ଛତିଶଗଡ଼ରେ ଏନକାଉଣ୍ଟର: ୭ ନକ୍ସଲ ସଫା, ବିପୁଳ ମାଓ ସାମଗ୍ରୀ ଜବତ

ଓଏଲ୍ ବ୍ୟୁରୋ: ଛତିଶଗଡ଼ର ବସ୍ତର ଅଞ୍ଚଳରେ ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା।ସୁରକ୍ଷାବଳଙ୍କ ଗୁଳିରେ ୭ ଜଣ ନକ୍ସଲ ନିପାତ ହୋଇଛନ୍ତି। ଦନ୍ତେୱାଡା ଏସ୍ପି ଗୌରବ ରାୟ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି। ନିକଟରେ ନକ୍ସଲ ମାନେ କିଛି ଗାଁରେ ପଶି କ୍ଷତିକରିବାକୁ ଉଦ୍ୟମ କରିଥିଲେ।
ଖବର ଅନୁସାରେ ନାରାୟଣପୁର-ଦନ୍ତେୱାଡା ସୀମାରେ ଏହି ଏନ୍କାଉଣ୍ଟର ହୋଇଛି। କୁହାଯାଉଛି ଯେ ୧୦୦୦ରୁ ଅଧିକ ଯବାନ ନକ୍ସଲ ଅଞ୍ଚଳରେ ପ୍ରବେଶ କରିଥିଲେ। ଏହି ସମୟରେ ଯବାନଙ୍କୁ ଦେଖି ନକ୍ସଲମାନେ ବିଚଳିତ ହୋଇ ଉଠିଥିଲେ। ନକ୍ସଲମାନେ ପ୍ରଥମେ ଗୁଳି କରିଥିଲେ, ଯାହାର ଜବାବ ସୁରକ୍ଷାକର୍ମୀ ଦେିଥିଲେ।
ପ୍ରଥମେ ସୁରକ୍ଷାକର୍ମୀଙ୍କ ଗୁଳିରେ ଜଣେ ଯବାନ ନିହତ ହୋଇଥିଲା ଏବଂ ୨ ଜଣ ଆହତ ହୋଇଥିଲେ। ଏବେ ଏସ୍ପି କହିଛନ୍ତି, ୭ ଜଣ ନକ୍ସଲ ନିପାତ ହୋଇଛନ୍ତି। ଏଥିସହିତ ବିପୁଳ ପରିମାଣରେ ନକ୍ସଲ ସାମଗ୍ରୀ ଜବତ ହୋଇଛି।