ଆଜି ଭୁବନେଶ୍ବରରେ ନବୀନଙ୍କ ରୋଡ ଶୋ’, ଜାଣନ୍ତୁ କ’ଣ ରହିଛି ଟ୍ରାଫିକ କଟକଣା

ଓଏଲ୍ ବ୍ୟୁରୋ: ନିର୍ବାଚନ ତାରିଖ ଯେତେ ପାଖଉଛି ସେତେ ସରଗରମ ହେବାରେ ଲାଗିଛି ଓଡ଼ିଶା ରାଜନୀତି। ଆଉ କିଛି ସମୟ ପରେ ପୁରୀରେ ଏକ ବିଶାଳ ରୋଡ ଶୋ’ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହାକୁ କାଉଣ୍ଟର କରିବାକୁ ରଣନୀତି କରିଛି ଶାସକ ଦଳ ବିଜୁ ଜନତା ଦଳ। ଆଜି ସନ୍ଧ୍ୟାରେ ଭୁବନେଶ୍ବରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିଶାଳ ରୋଡ ଶୋ’ କାର୍ଯ୍ୟକ୍ରମ ରହିଛି।
ମୁଖ୍ୟମନ୍ତ୍ରୀଙ୍କ ରୋଡ ଶୋ’ ପାଇଁ କମିଶନରେଟ ପୁଲିସ ପକ୍ଷରୁ ଟ୍ରାଫିକ କଟକଣା ଜାରି କରାଯାଇଛି। ପୁଲିସ କମିଶନରେଟ ଭୁବନେଶ୍ବର କଟକ ଟ୍ରାଫିକ୍ ଓ ପବ୍ଲିକ୍ ଅର୍ଡର ୨୦ ଧାରା ୩୬ ଅନୁସାରେ, ଅପରାହ୍ନ ୪ଟାରୁ ରୋଡ ଶୋ’ ସରିବା ପର୍ଯ୍ୟନ୍ତ ରହିବ କଟକଣା।ଏହି ସମୟରେ ଯାତାୟାତା ଉପରେ କଟକଣା ରହିବ ବୋଲି ସୂଚନା ରହିଛି। ଅପରାହ୍ନ ୪ରୁ ଭୁବନେଶ୍ବରର ପୁନମା ଗେଟ ଫ୍ଲାଏ ଓଭର ବ୍ରିଜ, ପଳାଶପଲ୍ଲୀ ଠାରୁ ବିଡିଏ କଲୋନୀ ଛକ, ସୁନ୍ଦରପଦା ହାଟ, ପୋଖରୀପୁଟ ଛକ, ପ୍ରମେୟ ଛକ, ଶିରିପୂର ଛକ, ଗଙ୍ଗନଗର ଛକ, ରାଜେନ୍ଦ୍ର ବିହାର ହୋଇ ଏକାମ୍ର ଛକରେ ରୋଡ ଶୋ’ ଶେଷ ହେବ।
ପୁନମା ଗେଟ ଫ୍ଲାଏ ଓଭର ବ୍ରିଜ, ପଳାଶପଲ୍ଲୀ ଠାରୁ ବିଡିଏ କଲୋନୀ ଛକ, ସୁନ୍ଦରପଦା ହାଟ, ପୋଖରୀପୁଟ ଛକ, ପ୍ରମେୟ ଛକ, ଶିରିପୂର ଛକ, ଗଙ୍ଗନଗର ଛକ, ରାଜେନ୍ଦ୍ର ବିହାର ହୋଇ ଏକାମ୍ର ଛକ ରାସ୍ତା ଦେଇ କୌଣସି ପ୍ରକାରର ଯାନବାହନ ଯିବା ଆସିବା କରି ପାରିବେ ନାହିଁ । କୌଣସି ପ୍ରକାରର ଯାନବାହାନ ଖଣ୍ଡଗିରୀ ଛକ ପଟୁ ଜାଗମାର ଛକ ଆଡକୁ ଓ ଡେଲ୍ ଛକ ପଟୁ ସିଟି ଓମେନ୍ସ କଲେଜ ଆଡକୁ ଯାଇପାରିବେ ନାହିଁ । ଉକ୍ତ ରାସ୍ତାକୁ ସଂଯୋଗ କରୁଥିବା ସମସ୍ତ ଗଳି ରାସ୍ତାରୁ କୌଣସି ପ୍ରକାରର ଯାନବାହନ ସେହି ରାସ୍ତାକୁ ଯିବାକୁ ଦିଆଯିବ ନାହିଁ ବୋଲି କମିଶନରେଟ ପୁଲିସ ପକ୍ଷରୁ କୁହାଯାଉଛି।