ଆଇପିଏଲ ୨୦୨୪: ଏଲିମିନେଟର ମୁକାବିଲାରେ ଟସ୍ ଜିତିଲା ରାଜସ୍ଥାନ, ପ୍ରଥମେ ବ୍ୟାଟିଂ କରିବ ବେଙ୍ଗାଲୁରୁ
ଓଏଲ୍ ବ୍ୟୁରୋ: ଶେଷ ପର୍ଯ୍ୟାୟରେ ଇଣ୍ଡିଆନ ପ୍ରିମିୟର ଲିଗ୍ର ୧୭ତମ ସଂସ୍କରଣ। ଆଜି ଚଳିତ ସିଜିନର ଏଲିମିନେଟର ମୁକାବିଲା ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଓ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଖେଳାଯାଉଛି। ଏହି ହାଇଭୋଲଟେଜ ମୁକାବିଲା ଗୁଜରାଟର ଅହମଦାବାଦ ଷ୍ଟାଡିୟମରେ ଖେଳାଯାଉଛି। ରାଜସ୍ଥାନ ରୟାଲ୍ସ ଟସ୍ ଜିତି ବୋଲିଂ କରିବାର ନିଷ୍ପତ୍ତି ନେଇଛି। ଯାହାଫଳରେ ପ୍ରଥମେ ବ୍ୟାଟିଂ କରିବାକୁ ଆରସିବି ଟିମ୍ ପଡ଼ିଆକୁ ଓହ୍ଲାଇବ।
ଚଳିତ ଆଇପିଏଲ ସିଜିନ ଆରମ୍ଭରୁ ଆରସିବି ଟିମ୍ ଯେଉଁ ପ୍ରଦର୍ଶନ କରିଥିଲା ସମସ୍ତେ ଭାବୁଥିଲେ ଯେ ପ୍ଲେ ଅଫ୍ ଦୌଡ଼ରୁ ଆରସିବି ବାଦ ପଡ଼ିବ। ହେଲେ ଶେଷ ୬ଟି ମୁକାବିଲାରେ ଦମଦାର ବିଜୟ ହାସଲ କରି ଆରସିବି ପ୍ଲେ ଅଫ୍ରେ ପ୍ରବେଶ କରିଛି। ସେହିପରି ସିଜିନ ଆରମ୍ଭରୁ ରାଜସ୍ଥାନ ରୟାଲ୍ସ ଦମଦାର ପ୍ରଦର୍ଶନ କରିଥିଲା। ହେଲେ ଦ୍ବିତୀୟ ଭାଗରେ ୫ଟି ମୁକାବିଲା ଖେଳି ୪ଟିରେ ପରାଜିତ ହୋଇଥିଲା ରାଜସ୍ଥାନ। ଦୁଇ ଦଳ ବିଜୟ ପାଇଁ ଆଜି ପଡ଼ିଆକୁ ଓହ୍ଲାଇବେ।
ରାଜସ୍ଥାନ ରୟାଲ୍ସ ଏକାଦଶ: ସଞ୍ଜୁ ସାମସନ୍, ଯଶସ୍ବୀ ଜୈସ୍ବାଲ, ଟମ୍ କୋହଲର କ୍ୟାଡମୋର, ରିୟାନ ପରାଗ, ଧ୍ରୁବ ଜୁରେଲ, ରୋଭମାନ ପାଓ୍ବେଲ , ରବିଚନ୍ଦ୍ରନ ଅଶ୍ବିନୀ, ଟ୍ରେଣ୍ଟ ବୋଲ୍ଟ, ଆଭେଶ ଖାନ୍, ସନ୍ଦୀପ ଶର୍ମା, ୟୁଜବେନ୍ଦ୍ର ଚହଲ (ଇମ୍ପାକ୍ଟ ପ୍ଲେୟାର: ରୋଭମାନ ପାଓ୍ବେଲ)
ଆରସିବି ଏକାଦଶ: ଫାଫ୍ ଡୁ ପ୍ଲେସିସ୍, ବିରାଟ କୋହଲି, ରଜତ ପାଟିଦାର, କାମେରନ ଗ୍ରୀନ୍, ଗ୍ଲେନ୍ ମାକ୍ସଓ୍ବେଲ, ଦିନେଶ କାର୍ତ୍ତିକ, ମହିପାଲ ଲୋମରର, କରଣ ଶର୍ମା, ଲୋକି ଫର୍ଗୁସନ, ୟଶ ଦୟାଲ, ମହମ୍ମଦ ସିରାଜ