Odisha Link
Bridging the Missing Links in Odisha

ଆଇପିଏଲ ୨୦୨୪: ଏଲିମିନେଟର ମୁକାବିଲାରେ ମୁହାଁମୁହିଁ ହେବେ ବେଙ୍ଗାଲୁରୁ-ରାଜସ୍ଥାନ

ଓଏଲ୍‌ ବ୍ୟୁରୋ: ଶେଷ ପର୍ଯ୍ୟାୟରେ ଇଣ୍ଡିଆନ ପ୍ରିମିୟର ଲିଗ୍‌ର ୧୭ତମ ସଂସ୍କରଣ। ଆଜି ଚଳିତ ସିଜିନର ଏଲିମିନେଟର ମୁକାବିଲା ଖେଳାଯିବ। ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଓ ରାଜସ୍ଥାନ ରୟାଲ୍ସ ମଧ୍ୟରେ ମୁକାବିଲା ଖେଳାଯିବ। ଏହି ହାଇଭୋଲଟେଜ ମୁକାବିଲା ଗୁଜରାଟର ଅହମଦାବାଦ ଷ୍ଟାଡିୟମରେ ଖେଳାଯିବ। ଯେଉଁ ଟିମ୍‌ ଆଜିର ମୁକାବିଲା ଜିତିବ ସେ କ୍ବାଲିଫାୟର-୨ ଖେଳିବ। ଆଉ ଯେଉଁ ଟିମ୍‌ ହାରିବ ସେ ଟ୍ରଫି ଦୌଡ଼ରୁ ବାଦ ପଡ଼ିବ।

ଚଳିତ ଆଇପିଏଲ ସିଜିନ ଆରମ୍ଭରୁ ଆରସିବି ଟିମ୍‌ ଯେଉଁ ପ୍ରଦର୍ଶନ କରିଥିଲା ସମସ୍ତେ ଭାବୁଥିଲେ ଯେ ପ୍ଲେ ଅଫ୍‌ ଦୌଡ଼ରୁ ଆରସିବି ବାଦ ପଡ଼ିବ। ହେଲେ ଶେଷ ୬ଟି ମୁକାବିଲାରେ ଦମଦାର ବିଜୟ ହାସଲ କରି ଆରସିବି ପ୍ଲେ ଅଫ୍‌ରେ ପ୍ରବେଶ କରିଛି। ସେହିପରି ସିଜିନ ଆରମ୍ଭରୁ ରାଜସ୍ଥାନ ରୟାଲ୍ସ ଦମଦାର ପ୍ରଦର୍ଶନ କରିଥିଲା। ହେଲେ ଦ୍ବିତୀୟ ଭାଗରେ ୫ଟି ମୁକାବିଲା ଖେଳି ୪ଟିରେ ପରାଜିତ ହୋଇଥିଲା ରାଜସ୍ଥାନ। ଦୁଇ ଦଳ ବିଜୟ ପାଇଁ ଆଜି ପଡ଼ିଆକୁ ଓହ୍ଲାଇବେ।

ରାଜସ୍ଥାନ ରୟାଲ୍ସ ସମ୍ଭାବ୍ୟ ଏକାଦଶ: ସଞ୍ଜୁ ସାମସନ୍, ଯଶସ୍ବୀ ଜୈସ୍ବାଲ, ଟମ୍‌ କୋହଲର କ୍ୟାଡମୋର, ରିୟାନ ପରାଗ, ଧ୍ରୁବ ଜୁରେଲ, ସିମରନ ହେଟମାୟର, ରବିଚନ୍ଦ୍ରନ ଅଶ୍ବିନୀ, ଟ୍ରେଣ୍ଟ ବୋଲ୍ଟ, ଆଭେଶ ଖାନ୍‌, ସନ୍ଦୀପ ଶର୍ମା, ୟୁଜବେନ୍ଦ୍ର ଚହଲ (ଇମ୍ପାକ୍ଟ ପ୍ଲେୟାର: ରୋଭମାନ ପାଓ୍ବେଲ)

ଆରସିବି ସମ୍ଭାବ୍ୟ ଏକାଦଶ: ଫାଫ୍‌ ଡୁ ପ୍ଲେସିସ୍, ବିରାଟ କୋହଲି, ରଜତ ପାଟିଦାର, କାମେରନ ଗ୍ରୀନ୍, ଗ୍ଲେନ୍‌ ମାକ୍ସଓ୍ବେଲ, ଦିନେଶ କାର୍ତ୍ତିକ, ମହିପାଲ ଲୋମରର, ସ୍ବପ୍ନିଲ ସିଂହ, କରଣ ଶର୍ମା, ଲୋକି ଫର୍ଗୁସନ, ୟଶ ଦୟାଲ (ଇମ୍ପାକ୍ଟ ପ୍ଲେୟାର-ମହମ୍ମଦ ସିରାଜ)

Leave A Reply

Your email address will not be published.