ଖୋର୍ଦ୍ଧା ମାଟିରୁ ବିଜେପି ସାଂସଦଙ୍କୁ ଖୋଲାଖୋଲି ଟାର୍ଗେଟ କଲେ ପାଣ୍ଡିଆନ, କହିଲେ…

ଓଏଲ୍ ବ୍ୟୁରୋ: ରାଜ୍ୟରେ ଦୁଇଟି ପର୍ଯ୍ୟାୟରେ ଶେଷ ହୋଇଛି ନିର୍ବାଚନ। ବାକି ଥିବା ଦୁଇଟି ପର୍ଯ୍ୟାୟରେ ନିଜ ଦଳର ପ୍ରାର୍ଥୀଙ୍କୁ ବଳ ଦେବାକୁ ପ୍ରଚାରକୁ ଜୋରଦାର କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ଆଜି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ମାରାଥନ ପ୍ରଚାର କାର୍ଯ୍ୟକ୍ରମ ରହିଛି। ପ୍ରଥମେ ଖୋର୍ଦ୍ଧା ହାବେଳି ପଡିଆରେ ନିର୍ବାଚନୀ ସଭାରେ ଯୋଗଦେଇ ଜନତାଙ୍କୁ ସମ୍ବୋଧନ କରିଛନ୍ତି। ଖୋର୍ଦ୍ଧାରେ ଜନସଭାକୁ ସମ୍ବୋଧନ କରି ବିଜେଡି ସୁପ୍ରିମୋ କହିଛନ୍ତି, ବିଏସକେୱାଇ ଭଲ କି, ମିଶନ ଶକ୍ତି ଭଲ କି, ମମତା ଯୋଜନା ଭଲ କି, ଲକ୍ଷ୍ମୀ ବସ୍ ଭଲ କି, ୫ଟି ସ୍କୁଲ ଭଲ କି, ପିଲା ସ୍କଲାରସିପ୍ ଭଲ କି, ଚାଷୀର କାଳିଆ ଯୋଜନା ଭଲ କି, ମଧୁବାବୁ ପେନସନ୍ ଯୋଜନା ଭଲ କି, ଚାଉଳ ପାଇଁ କାର୍ଡ ଭଲ କି, ପୁରୀ କାମ ଭଲ କି, ନବୀନ ପଟ୍ଟନାୟକ ଭଲ କି, ଶଙ୍ଖ ଚିହ୍ନ ଭଲ କି।
ଏହା ସହ ବିରୋଧୀଙ୍କୁ ଟାର୍ଗେଟ କରି କହିଛନ୍ତି, ବିରୋଧୀ ମିଛ କହୁଛନ୍ତି। ନିର୍ବାଚନ ଆସିଲେ ବିରୋଧୀ ଆସିବେ, ମିଠା ମିଠା କଥା କହିବେ, କୁମ୍ଭୀର କାନ୍ଦଣା କାନ୍ଦିବେ। ଏମାନେ ନିର୍ବାଚନ ବେଳେ ପର୍ଯ୍ୟଟକ ଭଳି ଆସିବେ। ନିର୍ବାଚନ ସରିଗଲେ ଖୋଜିଲେ ବି ଖୋଜିଲେ ବି ମିଳିବେ ନାହିଁ, ନବୀନ ପଟ୍ଟନାୟକ ଆପଣଙ୍କ ସୁଖଦୁଃଖରେ ସବୁବେଳେ ଛିଡ଼ା ହୋଇ ରହିଛନ୍ତି ବୋଲି ଦଳର ବରିଷ୍ଠ ନେତା ଭି.କେ ପାଣ୍ଡିଆନ କହିଛନ୍ତି। ବିଜେଡି ମାଗଣା ବିଜୁଳି ଦେବ। ଜୁଲାଇରୁ ବିଜୁଳି ବିଲ ଆସିବ ନାହିଁ। ଆପଣମାନେ ଖୁସି ତ। ଏହା ଶଙ୍ଖ ଚିହ୍ନରେ ଭୋଟ ଦେବାକୁ ନିବେଦନ କରିଛନ୍ତି।
ଖୋର୍ଦ୍ଧାରେ ବିଜେଡି ପ୍ରାର୍ଥୀଙ୍କ ପାଇଁ ଭିକେ ପାଣ୍ଡିଆନଙ୍କ ପ୍ରଚାର ଆରମ୍ଭରୁ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀଙ୍କୁ ଟାର୍ଗେଟ କରିଛନ୍ତି। ଖବରକାଗଜ ଭିତରେ ଲିଫଲେଟ୍ ଦେଇ କଣ କଣ କାମ କରିଛନ୍ତି ତାହାର ରିପୋର୍ଟ କାର୍ଡ ଦେଇଛନ୍ତି ଭୁବନେଶ୍ୱର ସାଂସଦ। ଯାହାକୁ କାଉଣ୍ଟର କରିଛନ୍ତି ପାଣ୍ଡିଆନ। ଜନସଭାରେ ପାଣ୍ଡିଆନ କହିଛନ୍ତି, ୫ ବର୍ଷରେ ଗୋଟିଏ ଫୁଟ୍ ଓଭରବ୍ରିଜ, ୭ ହଜାର ସ୍ଥାନରେ ସୋଲାର ଲାଇଟ, ୧୫୦ ହାଇମାକ୍ସ, ୨୦ଟି ମିନିମାକ୍ସ ଲଗାଇଛନ୍ତି ବୋଲି ଭୁବନେଶ୍ୱର ସାଂସଦ କହୁଛନ୍ତି। ସରପଞ୍ଚ ବି ଏହାଠାରୁ ଭଲ କାମ କରିବେ ବୋଲି କହି କଟାକ୍ଷ କରିଛନ୍ତି ପାଣ୍ଡିଆନ।
ଓଡ଼ିଶାକୁ ଆଗକୁ ନେବାକୁ ହେଲେ ଭୁବନେଶ୍ୱରକୁ ଆଗକୁ ନେବାକୁ ପଡିବ। କିନ୍ତୁ ଭୁବନେଶ୍ୱରର ବିକାଶ ପାଇଁ କେବେ ଧ୍ୟାନ ଦେଇନାହାନ୍ତି ସାଂସଦ। କ୍ୟାପିଟାଲ ରିଂ ରୋଡ କରିବାରେ ବିଫଳ ହୋଇଛନ୍ତି ଭୁବନେଶ୍ୱର ସାଂସଦ। ଭୁବନେଶ୍ୱରରେ କ୍ୟାପିଟାଲ ରିଂ ରୋଡ ପାଇଁ ଇଟା ଖଣ୍ଡିଏ ବି ପକାଇ ନାହାନ୍ତି ଭୁବନେଶ୍ୱର ସାଂସଦ। ତେଣୁ ଗତ ୫ ବର୍ଷରେ ଭୁବନେଶ୍ୱର ବହୁତ ପଛକୁ ଚାଲିଗଲାଣି। ତେଣୁ ଭୁବନେଶ୍ୱରକୁ ଆଗକୁ ନେବାକୁ ହେଲେ ୨ ବିଜେଡି ପ୍ରାର୍ଥୀଙ୍କୁ ବିଜୟୀ କରିବାକୁ ଅପିଲ କରିଛନ୍ତି ପାଣ୍ଡିଆନ।
ଆସନ୍ତା ଜୁନ୍ ୯ ତାରିଖରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ନବୀନ ପଟ୍ଟନାୟକ। ପ୍ରଥମ ଦସ୍ତଖତରେ ମାଗଣା ବିଜୁଳି, ଦ୍ୱିତୀୟ ଦସ୍ତଖତରେ ସମସ୍ତଙ୍କୁ ବିଏସକେୱାଇ ଓ ତୃତୀୟ ଦସ୍ତଖତରେ ମିଶନ ଶକ୍ତି ମା’ଙ୍କୁ ପେନସନ ଦେବେ ନବୀନ। ମଧ୍ୟବିତ୍ତ ଲୋକଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଅନେକ ପଦକ୍ଷେପ ନେଇଛନ୍ତି। ସ୍ବାସ୍ଥ୍ୟ ସୁରକ୍ଷା ପାଇଁ ପଦକ୍ଷେପ ନିଆଯାଇଛି। ମଧ୍ୟବିତ୍ତଙ୍କ ପିଲାଙ୍କ ପାଠପଢା ପାଇଁ ଶିକ୍ଷା ଋଣ ଉପରେ ବି ମିଳିବ ସୁଧ ରିହାତି। ଗମନାଗମନ ପାଇଁ କମ ପଇସାରେ ସୁବିଧା କରାଯାଇଛି। ଲକ୍ଷ୍ମୀ ବସ ଓ ମୋ ବସ ବ୍ୟବସ୍ଥା କରାଯାଇଛି। ରାଜ୍ୟର ପ୍ରାୟ ୯୮ ପ୍ରତିଶତ ପିଲା ନୂଆ ଓ ଛାତ୍ର ବୃତ୍ତିରେ ସାମିଲ ହୋଇଛନ୍ତି। ତେଣୁ ମଧ୍ୟବିତ୍ତଙ୍କୁ ଏହି ସବୁ ସୁବିଧା ଯୋଗାଇ ଦେବାକୁ ବିଜେଡି ପ୍ରାର୍ଥୀଙ୍କୁ ଆଶୀର୍ବାଦ କରିବାକୁ ୫-ଟି ଅଧକ୍ଷ ଅପିଲ କରିଛନ୍ତି।