Odisha Link
Bridging the Missing Links in Odisha

୪ ବିଧାୟକଙ୍କୁ କାରଣ ଦର୍ଶାଅ ନୋଟିସ, ନିକଟରେ ବଦଳାଇଥିଲେ ଦଳ

ଓଏଲ୍‌ ବ୍ୟୁରୋ: ଗଣତନ୍ତ୍ରର ମହାପର୍ବ ଆରମ୍ଭ ହୋଇଛି। ଗତକାଲି ଦେଶରେ ପଞ୍ଚମ ଓ ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇଛି। ରାଜ୍ୟରେ ଦୁଇଟି ପର୍ଯ୍ୟାୟ ନିର୍ବାଚନ ପ୍ରକ୍ରିୟା ଶେଷ ହୋଇଥିବାବେଳେ ଆଉ ଦୁଇଟି ପର୍ଯ୍ୟାୟ ନିର୍ବାଚନ ପାଖେଇ ଆସୁଛି। ଏସବୁ ଭିତରେ ଦିନକୁ ଦିନ ରୋଚକ ହେବାରେ ଲାଗିଛି ଓଡ଼ିଶା ରାଜନୀତି। ଗୋଟେ ପଟେ ନିର୍ବାଚନ ଜାରି ରହିଥିବାବେଳେ ଏବେ ବି ନେତାଙ୍କ ଦଳ ଡିଆଁ ପର୍ବ ଜାରି ରହିଛି।

ଏସବୁ ମଧ୍ୟରେ ଦଳ ବଦଳ କରିଥିବା ୪ ବିଧାୟକଙ୍କୁ କାରଣ ଦର୍ଶାଅ ନୋଟିସ ଜାରି ହୋଇଛି। କାହିଁକି ସଭ୍ୟପଦ ରଦ୍ଦ ନକରାଯିବ ସେ ନେଇ ନୋଟିସ କରାଯାଇଛି। ବିଧାୟକ ସମୀର ଦାଶ, ପର୍ଶୁରାମ ଧଡା, ସୀମାରାଣୀ ନାୟକ ଓ ରମେଶ ସାଏଙ୍କୁ ବାଚସ୍ପତିଙ୍କ ପକ୍ଷରୁ ଜାରି କରାଗଲା ନୋଟିସ। ନିକଟରେ ୪ ବିଧାୟକ ଦଳ ଅଦଳବଦଳ କରିଛନ୍ତି।

Leave A Reply

Your email address will not be published.