ରତ୍ନଭଣ୍ଡାର ଭଣ୍ଡାର ପ୍ରସଙ୍ଗକୁ ନେଇ ଭି.କେ ପାଣ୍ଡିଆନ ଦେଲେ ବଡ଼ ବୟାନ..
ଓଏଲ୍ ବ୍ୟୁରୋ: ଗଣତନ୍ତ୍ରର ମହାପର୍ବ ଆରମ୍ଭ ହୋଇଛି। ଗତକାଲି ଦେଶରେ ପଞ୍ଚମ ଓ ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇଛି। ରାଜ୍ୟରେ ଦୁଇଟି ପର୍ଯ୍ୟାୟ ନିର୍ବାଚନ ପ୍ରକ୍ରିୟା ଶେଷ ହୋଇଥିବାବେଳେ ଆଉ ଦୁଇଟି ପର୍ଯ୍ୟାୟ ନିର୍ବାଚନ ପାଖେଇ ଆସୁଛି। ଏସବୁ ଭିତରେ ଦିନକୁ ଦିନ ରୋଚକ ହେବାରେ ଲାଗିଛି ଓଡ଼ିଶା ରାଜନୀତି। ଆଜି ଭି.କେ ପାଣ୍ଡିଆନ ଜାତୀୟ ଗଣମାଧ୍ୟମଙ୍କୁ ମନ୍ତବ୍ୟ ଦେଇଛନ୍ତି।
ସେ କହିଛନ୍ତି, ନବୀନ ପଟ୍ଟନାୟକ ଷଷ୍ଠଥର ପାଇଁ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି। ଓଡ଼ିଶାରେ ତାଙ୍କ ସପକ୍ଷରେ ହାୱା ରହିଛି। ୨୦୧୯ ଭଳି ୨୦୨୪ରେ ମଧ୍ଯ ବିଜେପିର ଭବିଷ୍ୟତବାଣୀ ଭୁଲ ପ୍ରମାଣିତ ହେବ। ଭଗବାନଙ୍କ ଅନୁଗ୍ରହରେ ଏବଂ ଲୋକଙ୍କ ସମର୍ଥନ ବିଜେଡିକୁ ସୁଦୃଢ କରିଛି। ବିଜେଡି ସର୍ବାଧିକ ସଂଖ୍ୟାଗରିଷ୍ଠତା ହାସଲ କରିବ ଏବଂ ଜୁନ୍ ୯ ତାରିଖରେ, ନବୀନ ପଟ୍ଟନାୟକ ଷଷ୍ଠ ଥର ମୁଖ୍ୟମନ୍ତ୍ରୀ ଭାବେ ଭାବରେ ଶପଥ କରବେ ବୋଲି ପାଣ୍ଡିଆନ କହିଛନ୍ତି।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନେଇ ପ୍ରଧାନମନ୍ତ୍ରୀ ମୋଦି ମନ୍ତବ୍ୟରେ ସେ ଉତ୍ତର ଦେଇ କହିଛନ୍ତି ଯେ, ୨୦୧୯ରେ ବି ବିଜେପି ପ୍ରଚାର କରୁଥିଲା ସେହି ବର୍ଷ ନବୀନ ପଟ୍ଟନାୟକଙ୍କ ବିଦାୟ ବର୍ଷ। ମାତ୍ର ନିର୍ବାଚନ ଫଳାଫଳ ସବୁ ବଦଳାଇ ଦେଲା। ନବୀନ ପଟ୍ଟନାୟକ ବହୁମତ ଲାଭ କରି ପୁଣି ସରକାରକୁ ଆସିଲେ। ମୁଖ୍ଯମନ୍ତ୍ରୀ ଭାବେ ଷଷ୍ଠ ଥର ଲାଗି ମୁଖ୍ଯମନ୍ତ୍ରୀ ପୁଣି ଦାୟିତ୍ବ ନେବେ। ଯଦି ରାଜ୍ଯକୁ ସ୍ବତନ୍ତ୍ର ମାନ୍ଯତା ଦିଆଯାଏ ତେବେ ତାହା ହିଁ ହେବ ଓଡ଼ିଶାକୁ ଶ୍ରେଷ୍ଠ ଉପହାର।
ପ୍ରଧାନମନ୍ତ୍ରୀ କହୁଛନ୍ତି ସେ ଚାଷୀଙ୍କୁ ୩ ହଜାର ୧ ଶହ ଟଙ୍କା ଏମଏସପି ଦେବେ। ଏହାକୁ ବିଜେପି ଜୋରଦାର ପ୍ରଚାର କରୁଛି। ଯଦି ଏହା ପ୍ରଧାନମନ୍ତ୍ରୀ କରନ୍ତି ତେବେ ଏହା ହେବ ଓଡ଼ିଶାକୁ ମୋଦୀଙ୍କ ଦ୍ବିତୀୟ ଗିଫ୍ଟ। କୋଇଲା ରୟାଲିଟିକୁ ଯଦି ସଂଶୋଧନ କରାଯାଏ ତେବେ ତାହା ଓଡ଼ିଶା ଲାଗି ହେବେ ତୃତୀୟ ଉପହାର ବୋଲି ଭି.କେ ପାଣ୍ଡିଆନ କହିଛନ୍ତି। ଏହା ସହ ପ୍ରଧାନମନ୍ତ୍ରୀଙ୍କୁ କାଉଣ୍ଟର କଲେ ଭି.କେ ପାଣ୍ଡିଆନ। ରତ୍ନଭଣ୍ଡାର ଚାବି କୁଆଡ଼େ ଗଲା, ପ୍ରଧାନମନ୍ତ୍ରୀ ଖୋଜିବା ଉଚିତ। ପ୍ରଧାନମନ୍ତ୍ରୀଙ୍କ ପାଖରେ ଅନେକ ସବୁ ଏଜେନ୍ସି ଅଛି। ତେଣୁ ରତ୍ନଭଣ୍ଡାର ଚାବି କୁଆଡ଼େ ଗଲା ପ୍ରଧାନମନ୍ତ୍ରୀ ଖୋଜନ୍ତୁ। ଏ ସଂପର୍କରେ ଓଡ଼ିଶାର ଲୋକମାନଙ୍କୁ ଜଣାଇବା ଉଚିତ୍। ପ୍ରଧାନମନ୍ତ୍ରୀ କେବଳ ରାଜନୈତିକ ବୟାନବାଜି କରୁଛନ୍ତି ବୋଲି ଭି.କେ ପାଣ୍ଡିଆନ କହିଛନ୍ତି।