Odisha Link
Bridging the Missing Links in Odisha

ଚଳଚଞ୍ଚଳ ରଥଖଳା; ବିଧି ଅନୁସାରେ ଚାଲିଛି ରଥ ନିର୍ମାଣ କାର୍ଯ୍ୟ

ଓଏଲ୍‌ ବ୍ୟୁରୋ: ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ଏବେଠୁ ଚଳଚଂଚଳ ପୁରୀ ସହର। ରଥଯାତ୍ରା ପାଇଁ ଚଳଚଞ୍ଚଳ ରଥ ଖଳା। ଆଜି ରଥ ଖଳାରେ ତୁମ୍ବ ଘେରକଟା, ବିନ୍ଧ ଓ ଠେକ ତୁଲିଆ କାମ ଆଗେଇଚାଲିଛି। ତିନି ରଥର ୪୨ ଗୋଟି ତୁମ୍ବ ର ୧୬ ଯୋଡା ବିନ୍ଧ କାର୍ଯ୍ୟ ଶେଷ ହୋଇ ଉକ୍ତ ତୁମ୍ବ ଗୁଡ଼ିକରେ ଅଗର ବିନ୍ଧ କାଯ୍ୟ ମଧ୍ୟ ଶେଷ ହୋଇଛି।

ତିନି ରଥର ୪୨ ଗୋଟି ତୁମ୍ବରେ ୧୬ ଯୋଡା ବିନ୍ଧ କାର୍ଯ୍ୟ ତିନିରଥ ମହାରଣା ସେବକ ମାନେ ଶେଷ କଲା ପରେ ସେହି ତୁମ୍ବ ଗୁଡିକରେ ଅରକଣ୍ଟା ବାଡିଆ ପାଇଁ ଅଗର ବିନ୍ଧ କାର୍ଯ୍ୟ ମଧ୍ୟ ଶେଷ କରିଛନ୍ତି। ତାଳଧ୍ଵଜ ରଥର ୧୪ ଗୋଟି ତୁମ୍ବର ୧୬ ଯୋଡା ବିନ୍ଧ କାର୍ଯ୍ୟ ଶେଷ ହେବା ପରେ ଉକ୍ତ ତୁମ୍ବ ଗୁଡ଼ିକରେ ଅରକଣ୍ଟା ବାଡ଼ିଆ ପାଇଁ ଅଗର ବିନ୍ଧ କାର୍ଯ୍ୟ ମଧ୍ୟାହ୍ନ ବିରତି ପୂର୍ବରୁ ମହାରଣା ସେବକ ମାନେ ଶେଷ କରିଥିଲେ।

ଦର୍ପ ଦଳନ ରଥର ମୋଟ ୧୨ ଗୋଟି ତୁମ୍ବର ୧୬ ଯୋଡା ବିନ୍ଧ କାର୍ଯ୍ୟ ଶେଷ ହୋଇଥିବାବେଳେ ନନ୍ଦିଘୋଷ ରଥର ୧୬ ଗୋଟି ତୁମ୍ବର ୧୬ ଯୋଡା ବିନ୍ଧ ମହାରଣା ସେବକ ମାନେ ଶେଷ କରିବା ପରେ ଉକ୍ତ ତୁମ୍ବ ଗୁଡିକରେ ଅର କଣ୍ଟା ବାଡିଆ ସହଜ ହେବା ପାଇଁ ତୁମ୍ବ ବିନ୍ଧ ପାର୍ଶ୍ୱରେ ଅଗର ବିନ୍ଧ ପକାଇବା ଶେଷ କରିଥିଲେ। ତେବେ ବର୍ତ୍ତମାନ ରଥ ନିର୍ମାଣ କାର୍ଯ୍ୟ ବିଧି ମୁତାବକ ଜୋରସୋରରେ ଚାଲିଛି।

Leave A Reply

Your email address will not be published.