Odisha Link
Bridging the Missing Links in Odisha

ଜଗା ଦର୍ଶନ କଲେ ପ୍ରଧାନମନ୍ତ୍ରୀ, ବଡ଼ଦାଣ୍ଡରେ ବିଶାଳ ରୋଡ ଶୋ’

ଓଏଲ୍‌ ବ୍ୟୁରୋ: ସାରା ଦେଶରେ ନିର୍ବାଚନ ମାହୋଲ ଥିବାବେଳେ ଆଜି ପୁରୀ ଗସ୍ତ କରି ଜଗା ଦର୍ଶନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ୨ ଦିନିଆ ଓଡ଼ିଶା ଗସ୍ତରେ ଆସିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨ୟ ଦିବସରେ ସକାଳୁ ସକାଳୁ ପୁରୀ ଗସ୍ତ କରିଛନ୍ତି। ବାୟୁସେନାର ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ ତାଳବଣିଆ ହେଲିପ୍ୟାଡରେ ପହଞ୍ଚିଥିଲେ ମୋଦି। ନିର୍ଦ୍ଧାରିତ ସମୟ ପୂର୍ବରୁ ପୁରୀରେ ପହଞ୍ଚିଥିଲେ ପ୍ରଧାନମନ୍ତ୍ରୀ। ଜଗା ଦର୍ଶନ କରିବା ପରେ ଉପସ୍ଥିତ ଜନତାଙ୍କ ସହିତ କରମର୍ଦ୍ଦନ କରିଛନ୍ତି ନରେନ୍ଦ୍ର ମୋଦି।

ମହାପ୍ରଭୁଙ୍କୁ ଦର୍ଶନ ଶେଷ ହୋଇ ସାରିଥିବା ବେଳେ ବିଶାଳ ରୋଡ ଶୋ’ ଆରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ। ଏହାପରେ ଅନୁଗୁଳ ଏବଂ କଟକ ଗସ୍ତ କରି ସେଠାରେ ଆୟୋଜିତ ଜନସଭାକୁ ସମ୍ବୋଧିତ କରି ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ୍ ଭିକ୍ଷା କରିବେ ପ୍ରଧାନମନ୍ତ୍ରୀ।

Leave A Reply

Your email address will not be published.