Odisha Link
Bridging the Missing Links in Odisha

ଖୁବଶୀଘ୍ର ଖୋଲିପାରେ ହୀରାକୁଦ ଗେଟ୍, ବନ୍ୟାଜଳ ନିଷ୍କାସନ ନେଇ ଜାରି ହେଲା ସୂଚନା

ଓଏଲ୍‌ ବ୍ୟୁରୋ: ହୀରାକୁଦ ବନ୍ଧ ବନ୍ୟାଜଳ ନିଷ୍କାସନ ସମ୍ୱନ୍ଧେ ସର୍ବସାଧାରଣଙ୍କ ପାଇଁ ସୂଚନା ଦିଆଯାଇଛି। ହୀରାକୁଦ ନଦୀବନ୍ଧ କର୍ତ୍ତୃପକ୍ଷଙ୍କ ସୂଚନାନୁସାରେ, ହୀରାକୁଦ ବନ୍ଧରୁ ପୂର୍ବ ବର୍ଷ ଭଳି ଏବର୍ଷ ମଧ୍ୟ ବର୍ଷାଋତୁରେ ଯେ କୌଣସି ସମୟରେ ବନ୍ୟାଜଳ ନିଷ୍କାସନ ହୋଇପାରେ। ମହାନଦୀ ଶଯ୍ୟାରେ ଚଳାଚଳ ଓ ଅନ୍ୟାନ୍ୟ ବ୍ୟବହାର ପାଇଁ ସତର୍କତା ଅବଲମ୍ବନ କରିବା ପାଇଁ କୁହାଯାଇଛି। ବନ୍ୟାଜଳ ନିଷ୍କାସନ ସମୟରେ ହୀରାକୁଦ ବନ୍ଧ ବାମ ସ୍କିଲୱେ ଠାରେ ସାଇରନ ବଜାଇବାର ବ୍ୟବସ୍ଥା ହୋଇଅଛି।

ଏହି ସାଇରନ ୨ ମିନିଟ ଅବିଚ୍ଛିନ୍ନ ଭାବରେ ବାଜି ୨ ଥର ୨୦ ସେକେଣ୍ଡ ଅନ୍ତରରେ ୩୦ ସେକେଣ୍ଡ ଧରି ବାଜିବ ଏବଂ ଏହାର ପୁନରାବୃତ୍ତି ହୋଇ ଅବିଚ୍ଛିନ୍ନ ଭାବରେ ବାଜିଚାଲିବ। ଗେଟ ଖୋଲାଯିବାର ଦୁଇଘଣ୍ଟା ପୂର୍ବରୁ ସାଇରନ ଅବିଚ୍ଛିନ୍ନ ଭାବରେ ବାଜିବ ବୋଲି କୁହାଯାଇଛି। ଏନେଇ ଆଜି ୧୨ଟି ଜିଲ୍ଲାର ଜିଲ୍ଲାପାଳ ଏସପିଙ୍କୁ ସତର୍କ ସୂଚନା ଦିଆଯାଇଛି।

Leave A Reply

Your email address will not be published.