Odisha Link
Bridging the Missing Links in Odisha

ବିଜେଡିକୁ ଫେରିଲେ ସିମୁଳିଆ ବିଧାୟକ, ବାଲେଶ୍ବର ଜିଲ୍ଲା ସଭାପତି ଭାବେ ମିଳିଲା ଦାୟିତ୍ୱ

ଓଏଲ୍‌ ବ୍ୟୁରୋ: ଗଣତନ୍ତ୍ରର ମହାପର୍ବ ଆରମ୍ଭ ହୋଇଛି। ରାଜ୍ୟରେ ଦୁଇଟି ପର୍ଯ୍ୟାୟ ନିର୍ବାଚନ ପ୍ରକ୍ରିୟା ଶେଷ ହୋଇଥିବାବେଳେ ଆଉ ଦୁଇଟି ପର୍ଯ୍ୟାୟ ନିର୍ବାଚନ ପାଖେଇ ଆସୁଛି। ଏସବୁ ଭିତରେ ଦିନକୁ ଦିନ ରୋଚକ ହେବାରେ ଲାଗିଛି ଓଡ଼ିଶା ରାଜନୀତି। ଗୋଟେ ପଟେ ନିର୍ବାଚନ ଜାରି ରହିଥିବାବେଳେ ଏବେ ବି ନେତାଙ୍କ ଦଳ ଡିଆଁ ପର୍ବ ଜାରି ରହିଛି। ଏସବୁ ଭିତରେ ବିଜେଡିରୁ ଆଉ ଜଣେ ବିଧାୟକ ଇସ୍ତଫା ଦେଇଥିବା ଖବର ସାମ୍ନାକୁ ଆସିଥିଲା। ହେଲେ ଆଜି ସେ ପୁଣି ଦଳକୁ ଫେରିଛନ୍ତି।

ବାଲେଶ୍ବର ଜିଲ୍ଲା ସିମୁଳିଆ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ଗତକାଲି ଇସ୍ତଫା ଦେବା ପରେ ଗତକାଲି ଜ୍ୟୋତି ପାଣିଗ୍ରାହୀଙ୍କ ସହ ଆଲୋଚନା କରିଥିଲେ ସଙ୍ଗଠନ ସମ୍ପାଦକ। ଦଳୀୟ ସହ ସରକାରୀ ପଦ ଦେବାକୁ ପ୍ରତିଶ୍ରୁତି ଦିଆଯାଇଥିବା ସୂଚନା ରହିଥିବାବେଳେ ଆଜି ତାଙ୍କୁ ନୂଆ ଦାୟିତ୍ବ ମିଳିଛି। ବାଲେଶ୍ବର ଜିଲ୍ଲା ସଭାପତି ଭାବେ ପୂର୍ବତନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଛି।

ସୂଚନା ଅନୁସାରେ, ଗତକାଲି ବାଲେଶ୍ବର ଜିଲ୍ଲା ସିମୁଳିଆ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିଲେ। ଭିଡିଓ ବାର୍ତ୍ତା ମାଧ୍ୟମରେ ଇସ୍ତଫା ଦେଇଥିବା ନେଇ ସୂଚନା ଦେଇଥିଲେ ଜ୍ୟୋତିପ୍ରକାଶ ପାଣିଗ୍ରାହୀ। ଚଳିତ ବିଧାନସଭା ନିର୍ବାଚନରେ ଦଳ ତାଙ୍କୁ ଟିକେଟ୍‌ ଦେଇନଥିଲା। ଯାହାକୁ ନେଇ ସେ କ୍ଷୁବ୍ଧ ହୋଇଥିଲେ।

Leave A Reply

Your email address will not be published.