Odisha Link
Bridging the Missing Links in Odisha

ନିର୍ବାଚନୀ ମହାପର୍ବ: ଦିନ ୧ଟା ସୁଦ୍ଧା ଦେଶରେ ୩୭.୭୩ ପ୍ରତିଶତ ମତଦାନ

ଓଏଲ୍‌ ବ୍ୟୁରୋ: ସାରା ଦେଶରେ ନିର୍ବାଚନ ମାହୋଲ। ଆଜି ଦେଶର ପଞ୍ଚମ ପର୍ଯ୍ୟାୟ ଓ ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ। ନିଜ ମନ ପସନ୍ଦର ନେତା ଚୟନ କରୁଛନ୍ତି ମତଦାତା। ଦେଶରେ ପଞ୍ଚମ ପର୍ଯ୍ୟାୟ ମତଦାନ ପ୍ରକ୍ରିୟାରେ ୩୭.୭୩ ପ୍ରତିଶତ ମତଦାନ ଗ୍ରହଣ ହୋଇଛି। ଲଦାଖରେ ସର୍ବାଧିକ ୫୨.୦୨ ପ୍ରତିଶତ ଭୋଟ ଗ୍ରହଣ ହୋଇଛି।

ସେହିଭଳି ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ପ୍ରକ୍ରିୟାରେ ଦିନ ୧ଟା ସୁଦ୍ଧା ୩୫.୩୧ ପ୍ରତିଶତ ମତଦାନ ରେକର୍ଡ ହୋଇଛି। ଓଡ଼ିଶାର ୫ ଲୋକସଭା ଆସନ ଯଥାକ୍ରମେ, ଆସିକାରେ ୩୪.୩୮ ପ୍ରତିଶତ, ବରଗଡ଼ରେ ୩୮.୧୮ ପ୍ରତିଶତ, ବଲାଙ୍ଗୀରରେ ୩୨.୮୨ ପ୍ରତିଶତ, କନ୍ଧମାଳରେ ୩୫.୦୯ ପ୍ରତିଶତ, ସୁନ୍ଦରଗଡ଼ରେ ୩୬.୩୨ ପ୍ରତିଶତ ମତଦାନ ହୋଇଛି।

ପୂର୍ବାହ୍ନ ୧୧ଟା ସୁଦ୍ଧା ଆସ୍କା ସଂସଦୀୟ କ୍ଷେତ୍ରରେ ୨୧.୫୩%, ବରଗଡ଼ ସଂସଦୀୟ କ୍ଷେତ୍ରରେ ୨୨.୯୫%, ବଲାଙ୍ଗୀର ସଂସଦୀୟ କ୍ଷେତ୍ରରେ ୧୭.୯୦%, କନ୍ଧମାଳ ସଂସଦୀୟ କ୍ଷେତ୍ରରେ ୨୧.୧୯%, ସୁନ୍ଦରଗଡ଼ ସଂସଦୀୟ କ୍ଷେତ୍ରରେ ୨୨.୧୯ % ଭୋଟିଂ ହୋଇଥିଲା। ସେହିପରି ବିଧାନସଭା କ୍ଷେତ୍ରକୁ ଯଦି ଦେଖିବା ତେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଠିଆ ହୋଇଥିବା କଣ୍ଟାବାଞ୍ଜିରେ ଦିନ ୧ଟା ସୁଦ୍ଧା ସବୁଠୁ କମ୍‌ ଭୋଟିଂ ହୋଇଛି। ବର୍ତ୍ତମାନ ସୁଦ୍ଧା ୨୬.୭୭ ପ୍ରତିଶତ ଭୋଟିଂ ହୋଇଛି। ସେହିପରି ସର୍ବାଧିକ ୪୭.୨ ପ୍ରତିଶତ ଭୋଟିଂ ବଣାଇ ବିଧାନସଭା ଆସନରେ ହୋଇଛି।

Leave A Reply

Your email address will not be published.