Odisha Link
Bridging the Missing Links in Odisha

ଆଜି ଭୁବନେଶ୍ବରରେ ନବୀନଙ୍କ ରୋଡ୍ ଶୋ’, ମୋ ବସ୍ ଚଳାଚଳକୁ ନେଇ ସୂଚନା ଜାରି

ଓଏଲ୍‌ ବ୍ୟୁରୋ: ସାରା ଦେଶରେ ନିର୍ବାଚନ ମାହୋଲ। ଓଡ଼ିଶାରେ ଆରମ୍ଭ ହୋଇଛି ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ମତଦାନ। ସକାଳ ୭ଟା ବାଜିବା କ୍ଷଣି ଆରମ୍ଭ ହୋଇଛି ମତଦାନ ପ୍ରକ୍ରିୟା। ଏସବୁ ଭିତରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସକାଳେ ପୁରୀ ଗସ୍ତରେ ଯାଇ ଜଗା ଦର୍ଶନ କରିବା ପରେ ରାଜନୈତିକ ପ୍ରଚାର କରିଥିଲେ। ଅନ୍ୟପଟେ, ଆଜି ସନ୍ଧ୍ୟାରେ ଭୁବନେଶ୍ବରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିଶାଳ ରୋଡ ଶୋ’ କାର୍ଯ୍ୟକ୍ରମ ରହିଛି।

ମୁଖ୍ୟମନ୍ତ୍ରୀଙ୍କ ରୋଡ ଶୋ’ ପାଇଁ କମିଶନରେଟ ପୁଲିସ ପକ୍ଷରୁ ଟ୍ରାଫିକ କଟକଣା ଜାରି କରାଯାଇଛି। ପୁଲିସ କମିଶନରେଟ ଭୁବନେଶ୍ବର କଟକ ଟ୍ରାଫିକ୍ ଓ ପବ୍ଲିକ୍ ଅର୍ଡର ୨୦ ଧାରା ୩୬ ଅନୁସାରେ, ଅପରାହ୍ନ ୪ଟାରୁ ରୋଡ ଶୋ’ ସରିବା ପର୍ଯ୍ୟନ୍ତ ରହିବ କଟକଣା।ଏହି ସମୟରେ ଯାତାୟାତା ଉପରେ କଟକଣା ରହିବ ବୋଲି ସୂଚନା ରହିଛି। ଅପରାହ୍ନ ୪ରୁ ଭୁବନେଶ୍ବରର ପୁନମା ଗେଟ ଫ୍ଲାଏ ଓଭର ବ୍ରିଜ, ପଳାଶପଲ୍ଲୀ ଠାରୁ ବିଡିଏ କଲୋନୀ ଛକ, ସୁନ୍ଦରପଦା ହାଟ, ପୋଖରୀପୁଟ ଛକ, ପ୍ରମେୟ ଛକ, ଶିରିପୂର ଛକ, ଗଙ୍ଗନଗର ଛକ, ରାଜେନ୍ଦ୍ର ବିହାର ହୋଇ ଏକାମ୍ର ଛକରେ ରୋଡ ଶୋ’ ଶେଷ ହେବ।

ପୁନମା ଗେଟ ଫ୍ଲାଏ ଓଭର ବ୍ରିଜ, ପଳାଶପଲ୍ଲୀ ଠାରୁ ବିଡିଏ କଲୋନୀ ଛକ, ସୁନ୍ଦରପଦା ହାଟ, ପୋଖରୀପୁଟ ଛକ, ପ୍ରମେୟ ଛକ, ଶିରିପୂର ଛକ, ଗଙ୍ଗନଗର ଛକ, ରାଜେନ୍ଦ୍ର ବିହାର ହୋଇ ଏକାମ୍ର ଛକ ରାସ୍ତା ଦେଇ କୌଣସି ପ୍ରକାରର ଯାନବାହନ ଯିବା ଆସିବା କରି ପାରିବେ ନାହିଁ । କୌଣସି ପ୍ରକାରର ଯାନବାହାନ ଖଣ୍ଡଗିରୀ ଛକ ପଟୁ ଜାଗମାର ଛକ ଆଡକୁ ଓ ଡେଲ୍ ଛକ ପଟୁ ସିଟି ଓମେନ୍ସ କଲେଜ ଆଡକୁ ଯାଇପାରିବେ ନାହିଁ । ଉକ୍ତ ରାସ୍ତାକୁ ସଂଯୋଗ କରୁଥିବା ସମସ୍ତ ଗଳି ରାସ୍ତାରୁ କୌଣସି ପ୍ରକାରର ଯାନବାହନ ସେହି ରାସ୍ତାକୁ ଯିବାକୁ ଦିଆଯିବ ନାହିଁ ବୋଲି କମିଶନରେଟ ପୁଲିସ ପକ୍ଷରୁ କୁହାଯାଉଛି। ରାସ୍ତା ବନ୍ଦ ରହିବା କାରଣରୁ ମୋ ବସ୍ ରୁଟ ଗୁଡିକ ୪ଟା ରୁ ପ୍ରଭାବିତ ହେବା ନେଇ କ୍ରୁଟ ପକ୍ଷରୁ ସୂଚନା ଦିଆଯାଇଛି। https://x.com/CRUT_BBSR/status/1792359458854813798

 

Leave A Reply

Your email address will not be published.