Odisha Link
Bridging the Missing Links in Odisha

ଦେଶରେ ପଞ୍ଚମ ପର୍ଯ୍ୟାୟ ନିର୍ବାଚନ: ଦିନ ୧୧ଟା ସୁଦ୍ଧା ୨୩.୬୬ ପ୍ରତିଶତ ମତଦାନ

ଓଏଲ୍‌ ବ୍ୟୁରୋ: ସାରା ଦେଶରେ ନିର୍ବାଚନ ମାହୋଲ। ଆଜି ଦେଶର ପଞ୍ଚମ ପର୍ଯ୍ୟାୟ ଓ ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ। ନିଜ ମନ ପସନ୍ଦର ନେତା ଚୟନ କରୁଛନ୍ତି ମତଦାତା। ଦେଶରେ ପଞ୍ଚମ ପର୍ଯ୍ୟାୟ ମତଦାନ ପ୍ରକ୍ରିୟାରେ ଦିନ ୧୧ଟା ସୁଦ୍ଧା ୨୩.୬୬ ପ୍ରତିଶତ ମତଦାନ ରେକର୍ଡ ହୋଇଥିବାବେଳେ ପଶ୍ଚିମବଙ୍ଗରେ ସର୍ବାଧିକ ୩୨.୭ ପ୍ରତିଶତ ମତଦାନ ରେକର୍ଡ କରାଯାଇଛି। ମହାରାଷ୍ଟ୍ରରେ ସର୍ବନିମ୍ନ ୧୫.୯୩ ପ୍ରତିଶତ ମତଦାନ ରେକର୍ଡ କରାଯାଇଛି।

ସେହିଭଳି ଓଡ଼ିଶାରେ ଆଜି ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେଉଛି। ସକାଳ ୭ଟାରୁ ମତଦାନ କେନ୍ଦ୍ରରେ ଲାଗିଛି ମତଦାତାଙ୍କ ଲମ୍ବା ଲାଇନ୍। ପୂର୍ବାହ୍ନ ୧୧ଟା ସୁଦ୍ଧା ରାଜ୍ୟରେ ୨୧.୦୭ ପ୍ରତିଶତ ଭୋଟିଂ ହୋଇଥିବା ସୂଚନା ଦେଇଛନ୍ତି ରାଜ୍ୟ ନିର୍ବାଚନ ଅଧିକାରୀ। ପୂର୍ବାହ୍ନ ୯ଟା ସୁଦ୍ଧା ୬.୯୯ ପ୍ରତିଶତ ଭୋଟିଂ ହୋଇଥିଲା।

ପୂର୍ବାହ୍ନ ୧୧ଟା ସୁଦ୍ଧା ଆସ୍କା ସଂସଦୀୟ କ୍ଷେତ୍ରରେ ୨୧.୫୩%, ବରଗଡ଼ ସଂସଦୀୟ କ୍ଷେତ୍ରରେ ୨୨.୯୫%, ବଲାଙ୍ଗୀର ସଂସଦୀୟ କ୍ଷେତ୍ରରେ ୧୭.୯୦%, କନ୍ଧମାଳ ସଂସଦୀୟ କ୍ଷେତ୍ରରେ ୨୧.୧୯%, ସୁନ୍ଦରଗଡ଼ ସଂସଦୀୟ କ୍ଷେତ୍ରରେ ୨୨.୧୯ % ଭୋଟିଂ ହୋଇଛି। ଏପର୍ଯ୍ୟନ୍ତ ସର୍ବାଧିକ ଭୋଟିଂ ବରଗଡ଼ ସଂସଦୀୟ କ୍ଷେତ୍ରରେ ହୋଇଥିବା ବେଳେ ସର୍ବନିମ୍ନ ବଲାଙ୍ଗୀରରେ ହୋଇଛି।

ସେହିପରି ବିଧାନସଭା କ୍ଷେତ୍ରକୁ ଯଦି ଦେଖିବା ତେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଠିଆ ହୋଇଥିବା କଣ୍ଟାବାଞ୍ଜିରେ ଦିନ ୧୧ଟା ସୁଦ୍ଧା ସବୁଠୁ କମ୍‌ ଭୋଟିଂ ହୋଇଛି। ବର୍ତ୍ତମାନ ସୁଦ୍ଧା ୧୧.୫୮ ପ୍ରତିଶତ ଭୋଟିଂ ହୋଇଛି। ସେହିପରି ସର୍ବାଧିକ ୨୭ ପ୍ରତିଶଥ ଭୋଟିଂ ଅତାବିରା ବିଧାନସଭା ଆସନରେ ହୋଇଛି।

Leave A Reply

Your email address will not be published.