ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଜାରି; ପାଣ୍ଡିଆନ ଦେଲେ ବଡ଼ ବୟାନ..
ଓଏଲ୍ ବ୍ୟୁରୋ: ସାରା ଦେଶରେ ନିର୍ବାଚନ ମାହୋଲ। ଓଡ଼ିଶାରେ ଆରମ୍ଭ ହୋଇଛି ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ମତଦାନ। ସକାଳ ୭ଟା ବାଜିବା କ୍ଷଣି ଆରମ୍ଭ ହୋଇଛି ମତଦାନ ପ୍ରକ୍ରିୟା। ଆଜି ରାଜ୍ୟର ୫ ଲୋକସଭା ଓ ୩୫ଟି ବିଧାନସଭା ଆସନରେ ଆରମ୍ଭ ହୋଇଛି ମତଦାନ। ୭୯,୬୯,୮୮୭ଜଣ ମତଦାତା ସେମାନଙ୍କର ପସନ୍ଦ୍ର ନେତା ବାଛିବେ। ସକାଳ ୭ଟାରୁ ମତଦାନ ପ୍ରକ୍ରିୟା ଆରମ୍ଭ ହୋଇଥିବାବେଳେ ସଂଧ୍ୟା ୬ଟା ପର୍ଯ୍ୟନ୍ତ ମତଦାନ ହେବ। ଏହାରି ଭିତରେ ୫-ଟି ଅଧ୍ୟକ୍ଷ ଭି.କେ ପାଣ୍ଡିଆନ ବଡ଼ ବୟାନ ଦେଇଛନ୍ତି।
ଆଜି ୫-ଟି ଅଧ୍ୟକ୍ଷ ଭି.କେ ପାଣ୍ଡିଆନ କହିଛନ୍ତି, ପ୍ରଥମ ପର୍ଯ୍ୟାୟ ନିର୍ବାଚନ ତୁଳନାରେ ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନରେ ବିଜୁ ଜନତା ଦଳ ବହୁତ ଭଲ କରିବ। ବିଜେଡି ସରକାରଙ୍କ କାମ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟତା ଯୋଗୁଁ ବିଜେଡି ଆଶାତୀତ ସଫଳତା ଲାଭ କରିବ। ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନରେ ବି ବିଜେଡି ସୁଇପ କରିବ ବୋଲି ବରିଷ୍ଠ ବିଜେଡି ନେତା ତଥା ୫-ଟି ଅଧ୍ୟକ୍ଷ ଭି.କେ ପାଣ୍ଡିଆନ କହିଛନ୍ତି। ସମ୍ବଲପୁରରେ ହୋଇଥିବା ରୋଡ ଶୋରୁ ଜଣାପଡିଛି ନବୀନ ପଟ୍ଟନାୟକ କେତେ ଲୋକପ୍ରିୟ। ସମ୍ବଲପୁରରେ ବି ବିଜେଡିକୁ ଆଶାତୀତ ସଫଳତା ମିଳିବ ବୋଲି ୫-ଟି ଅଧ୍ୟକ୍ଷ ଭି.କେ ପାଣ୍ଡିଆନ କହିଛନ୍ତି।