ଏଆଇ ବ୍ୟବହାର ପ୍ରସଙ୍ଗ: ଭିଡିଓ ମାଧ୍ୟମରେ ପ୍ରତିକ୍ରିୟା ରଖିଲେ ମୁଖ୍ୟମନ୍ତ୍ରୀ

ଓଏଲ୍ ବ୍ୟୁରୋ: ରାଜ୍ୟରେ ଦୁଇଟି ପର୍ଯ୍ୟାୟରେ ଶେଷ ହୋଇଛି ନିର୍ବାଚନ। ବାକି ଥିବା ଦୁଇଟି ପର୍ଯ୍ୟାୟରେ ନିଜ ଦଳର ପ୍ରାର୍ଥୀଙ୍କୁ ବଳ ଦେବାକୁ ପ୍ରଚାରକୁ ଜୋରଦାର କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ଏସବୁ ଭିତରେ ନବୀନ ପଟ୍ଟନାୟକଙ୍କ ଏଆଇ ବ୍ୟବହାର ପ୍ରସଙ୍ଗକୁ ନେଇ ତୀବ୍ର ଚର୍ଚା ସୃଷ୍ଟି ହୋଇଥିବାବେଳେ ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ଭଲ କଥା, ସେମାନେ ନିଜେ ଇଣ୍ଟେଲିଜେନ୍ସ ବ୍ୟବହାର କରନ୍ତୁ।
ସୂଚନା ଅନୁସାରେ, ସିଏମ୍ଙ୍କ ବାର୍ତ୍ତାରେ ଏଆଇ ବ୍ୟବହାର ନେଇ ବିଜେପି ଅଭିଯୋଗ ଆଣିଥିଲା। ସର୍ଟ ଭିଡିଓରେ ନବୀନ ବାବୁ ନିଜେ କହୁଛନ୍ତି ନା ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ବା ଏଆଇ, ପଚାରିଛନ୍ତି ବରିଷ୍ଠ ବିଜେପି ନେତା ସମୀର ମହାନ୍ତି। ଯଦି ନବୀନ ବାବୁ କହୁଥାନ୍ତେ, ତାହେଲେ ସଭା ସମିତିରେ ବି କୁହନ୍ତେ। କିନ୍ତୁ ସଭାରେ ଗୋଟିଏ ମିନିଟରେ ସ୍କ୍ରିପ୍ଟେଡ୍ ଲେଖା ପଢ଼ି ଦେଉଛନ୍ତି।
ନବୀନ ବାବୁଙ୍କ ଶାରୀରିକ ଅସୁସ୍ଥତା ଯୋଗୁଁ ଏକଥା ସମ୍ଭବ ହୋଇ ପାରୁନି ବୋଲି କହିଛନ୍ତି ସମୀର ମହାନ୍ତି। ତାଙ୍କୁ ଯିଏ ରିମୋଟ୍ ଧରି ଚଳାଉଛନ୍ତି, ଏକଥା ସବୁ ଜାଣିଛନ୍ତି। ତେବେ ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗରେ ନବୀନ କାହିଁକି ଚୁପ୍ ? ତଦନ୍ତ କମିଶନ ରିପୋର୍ଟ କୁଆଡ଼େ ଗଲା ବୋଲି ପ୍ରଶ୍ନ କରିଥିଲେ ସମୀର ମହାନ୍ତି ।
ମୁଖ୍ୟମନ୍ତ୍ରୀଙ୍କ ଡିପ୍ ଫେକ୍ ଭିଡିଓ କରି ମିଛ ଅଭିଯୋଗ କରିଛନ୍ତି। ସତ ମୁଖ୍ୟମନ୍ତ୍ରୀ ତାଙ୍କ ଭର୍ଚୁଆଲ ଅବତାର କଥା ଜାଣୁଛନ୍ତି କି ନାହିଁ ସନ୍ଦେହ ହେଉଛି। ଏମିତି ମିଛ ଭିଡିଓକୁ ନେଇ ଦବି ନଯିବାକୁ ଅପରାଜିତାଙ୍କୁ ପରାମର୍ଶ ଦେଇଛନ୍ତି ବୈଜୟନ୍ତ। ବୈଜୟନ୍ତଙ୍କ ପୋଷ୍ଟକୁ ନେଇ ବିଜେଡିର ପ୍ରତିକ୍ରିୟା ମିଳିପାରି ନଥିବା ବେଳେ ଫେକ୍ ଭିଡିଓ ବାବଦରେ ମତ ରଖିଛନ୍ତି ସାଇବର ଏକ୍ସପର୍ଟ।
ସେପଟେ ନବୀନଙ୍କ ଅଭିଯୋଗ ଉପରେ ସିଧା ଜବାବ ରଖିଛନ୍ତି ଅପରାଜିତା। ଲିଙ୍ଗରାଜ ପ୍ରକଳ୍ପ ଓ ଭୁବନେଶ୍ୱରର ବିକାଶ ପ୍ରସଙ୍ଗରେ ମୁହାଁମୁହିଁ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ଓ ଭୁବନେଶ୍ୱର ସାଂସଦ। ଏକ ଭିଡିଓ ବାର୍ତ୍ତା ମାଧ୍ୟମରେ ନବୀନ ଆଣିଥିବା ଅଭିଯୋଗର ତଥ୍ୟ ଓ ପ୍ରମାଣ ସହ ସ୍ପଷ୍ଟୀକରଣ ରଖିଛନ୍ତି ଅପରାଜିତା। କହିଛନ୍ତି, ରାଜନୀତିରେ ଏନେଇ ଭୁଲ୍ ବ୍ୟାଖ୍ୟା ତିଆରି ହେଉଛି। ଲିଙ୍ଗରାଜ ମନ୍ଦିର କାମକୁ ମୁଁ କେବେବି ବିରୋଧ କରିନାହିଁ।
ଏଲ୍ ବ୍ୟୁରୋ: ରାଜ୍ୟରେ ଦୁଇଟି ପର୍ଯ୍ୟାୟରେ ଶେଷ ହୋଇଛି ନିର୍ବାଚନ। ବାକି ଥିବା ଦୁଇଟି ପର୍ଯ୍ୟାୟରେ ନିଜ ଦଳର ପ୍ରାର୍ଥୀଙ୍କୁ ବଳ ଦେବାକୁ ପ୍ରଚାରକୁ ଜୋରଦାର କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ଆଜି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ମାରାଥନ ପ୍ରଚାର କାର୍ଯ୍ୟକ୍ରମ ରହିଛି। ପ୍ରଥମେ ଖୋର୍ଦ୍ଧା ହାବେଳି ପଡିଆରେ ନିର୍ବାଚନୀ ସଭାରେ ଯୋଗଦେଇ ଜନତାଙ୍କୁ ସମ୍ବୋଧନ କରିଥିଲେ। ଏହା ପରେ ନୟାଗଡ଼ ଗସ୍ତରେ ଯାଇ ଜନସଭାକୁ ସମ୍ବୋଧନ କରିଥିଲେ। ଯାହାକୁ ନେଇ ବିଜେପିକୁ ଜବାବ ଦେଇଛନ୍ତି ବିଜେଡି ସୁପ୍ରିମୋ।