Odisha Link
Bridging the Missing Links in Odisha

ଭିଡିଓ ଭାଇରାଲ ପରେ ମତଦାତାଙ୍କୁ ବାନ୍ଧିଲା ପୁଲିସ, ବିଜେପି ପ୍ରାର୍ଥୀଙ୍କୁ ଦେଇଥିଲେ ୮ଥର ଭୋଟ

ଓଏଲ୍‌ ବ୍ୟୁରୋ: ସାରା ଦେଶରେ ଗଣତନ୍ତ୍ରର ମହାପର୍ବ ଚାଲିଛି। ମନ ପସନ୍ଦର ନେତା ବାଛୁଛନ୍ତି ଜନତା। ଏସବୁ ମଧ୍ୟରେ ଜଣେ ମତଦାତାଙ୍କୁ ବାନ୍ଧିଛି ପୁଲିସ। ଉତ୍ତରପ୍ରଦେଶର ଏଟାରେ ଜଣେ ବ୍ୟକ୍ତି ବାରମ୍ବାର ଭୋଟ୍‌ ଦେଇଥିବା ନେଇ ଏକ ଭିଡିଓ ଭାଇରାଲ ହେବା ପରେ ପୁଲିସ ଉକ୍ତ ବ୍ୟକ୍ତିଙ୍କୁ ଗିରଫ କରିଛି। ସେପଟେ ନିର୍ବାଚନ ଆୟୋଗ ଉକ୍ତ ମତଦାନ କେନ୍ଦ୍ର ପୁଣି ଥରେ ଭୋଟିଂ କରିବାକୁ ସୁପାରିଶ କରିଛନ୍ତି।

ବନ୍ଧା ହୋଇଥିବା ବ୍ୟକ୍ତି ଜଣକ ଥରେ କି ଦୁଇ ଥର ନୁହେଁ ୮ ଥର ଦେଇଛନ୍ତି ଭୋଟ। ବିଜେପି ପ୍ରାର୍ଥୀଙ୍କ ସପକ୍ଷରେ ଏକାଧିକ ଭୋଟ ଦେଇଥିବା ନେଇ ଉତ୍ତରପ୍ରଦେଶ ଏଟାର ଏକ ମତଦାନ କେନ୍ଦ୍ରରେ ଜଣେ ବ୍ୟକ୍ତି ଭୋଟ୍‌ ଦେଇଥିବା ନେଇ ଦାବି କରିଥିଲେ। ଏହାର ଏକ ଭିଡିଓ କରି ସୋଶାଲ ମିଡିଆରେ ଅପ୍‌ଲୋଡ୍‌ ମଧ୍ୟ କରିଥିଲେ। ଏହି ଭିଡିଓ ଭାଇରାଲ ହୋଇଥିଲା। ଏହାକୁ କଂଗ୍ରେସ ନେତା ରାହୁଲ ଗାନ୍ଧି ଓ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଲେଶ ଯାଦବ ସେୟାର କରିଥିଲେ।

ଘଟଣା ସାମ୍ନାକୁ ଆସିବା ପରେ ଏଟା ଜିଲ୍ଲାର ନୟାଗାଓଁ ଥାନାରେ ମାମଲା ରୁଜୁ ହୋଇଛି। ଉକ୍ତ ଯୁବ ଭୋଟର୍‌ଙ୍କୁ ପୁଲିସ ଗିରଫ କରିଛି। ଗିରଫ ବ୍ୟକ୍ତି ଜଣକ ହେଲେ ପମାରାନ ଗାଁର ରାଜନ ସିଂହ। ସେପଟେ ଉକ୍ତ ଆସନରେ ପୁଣି ଥରେ ଭୋଟିଂ ପାଇଁ ନିର୍ବାଚନ ଆୟୋଗ ସୁପାରିଶ କରିବା ସହ ମତଦାନ ଦଳର ସମସ୍ତ ସଦସ୍ୟଙ୍କୁ ନିଲମ୍ବିତ କରାଯାଇଛି।

Leave A Reply

Your email address will not be published.