ନିର୍ବାଚନକୁ ନେଇ ସରଗରମ ଓଡ଼ିଶା ରାଜନୀତି; ବିଜେଡିରେ ଚାଲିଛି ମିଶ୍ରଣ ପର୍ବ
ଓଏଲ୍ ବ୍ୟୁରୋ: ଗଣତନ୍ତ୍ରର ମହାପର୍ବ ଆରମ୍ଭ ହୋଇଛି। ଗତକାଲି ଦେଶରେ ପଞ୍ଚମ ଓ ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇଛି। ରାଜ୍ୟରେ ଦୁଇଟି ପର୍ଯ୍ୟାୟ ନିର୍ବାଚନ ପ୍ରକ୍ରିୟା ଶେଷ ହୋଇଥିବାବେଳେ ଆଉ ଦୁଇଟି ପର୍ଯ୍ୟାୟ ନିର୍ବାଚନ ପାଖେଇ ଆସୁଛି। ଏସବୁ ଭିତରେ ଦିନକୁ ଦିନ ରୋଚକ ହେବାରେ ଲାଗିଛି ଓଡ଼ିଶା ରାଜନୀତି। ଗୋଟେ ପଟେ ନିର୍ବାଚନ ଜାରି ରହିଥିବାବେଳେ ଏବେ ବି ନେତାଙ୍କ ଦଳ ଡିଆଁ ପର୍ବ ଜାରି ରହିଛି।
ଏସବୁ ଭିତରେ ଶଙ୍ଖଭବନରେ ବିଜେଡିର ମିଶ୍ରଣ ପର୍ବ ଜାରି ରହିଛି। ରେଙ୍ଗାଲିରେ ବଢ଼ିଲା ବିଜେଡି ଶକ୍ତି। ବିଜେଡିରେ ମିଶିଲେ ରେଙ୍ଗାଲିର ପୂର୍ବତନ ବିଧାୟକ ଦୁର୍ଯ୍ୟୋଧନ ଗରଡିଆଙ୍କ ସହ ଅନେକ କଂଗ୍ରେସ କର୍ମୀ। ସାଂସଦ ସସ୍ମିତ ପାତ୍ରଙ୍କ ଉପସ୍ଥିତିରେ ବିଜେଡିରେ ସାମିଲ ହୋଇଛନ୍ତି। ରାଜ୍ୟରେ ଦୁଇଟି ପର୍ଯ୍ୟାୟ ନିର୍ବାଚନ ସରିଥିଲେ ମଧ୍ୟ ନେତାଙ୍କ ଦଳ ଡିଆଁ ପର୍ବ ଶେଷ ହୋଇନି।