ବିରୋଧୀଙ୍କୁ ପାଣ୍ଡିଆନଙ୍କ ଜବାବ, କହିଲେ-ଆପଣଙ୍କ ଗୁରୁଙ୍କ ଗୁରୁ ସହ କାମ କରିଛନ୍ତି ମୁଖ୍ୟମନ୍ତ୍ରୀ

ଓଏଲ୍ ବ୍ୟୁରୋ: ରାଜ୍ୟରେ ଦୁଇଟି ପର୍ଯ୍ୟାୟରେ ଶେଷ ହୋଇଛି ନିର୍ବାଚନ। ବାକି ଥିବା ଦୁଇଟି ପର୍ଯ୍ୟାୟରେ ନିଜ ଦଳର ପ୍ରାର୍ଥୀଙ୍କୁ ବଳ ଦେବାକୁ ପ୍ରଚାରକୁ ଜୋରଦାର କରିଛନ୍ତି ହେଭିଓ୍ବେଟ୍ ନେତା। ଆଉ ଦିନକ ପରେ ୬ ଲୋକସଭା ଆସନ ଅନ୍ତର୍ଗତ ୪୨ ବିଧାନସଭା ଆସନରେ ଭୋଟ ଗ୍ରହଣ ହେବ। ତେବେ ଏହି ୬ ଲୋକସଭା ଆସନ ପାଇଁ ଆଜି ପ୍ରଚାରର ଶେଷ ଦିନ। ତେବେ ଏଥିପାଇଁ ଦମଦାର ଉଦ୍ୟମ କରୁଛନ୍ତି ଦଳୀୟ ପ୍ରାର୍ଥୀ।
ଏହି କ୍ରମରେ ନିମାପଡା ଗସ୍ତରେ ଯାଇ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଛନ୍ତି ଭି.କେ ପାଣ୍ଡିଆନ। ଏହା ସହ ବିରୋଧୀଙ୍କୁ କଡା ଜବାବ ଦେଇ କହିଛନ୍ତି, ଆପଣଙ୍କ ଗୁରୁଙ୍କ ଗୁରୁ ସହ କାମ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବାଜପେୟୀ ସରକାର ସାମୟରେ କ୍ୟାବିନେଟରେ ମନ୍ତ୍ରୀ ଥିଲେ ନବୀନ ପଟ୍ଟନୟକ। ତାଙ୍କୁ ସେଠାରେ ବହୁତ ସମ୍ମାନ ମିଳିଛି। ଦୟାକରି ବିରୋଧୀ ମାନେ ଶାଳୀନତାର ସହ ମୁଖ୍ୟମନ୍ତ୍ରୀଙ୍କ ବିଷୟରେ ମନ୍ତବ୍ୟ ଦିଅନ୍ତୁ ବୋଲି ବିରୋଧୀଙ୍କୁ ଭି.କେ ପାଣ୍ଡିଆନ କଡା ଜବାବ ଦେଇ କହିଛନ୍ତି।