Odisha Link
Bridging the Missing Links in Odisha

ଆଜି ଶୂନ୍ୟ ଛାୟା ଦିବସ, କିଛି କ୍ଷଣ ପାଇଁ ଦୃଶ୍ୟମାନ ହେବନି ନିଜ ଛାଇ

ଓଏଲ୍‌ ବ୍ୟୁରୋ: ସାଧାରଣ ଭାବେ କଥାରେ ଅଛି ଛାଇ ଆମର ଭାଇ କେବେ ଆମର ପିଛା ଛାଡଇ ନାହିଁ। ପିଲାଟି ଦିନରୁ ଶୁଣି ଆସିଥିବା ଏହି କଥାଟିର ଅର୍ଥ ହେଲା ଛାଇ ସଦାବେଳେ ଆମ ସାଙ୍ଗରେ ରହିଥାଏ। ସମସ୍ତେ ବିପଦ ଆପଦରେ ସଙ୍ଗ ଛାଡିଲେବି ଛାଇ କେବେବି ଆମକୁ ଛାଡିବ ନାହିଁ। ଯେତେବେଳ ଯାଏଁ ଆମେ ଖରାରେ ବା ଆଲୋକରେ ଥିବା ସେଯାଏଁ ଛାଇ ଆମ ପିଛା ଛାଡିବ ନାହିଁ। କିନ୍ତୁ ମଜାର କଥା ହେଲା ଯେ ଏହି ଉକ୍ତିଟି ଠିକ ନୁହେଁ ବୋଲି ଜ୍ୟୋତିର୍ବିଜ୍ଞାନୀ କୁହନ୍ତି।

ବର୍ଷରେ ଏପରି ଦୁଇଟି ଦିନ ଅଛି ଯେବେ ଦିନ ଦୁଇ ପହର ରେ ମଧ୍ୟ କିଛି କ୍ଷଣ ପାଇଁ ଛାଇ ଆମର ପିଛା ଛାଡିଦିଏ ଅର୍ଥାତ ସେ ସମୟରେ ଆମର ଛାଇ ଦେଖାଯାଏ ନାହିଁ। ଏହାର କାରଣ ବର୍ଷର ସେହି ଦୁଇଟି ଦିନ ମଧ୍ୟାହ୍ନରେ ସୂର୍ୟ୍ୟ ଆମର ଠିକ ମୁଣ୍ଡ ଉପରେ ରହେ ଓ ସେ ସମୟରେ ଆମର ଛାଇ ଦେଖାଯାଏ ନାହିଁ। ଏହି ଘଟଣାକୁ ଜ୍ୟୋତିର୍ବିଜ୍ଞାନୀ ମାନେ ଶୂନ୍ୟ ଛାୟା ଦିବସ ବା ଜିରୋ ସ୍ୟାଡୋ ଡେ ରୂପେ ନାମିତ କରିଛନ୍ତି।

ଆପଣମାନେ ଯଦି ଭୁବନେଶ୍ୱରରେ ବସବାସ କରୁଥିବେ ତେବେ ଆପଣଙ୍କ ସହିତ ଆଜି ଏପରି କିଛି ଘଟିବାକୁ ଯାଉଛି। ରାଜଧାନୀ ଭୁବନେଶ୍ୱରରେ ମେ ୨୧ରେ ଓ କଟକରେ ମେ ୨୨ ତାରିଖରେ କାହାର ଛାଇ ଦେଖାଯିବନି। ଜ୍ୟୋତିବିଜ୍ଞାନୀଙ୍କ ପକ୍ଷରୁ ଏଭଳି ରିପୋର୍ଟ ଦିଆଯାଇଛି। ଏଭଳି ବିରଳ ଦୃଶ୍ୟକୁ ନିଜ ଆଖିରେ ଦେଖିବାକୁ ଏବେଠାରୁ ଲୋକଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଲାଣି। ପ୍ରକୃତ କଥା ହେଉଛି, ‘ଶୂନ୍ୟ ଛାୟା ଦିବସ’ ବା ‘ଜିରୋ ଶ୍ୟାଡୋ ଡେ’ ଅବସରରେ ଟ୍ୱିନ ସିଟିରେ କାହାରିକୁ ନିଜ ଛାଇ ଦେଖାଯିବନି। ଗତବର୍ଷ ଏପ୍ରିଲ ମାସ ୨୧ ତାରିଖରେ ଭୁବନେଶ୍ୱରରେ ମଧ୍ୟ ଏପରି ବିରଳ ଦୃଶ୍ୟ ଦେଖିବାକୁ ମିଳିଥିଲା।

ଦେଶର ବିଭିନ୍ନ ଅଞ୍ଚଳର ଲୋକମାନେ ବିର୍ଷର ବିଭିନ୍ନ ସମୟରେ ଏଭଳି ବିରଳ ଦୃଶ୍ୟ ଦେଖିବାର ସୌଭାଗ୍ୟ ଲାଭ କରିଥାନ୍ତି। ସୂର୍ଯ୍ୟ ଦିଗବଳୟ ଆମର ଯେତେ ନିକଟରେ ରହିଥାଏ, ଆମର ଛାଇର ଲମ୍ବ ସେତେ ଅଧିକ ହୋଇଥାଏ। ସୂର୍ଯ୍ୟ ଠିକ ଆମ ମୁଣ୍ଡ ଉପରେ ରହିବା ସମୟରେ ଆମର ଛାଇ ଦୃଶ୍ୟମାନ ହୋଇନଥାଏ। ୧୧.୪୩ ସମୟରେ ଭୁବନେଶ୍ୱରରେ ଓ ମେ ୨୨ ତାରିଖ ସକାଳ ୧୧.୪୩ ସମୟରେ କଟକରେ ଏହି ଶୂନ୍ୟ ଛାୟା ଦିବସର ଝଲକ ଦେଖିବାକୁ ମିଳିବ।

Leave A Reply

Your email address will not be published.