Odisha Link
Bridging the Missing Links in Odisha

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଚାଲିଗଲା ୧୫ ଜୀବନ, ୧୦ ଗୁରୁତର

ଓଏଲ୍‌ ବ୍ୟୁରୋ: ଛତିଶଗଡ଼ରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଥିବା ଖବର ସାମ୍ନାକୁ ଆସଛି। ପିକଅପ୍ ଭ୍ୟାନ ଧକ୍କାରେ ୧୫ ଜଣ ପ୍ରାଣ ହରାଇଛନ୍ତି। ୧୦ ବ୍ୟକ୍ତି ଗୁରୁତର ଭାବେ ଆହତ ହୋଇଛନ୍ତି। ଆହତ ବ୍ୟକ୍ତିଙ୍କୁ ନିକଟସ୍ତ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ଏହି ଦୁର୍ଘଟଣା କୁକଦୁର ପୁଲିସ ଷ୍ଟେସନ ଅଧୀନରେ ଥିବା ବାହପାନି ଗ୍ରାମ ନିକଟରେ ଘଟିଛି।

ସୂଚନା ଅନୁସାରେ, କେନ୍ଦୁପତ୍ର ତୋଳି ଫେରିବା ସମୟରେ ଗାଡିଟି ଭାରସାମ୍ୟ ହରାଇ ଖସି ପଡିଥିଲା। ପରେ ୧୫ ଜଣଙ୍କ ମୃତ୍ୟୁ ହୋଇଥିଲା। ତେବେ ମୃତ ବ୍ୟକ୍ତିଙ୍କ ମଧ୍ୟରେ ଅଧିକାଂଶ ମହିଳା ଥିବା ସୂଚନା ରହିଛି। ତେବେ ଘଟଣା ସ୍ଥାନରେ ପୁଲିସ ଏବଂ ଉଦ୍ଧାରକାରୀ ଦଳ ପହଁଞ୍ଚି ପୀଡିତାଙ୍କୁ ଉଦ୍ଧାର କରିଥିଲେ।

Leave A Reply

Your email address will not be published.