ଶନିବାର ରାଜଧାନୀରେ ମତଦାନ, ବାଜିରେ ଲାଗିବ ହେଭିଓ୍ବେଟ୍ ନେତାଙ୍କ ଭାଗ୍ୟ
ଓଏଲ୍ ବ୍ୟୁରୋ: ରାଜ୍ୟରେ ଦୁଇଟି ପର୍ଯ୍ୟାୟରେ ଶେଷ ହୋଇଛି ନିର୍ବାଚନ। ବାକି ଥିବା ଦୁଇଟି ପର୍ଯ୍ୟାୟରେ ନିଜ ଦଳର ପ୍ରାର୍ଥୀଙ୍କୁ ବଳ ଦେବାକୁ ପ୍ରଚାରକୁ ଜୋରଦାର କରିଛନ୍ତି ହେଭିଓ୍ବେଟ୍ ନେତା। ଆଉ ଦିନକ ପରେ ୬ ଲୋକସଭା ଆସନ ଅନ୍ତର୍ଗତ ୪୨ ବିଧାନସଭା ଆସନରେ ଭୋଟ ଗ୍ରହଣ ହେବ। ତେବେ ଏହି ୬ ଲୋକସଭା ଆସନ ପାଇଁ ଆଜି ପ୍ରଚାରର ଶେଷ ଦିନ। ତେବେ ଏଥିପାଇଁ ଦମଦାର ଉଦ୍ୟମ କରୁଛନ୍ତି ଦଳୀୟ ପ୍ରାର୍ଥୀ।
ଏହି କ୍ରମରେ ଆଉ ଦିନକ ପରେ ରାଜଧାନୀରେ ପଡ଼ିବ ଭୋଟ। ଏଥିପାଇଁ ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ଫ୍ଲାଗମାର୍ଚ୍ଚ କରିଛି ପୋଲିସ ଓ ସିଆରପିଏଫ। କେଦାରନାଥାପଲ୍ଲି ସ୍ଥିତ ବସ୍ତିରେ ଫ୍ଲାଗମାର୍ଚ୍ଚ କରାଯାଇଛି। ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିବା ସହ ବସ୍ତି ଅଂଚଳରେ ଆଇନ ଶୃଙ୍ଖଳା ବଜାୟ ରଖିବା ପାଇଁ ଫ୍ଲାଗମାର୍ଚ୍ଚ କରାଯାଇଛି। ନିର୍ବାଚନକୁ ଅବାଧ, ନିରପେକ୍ଷ ଓ ଶାନ୍ତିପୂର୍ଣ୍ଣ ଭାବରେ କରିବା ପାଇଁ ଜନସାଧାରଣଙ୍କୁ ପୁଲିସ ସଚେତନ କରୁଛି। ଏକାଧିକ ବ୍ୟକ୍ତି ଗୋଟିଏ ଜାଗାରେ ଏକାଠି ନହେବା କୌଣସି ଆଇନ ଶୃଙ୍ଖଳା ପରିସ୍ଥିତି ଯେମିତି ନ ଉପୁଜେ ସେଥିପ୍ରତି ସଚେତନ କରାଯାଇଛି।