ୍ତିଙ୍କ ଯତ୍ନ ନେବାକୁ ମଧ୍ୟ କୁହାଯାଇଛି।